Malika Bachana- ନାବାଳିକା ହେବେ ଗର୍ଭବତୀ, ପର ପରୁଷ ପ୍ରେମରେ ମାତିବେ ବିବାହିତା ମହିଳା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହାପୁରୁଷ ଅଚ୍ୟୁତଙ୍କ ଲିଖିତ କାଳଜୟୀ ମାଳିକା ବଚନ ସର୍ବଦା ସତ୍ୟ ପ୍ରମାଣୀତ ହୋଇକରି ଆସୁଛି । ଏହି କଥା ମନୁଷ୍ୟଙ୍କୁ ଅଛପା ନୁହେଁ । ମାଳିକାରେ ଲିଖିତ ପ୍ରତ୍ଯେକଟି କଥା ଧୀରେ ଧୀରେ କରି ସତ୍ୟ ହେବାରେ ଲାଗିଛି । ସେହିପରି ବିଶ୍ଵର ଭବିଷ୍ୟବାଣୀ ଯାହା ମାଳିକାରେ ଲିଖିତ ସେହି ବିଷୟରେ ଆଲୋଚନା କରିବା ପାଇଁ ଯାଉଛୁ ।

ମାଳିକା ମତ ଅନୁସାରେ ଘରର ନାରୀ କେଶ ମୁକୁଳା କରି ବାହାରେ ବୁଲିବେ । ସିନ୍ଦୁର ଛାଡିକି ଟିକିଲି ଲଗାଇ ବୁଳିବେ । ଆଉ ଯେବେ ଯେବେ ମଧ୍ୟ ନାରୀ କେଶ ମୁକୁଳା କରିଥାଏ । ସେବେ ହିଁ ଦୁର୍ଭାଗ୍ୟ ଆସିଯାଇଥାଏ । ବର୍ତ୍ତମାନ ସମୟରେ ସେହି ନାରୀ ମାନେ କେଶ ମୁକୁଳା କରି ବୁଲିବା ଏକ ପ୍ରଥା ହୋଇଗଲାଣି । ସେହିପରି ମାଳିକା ଲିଖିତ ବିବାହିତ ମହିଳା ମାନେ ପର ସୁନ୍ଦର ପୁରୁଷ ପ୍ରତି ଆକର୍ଷିତ ହୋଇ ନିଜ ସ୍ଵାମୀକୁ ଛାଡିବେ ।

ସତକୁ ସତ ମହିଳା ମାନେ ପରପ୍ରୀତିରେ ମୋହିତ ହୋଇ ନିଜ ସ୍ଵାମୀ ଘର ଛାଡି ଚାଲି ଯାଉଛନ୍ତି । ଯେଉଁ ନାରୀ ପାତୀବ୍ରତା ହୋଇଥିବ । ସେ ତା’ ସ୍ଵାମୀକୁ କୌଣସି ପରିସ୍ଥିତିରୁ ମଧ୍ୟ ମୁକୁଳାଇ ପାରି ଆଣିପାରିବ । କିନ୍ତୁ ଏପରି ଦିନେ ସମୟ ଆସିଯିବ, ଯେତେବେଳେ ପତୀବ୍ରତା ନାରୀ ଦେଖିବାକୁ ମିଳିବା ବହୁତ କଷ୍ଟକର କାର୍ଯ୍ୟ ହୋଇଯିବ ।

ଯାହାକି ମାଳିକାରେ ସୁସ୍ପଷ୍ଟ ରୂପେ ବର୍ଣ୍ଣିତ ହୋଇଛି । ମାଳିକା ଲିଖିତ ନାବାଳିକା ମାନେ ଗର୍ଭଧାରଣ କରି ବୁଲିବେ । ଏହି କଳିଯୁଗରେ ଏପରି ଘଟଣା ବହୁତ ଦେଖିବାକୁ ମିଳୁଛି । ଯେଉଁ ଜାଗାରେ ଝିଅଟି ବିବାହ କରିବା ପୂର୍ବରୁ ପୁରୁଷ ସହିତ ପାପ ସମ୍ପର୍କ ରଖି ଗର୍ଭବତୀ ହୋଇଯାଉଛି । ଯାହାକି ଦୁନିଆ ଓ ସମାଜ ପାଇଁ ଏକ ବହୁତ ବଡ କଳଙ୍କ ସାଜୁଛି ।

ମାଳିକାର ମତ ଅନୁସାରେ ଏହି କଳିଯୁଗ ପାପର ଯୁଗ ପାଲଟିଜୀବ । ଏଠାକାର କେତେକ ପୁରୁଷ ଓ ନାରୀର ଏପରି ପାପ ଯୋଗୁ ଦୁନିଆର ପାପର ଭାର ଧୀରେ ଧୀରେ କରି ବଢିଯିବ । ଯାହାକି ବିଶ୍ଵ ପାଇଁ ଧ୍ଵଂସର ସମୟକୁ ଡାକି ଆଣିବ । ସେହିପରି ସମାଜରେ ଅଧିକ ମାତ୍ରାରେ ଭ୍ରୁଣ ନଷ୍ଟ କରାଯିବ ଏହା ମଧ୍ୟ ୬୦୦ ବର୍ଷ ତଳେ ଲେଖା ହୋଇ ରହିଥିଲା ।

ସତରେ ମଧ୍ୟ ଆଜି କାଲି ଯେପରି ମହିଳାର ଗର୍ଭରେ ଏକ ନାରୀ ସନ୍ତାନଟି ରହୁଛି । ତେବେ ତାହାକୁ ବାହାର ଦୁନିଆକୁ ଦେଖିବା ପୂର୍ବରୁ ଗର୍ଭରୁ ମାରି ନଷ୍ଟ କରାଯାଉଛି । କଥାରେ ଅଛି ଭଗବାନ ତାକୁ ହିଁ ଝିଅ ଜନ୍ମ ଦେଇଥାନ୍ତି । ଯାହାର ଝିଅ ପାଳିବାର ସକ୍ଷମତା ରହିଥାଏ କିନ୍ତୁ ଏହି କଳିଯୁଗର ଲୋକ ଏହାକୁ ବୁଝି ପାରୁନାହାନ୍ତି । ସେଥିପାଇଁ କନ୍ୟା ସନ୍ତାନକୁ ପସନ୍ଦ କରୁନାହାନ୍ତି ।

ତେଣୁ ବେଳ ଥାଉ ଥାଉ ଆଜି ଠାରୁ ବ୍ୟକ୍ତି ନିଜକୁ ସୁଧାରୀ ଦିଅନ୍ତୁ । ଖରାପ କାର୍ଯ୍ୟରୁ ନିଜକୁ ନିବୃତ୍ତ କରି ଭଲ କର୍ମ କରନ୍ତୁ । ଏହା ସହିତ ଭଗବାନଙ୍କର ଧ୍ୟାନରେ ନିଜକୁ ମଗ୍ନ କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *