Health Tips- ଏହି 4 ଜଣ ଲୋକ ଭୁଲରେ ବି ଖାଆନ୍ତୁ ନାହିଁ ଅଁଳା ! ପରିସ୍ଥିତି ହୋଇପାରେ ଭୟଙ୍କର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାସ୍ଥକର ଖାଦ୍ୟର ସେବନ ଦ୍ଵାରା ଶରୀର ସୁସ୍ଥ ରହିବା ସହିତ ନିରୋଗ ମଧ୍ୟ ରହିଥାଏ । ଯେପରି ବିଭିନ୍ନ ପ୍ରକାର ଫଳ ଓ ପରିବାରୁ ବିଭିନ୍ନ ପ୍ରକାର ଭିଟାମିନ ଓ ମିନେରାଲ୍ ମିଳିଥାଏ । ଏହା ଶରୀରର ବହୁ ବିଦ୍ଧ ଉପକାର କରିବାରେ ସାହାଜ୍ଯ କରିଥାଏ । ଆଜି ଅଁଳାର ଶରୀର ପାଇଁ ଥିବା ଉପକାରୀତା ଓ ଅଁଳା ଖାଇବା ଦ୍ଵାରା କେଉଁ ମାନଙ୍କୁ ଅଁଳା ଖାଇବା ଅନୁଚିତ ।

ସେହି ବିଷୟରେ ଆଲୋଚନା କରିବା । ଅଁଳାକୁ ବହୁତ ପ୍ରକାର ଭେରାଇଟି ପ୍ରସ୍ତୁତ କରି ଅଁଳାର ସେବନ କରାଯାଇଥାଏ । ଯେପରି ଅଁଳାରେ ପ୍ରସ୍ତୁତ ଆଚାର, କ୍ୟାଣ୍ଡି,ଲଡୁ ଓ ଅଁଳାରୁ ତିଆରି ଚଟନୀ ମଧ୍ୟ ପ୍ରସ୍ତୁତ କରାଯାଇ ସେବନ କରିବା ସହିତ ଅଁଳାକୁ ଲୋକମାନେ କଞ୍ଚା ମଧ୍ୟ ଖାଇଥାନ୍ତି । ଅଁଳାରେ ଭିଟାମିନ -c ଭରପୁର ମାତ୍ରାରେ ରହିଥାଏ ।

ଅଁଳାର ଶରୀର ପାଇଁ ଥିବା ଉପକାରୀତା ଗୁଣ ଗୁଡିକ ହେଉଛି । ଅଁଳା ଖାଇବା ଦ୍ଵାରା ଆଖି ଦ୍ରୁଷ୍ଟି ଶକ୍ତି ସୁଦୃଢ ହୋଇଥାଏ । ଅଁଳା ଖାଇବା ଦ୍ଵାରା ସ୍କିନ ପାଇଁ ବହୁତ ଭଲ ପ୍ରଭାବ ପକାଇଥାଏ । ସୁନ୍ଦର କେଶ ପାଇଁ ଅଁଳାର ସେବନ ମଧ୍ୟ ନିହାତି କରିବା ଉଚିତ । ଅଁଳା ଖାଇବା ଦ୍ଵାରା ବ୍ଲଡ଼ ମଧ୍ୟ ପତଳା ହୋଇଥାଏ ।

ତେଣୁ ସବୁ ବ୍ୟକ୍ତି ମାନେ ଅଁଳାର ସେବନ କରିପାରିବେ । ଏଥିପ୍ରତି ଧ୍ୟାନ ଦେବାକୁ ପଡିବ । ଏହି ପରି କିଛି ସ୍ଵାସ୍ଥ ଜନିତ ବେମାରୀ ରହିଛି । ଯାହା ହୋଇଥିବା ବ୍ୟକ୍ତିଙ୍କୁ ଅଁଳା ଖାଇବା ଠାରୁ ନିଜକୁ ଦୂରେଇ ରଖିବାକୁ ପଡିବ । ଯେଉଁ ବ୍ୟକ୍ତି ମାନଙ୍କର କୌଣସି ରୋଗ ବେମାରୀ ପାଇଁ ସର୍ଜରୀ ବା ଅପରେସନ କରାଯିବାର ଥିବ ।

ସେମାନଙ୍କୁ ସର୍ଜରୀ ହେବାର ୨ ରୁ ୩ ସପ୍ତାହ ପୂର୍ବରୁ ଅଁଳା ଖାଇବା ଉଚିତ ନୁହେଁ । ନଚେତ ଅଁଳା ଖାଇବା ଦ୍ଵାରା ଅଧିକ ବ୍ଲିଡିଙ୍ଗ ହେବାର ସମ୍ଭାବନା ରହିଥାଏ । କିଡ୍ନୀ ରୋଗୀଙ୍କୁ ଅଁଳାର ସେବନ କରିବା ଅନୁଚିତ । କାରଣ ସେମାନଙ୍କ ଶରୀରରେ ସୋଡିୟମର ମାତ୍ରା ବଢିଯାଇଥାଏ । ଯେଉଁ ମାନଙ୍କର ଶରୀରରେ ଲୋ ବ୍ଲଡ଼ପ୍ରେସର ସମସ୍ଯା ରହିଥାଏ ।

ସେମାନଙ୍କୁ ବି ଅଁଳାର ସେବନ କରିବା ଅନୁଚିତ । ଥଣ୍ଡା କାଶ ହେଉଥିବା ସମୟରେ ମଧ୍ୟ ଅଁଳାର ସେବନ କିଛି ଦିନ ପାଇଁ ବନ୍ଦ କରିଦେବା ଉଚିତ । କାରଣ ଅଁଳାର ପ୍ରକୃତି ଥଣ୍ଡା ହୋଇଥାଏ । ଏହାକୁ ଖାଇଲେ ଥଣ୍ଡା ଜ୍ଵର ଭଳି ସମସ୍ଯା ଭଲ ହେବାକୁ ସମୟ ଲାଗିଥାଏ । ଯେଉଁମାନେ ଆଣ୍ଟିବାୟଟିକର ସେବନ କରୁଥିବେ । ସେମାନେ ବି ଅଁଳାର ସେବନ କରିବା ଅନୁଚିତ । ଯଦି ଏହି ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥାଏ  ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *