Hair Care Tips- ପତଳା କେଶ (Hair Loss) ଓ ଝଡୁଥିବା କେଶ (Thinning Hair) କୁ 4 ମାସରେ ହିଁ ଭଲ କରିଦେବ ଏହି ଜିନିଷ, କେଶ ପାଇଁ ବରଦାନ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେଶ ଝଡିବା ପାଇଁ ବହୁତ ଗୁଡିଏ କାରଣ ଦାୟୀ ହୋଇଥାଏ । କ୍ଷାର ଯୁକ୍ତ ପାଣି, ଖାଦ୍ୟ ଶୈଳୀରେ ଅନିୟମିତତା, କେମିକାଲ୍ ଯୁକ୍ତ ସାମ୍ପୁର ବ୍ୟବହାର ଏପରି ଅନେକ କିଛି କାରଣ କେଶ ଝଡିବା ପାଇଁ ଦାୟୀ ହୋଇଥାଏ । ବାୟଟିନ କଣ ହୋଇଥାଏ ? ଏହା କେଶ ଝଡିବା ସମସ୍ଯାକୁ କିପରି ଭାବେ ରୋକିଥାଏ । ଏହି ବିଷୟରେ ସବିଶେଷ ଆଲୋଚନା କରିବା ।

ଡାକ୍ତରଙ୍କର କହିବା ଅନୁସାରେ ବାୟଟିନ କେଶ, ନଖ ଓ ସ୍କିନ ପାଇଁ ବହୁତ ଭଲ ହୋଇଥାଏ । ବାୟଟିନ ଏକ ଭିଟାମିନ ହୋଇଥାଏ । ଯାହା ପାଣିରେ ପକାଇଲେ ତାହା ମିଳାଇଯାଇଥାଏ । ଏହାକୁ ଭିଟାମିନ b 7 ବା ଭିଟାମିନ h ମଧ୍ୟ କୁହାଯାଇଥାଏ । ପ୍ରତ୍ଯେକ ବ୍ୟକ୍ତିର ଶରୀରରେ ବାୟୋଟିନ ପ୍ରସ୍ତୁତି ହୋଇପାରିଥାଏ ।

ତେଣୁ ଏହାକୁ ଖାଇବା ମାଧ୍ୟମରେ ସେବନ କରିପାରିବା । ଏପରି କିଛି ବିଶେଷ ଖାଦ୍ୟ ପଦାର୍ଥ ଅଛି । ଯେଉଁଥିରେ ବାୟୋଟିନ ନାମକ ଉପାଦାନ ମିଳିଥାଏ । ଯେପରିକି ସବୁଜ ପନିପରିବା, ଛତୁ, ବାଦାମ, ସୂର୍ଯ୍ୟମୁଖୀ ଦାନା, ଅଣ୍ଡା, ମାଛ ଏହି ସବୁ ଖାଦ୍ୟ ପଦାର୍ଥ ଖାଇବା ଦ୍ଵାରା ଶରୀରରେ ବାୟୋଟିନ ନାମକ ଉପାଦାନ ପ୍ରସ୍ତୁତ ହୋଇଥାଏ । ଅନ୍ତନଳୀରେ ଏପରି କିଛି ବ୍ୟାକେଟେରିଆ ଅଛନ୍ତି ।

ଯେଉଁ ମାନେ ବାୟୋଟିନ ପ୍ରସ୍ତୁତିରେ ସାହାଜ୍ଯ କରିଥାନ୍ତି । ତେଣୁ ପ୍ରତ୍ଯେକଟି ବ୍ୟକ୍ତି ନିଜର ଅନ୍ତ ନଳୀକୁ ସୁସ୍ଥ ରଖିବା ଉଚିତ । ବାୟୋଟିନ ୩୦ ମାଇକ୍ରୋଗ୍ରାମରୁ ନେଇକି ୧୦୦ ମାଇକ୍ରୋଗ୍ରାମ ପର୍ଯ୍ୟନ୍ତ ନେଇପାରିବେ । କୌଣସି ମନଇଛା ମାର୍କେଟରୁ ବାୟୋଟିନ ସପ୍ଲିମେଣ୍ଟ ସେବନ କରିବା ସ୍ଵାସ୍ଥ ପକ୍ଷେ ହିତକର ହୋଇନଥାଏ । ସର୍ବଦା ଡାକ୍ତରଙ୍କର ପରାମର୍ଶ ଅନୁସାରେ ହିଁ ବାୟୋଟିନ ସପ୍ଲିମେଣ୍ଟ ଗ୍ରହଣ କରି ସେବନ କରିବା ଉଚିତ ।

ଆମ ଶରୀରରେ କେଶ, ନଖ ଓ ସ୍କିନକୁ ସୁସ୍ଥ ରଖିବାକୁ ଥିବା କେରାଟିନ ଥାଏ । ବାୟୋଟିନର ସପ୍ଲିମେଣ୍ଟ ଗ୍ରହଣ କରିବା ଦ୍ଵାରା ଶରୀରରେ ଥିବା କ୍ୟାରୋଟିନକୁ ମଜଭୁତ ଓ ଅଧିକ ସକ୍ରିୟ କରାଇଦେଇଥାଏ । ଯେଉଁ କାରଣରୁ କେଶ, ନଖ ଓ ସ୍କିନ ପାଇଁ ପ୍ରତେକ୍ଷ ବା ପରୋକ୍ଷ ଭାବରେ ସହାୟତା କରିଥାଏ । ବହୁତ ଲୋକ ବିନା ଡାକ୍ତରଙ୍କର ପରାମର୍ଶରେ ବାୟୋଟିନର ସେବନ କରି ତାହାର ସଠିକ କୋର୍ସ ପୂରଣ ନକରି ଛାଡି ଦେଇଥାନ୍ତି ।

ଯେଉଁ କାରଣ ରୁ ବ୍ୟକ୍ତିକୁ ତାହାର ଠିକ ରେଜଲ୍ଟ ଦେଖିବାକୁ ମିଳିନଥାଏ । ବହୁତ ଲୋକଙ୍କର ବାୟୋଟିନର ସଠିକ କୋର୍ସ ଓ ଭଲ ସପ୍ଲିମେଣ୍ଟ ବ୍ୟବହାର ନକରିବା ଦ୍ଵାରା ବି ଏହାର କୁପରିଣାମ ଭୋଗିବାକୁ ପଡିଥାଏ । ତେବେ ଡାକ୍ତରଙ୍କର ପରାମର୍ଶରେ ହିଁ ବାୟୋଟିନ ସପ୍ଲିମେଣ୍ଟକୁ ବ୍ୟବହାର କରିବା ସହିତ ଏହାକୁ ଠିକ ସମୟ ପର୍ଯ୍ୟନ୍ତ ସେବନ କରିବା ଦ୍ଵାରା କେଶ, ନଖ ଓ ସ୍କିନ ଉପରେ ଭଲ ପ୍ରଭାବ ପକାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *