ବ୍ଯକ୍ତିର ବସିବା ଶୈଳୀରୁ ଜାଣନ୍ତୁ ତା’ର ବ୍ୟକ୍ତିତ୍ବ ଓ ସ୍ଵଭାବ (Personality Test)

ପ୍ରତ୍ଯେକ ବ୍ଯକ୍ତିର ବସିବା ଶୈଳୀ ଅନ୍ୟ ଭିନ୍ନ ହୋଇଥାଏ । ଏକ ସାଇକୋଲୋଜି ଗବେଷଣା ଅନୁଯାୟୀ ଆମେ ଯେଉଁ ପ୍ରକାର ବସୁ ସେଥିରୁ ଆମ ବ୍ୟକ୍ତିତ୍ବ ଓ ସ୍ଵଭାବ ସହ ଜଡିତ ଅନେକ ବିଷୟ ଜଣା ପଡିଥାଏ ।

ଆପଣ ନିଜେ ଚିନ୍ତା କରି ଦେଖନ୍ତୁ ଜଣେ ବିଜନେସ ମ୍ୟାନ କିପରି ବସେ ବା ଜଣେ ପରିଶ୍ରମୀ ଲୋକ କିପରି ବସେ ବା କାର୍ଯ୍ୟ କରିବାକୁ ଇଚ୍ଛା ନ ଥିବା ଲୋକ କିପରି ବସେ ? ଏକ ଗବେଷଣା ଅନୁଯାୟୀ ବସିବାର ୫ଟି ସାଧାରଣ ଶୈଳୀ ରହିଛି । ଯାହା ଦ୍ଵାରା ଆପଣ ବ୍ଯକ୍ତିର ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଜାଣି ପାରିବେ ।

ଯଦି କେଉଁ ବ୍ୟକ୍ତି ଆଁଠୁ ଦୁଇଟିକୁ ଯୋଡି ଓ ଦୁଇ ଗୋଡକୁ ମେଲା କରି ବସେ ଓ ବାରମ୍ବାର ନିଜ ଗୋଡକୁ ହଲାଉ ଥାଏ, ତେବ ସେହି ବ୍ୟକ୍ତି ଜଣେ ଖୋଲା ବିଚାର ଥିବା ସ୍ବଭାବର ହୋଇଥାନ୍ତି । ଏମାନେ ସମସ୍ତଙ୍କ ସହ ମିଳିମିଶି ରହିବାକୁ ପସନ୍ଦ କରନ୍ତି । ନୂଆ ନୂଆ ଲୋକଙ୍କ ସହ ମିଶିବା ତାଙ୍କୁ ପସନ୍ଦ ହୋଇଥାଏ ।  ଏମାନେ ଖୁବ ଭଲ ବନ୍ଧୁ ସାବ୍ୟସ୍ତ ହୁଅନ୍ତି ।

ଯଦି କେହି ବ୍ୟକ୍ତି ଗୋଡ ଉପରେ ଗୋଡ ଛକି ଭଳି ରଖି ବସନ୍ତି ତେବେ ସେ ଖୁବ ବୁଦ୍ଧିମାନ ସକାରାତ୍ମକ ବିଚାରଶୀଳ ବ୍ୟକ୍ତି ଅଟନ୍ତି । ଏମାନେ କାହା ଉପରେ ଶୀଘ୍ର ବିଶ୍ବାସ କରନ୍ତି ନାହିଁ । ଏମାନେ ନିଜ ବ୍ୟକ୍ତିଗତ କଥା ସହଜରେ କାହା ଆଗରେ ସେୟାର କରନ୍ତି ନାହିଁ । ଏମାନଙ୍କୁ ସମୟ ବରବାଦ କରିବା ବିଲକୁଲ ମଧ୍ୟ ପସନ୍ଦ ନୁହେଁ । ଏମାନଙ୍କୁ ସ୍ଵପ୍ନ ଦେଖିବା ଓ ତାକୁ ସାକାର କରିବା ଖୁବ ପସନ୍ଦ ଅଟେ ।

ଯଦି କେହି ଆଁଠୁ ମେଲାଇ ଓ ପାଦ ଦୁଇଟି ଯୋଡି କରି ବସୁଛନ୍ତି ତେବେ, ସେ ବହୁତ ସଚ୍ଚୋଟ ଓ ବିଶ୍ଵସ୍ତ ବ୍ୟକ୍ତି ଅଟନ୍ତି । ଏମାନଙ୍କୁ ମିଥ୍ୟା ବିଲକୁଲ ପସନ୍ଦ ନୁହେଁ ଏବଂ ଅଧିକ କଥା କହିବା ମଧ୍ୟ ପସନ୍ଦ ନୁହେଁ । କୌଣସି ବିଷୟ ବୁଝିବାକୁ ଓ ଧ୍ୟାନ ଦେବାକୁ ତାଙ୍କୁ ସାମାନ୍ଯ କଷ୍ଟ ହୋଇଥାଏ । ଏମାନେ ଆଲୋଚନାରୁ ବଞ୍ଚି ରୁହନ୍ତି, କାହାର ଅପମାନ କରନ୍ତି ନାହିଁ ଓ କାହା ସହ ଯୁକ୍ତି କରିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ ।

ଯଡି କେହି ତାଙ୍କ ଗୋଡକୁ ସଂପୂର୍ଣ୍ଣ ଭାବେ ଯୋଡି ବସନ୍ତି ତେବେ ସେ ହେଉଛନ୍ତି ମିଷ୍ଟର ପରଫେକ୍ଟ । ଏମାନେ ସମସ୍ତ କାର୍ଯ୍ୟକୁ ସଠିକ ଭାବେ କରିବାକୁ ପସନ୍ଦ କରନ୍ତି । ଏମାନେ ସମୟ ବରବାଦ କରିବାକୁ ଭଲ ପାଆନ୍ତି ନାହିଁ ଓ ମନ ଲଗାଇ କଠିନ ପରିଶ୍ରମ କରନ୍ତି ।

ଯଦି କେହି ତାଙ୍କ ଗୋଡକୁ ସଂପୂର୍ଣ୍ଣ ଯୋଡି ଏକ ପାର୍ଶ୍ଵକୁ ଅଣାଇ ରଖି ବସନ୍ତି ତେବେ ସେ ଜଣେ ଆଶାବାଦୀ ବ୍ୟକ୍ତି ଅଟନ୍ତି । ଯେକୌଣସି କାର୍ଯ୍ୟ ସଫଳ ହେବାର ଓ ଫଳ ପ୍ରାପ୍ତ ହେବାର ସଠିକ ସମୟ ରହିଛି ବୋଲି ସେ ଭଲ ଭାବେ ବୁଝନ୍ତି । ସେ ଜଣେ ଭାଗ୍ୟ ଉପରେ ବିଶ୍ଵାସ ରଖୁଥିବା ବ୍ୟକ୍ତି ଅଟନ୍ତି । ଏମାନେ ନିଜ ହିସାବରେ ଜୀବନ କାଟିବା ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *