କେଉଁ ଘରେ ଲକ୍ଷ୍ମୀ ବାସ କରନ୍ତି ? କେଉଁ ବ୍ୟକ୍ତିଙ୍କ କାନ୍ଧରେ ଲକ୍ଷ୍ମୀ ରୁହନ୍ତି ? Ajira Anuchinta

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ କିଛି ଏଭଳି ବିଷୟ ରେ ଜଣାଇବୁ ଯାହା ଆପଣ ଙ୍କୁ ଧନ ବାନ କରି ପାରିବ । ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଆଜିର ସମୟରେ ସମସ୍ତ ବ୍ୟକ୍ତି ସେମାନଙ୍କର ସବୁ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅର୍ଥ ଧନର ଆବଶ୍ୟକତା କରିଥାନ୍ତି ।

ଏହି ସମୟରେ ଅନେକ ଲୋକବି ଅଛନ୍ତି ବହୁତ ଟଙ୍କା ରୋଜଗାର କରନ୍ତି ।   କିନ୍ତୁ ଶେଷରେ ସେମାନଙ୍କ ପାଖରେ ଟଙ୍କାଟିଏ ମଧ୍ୟ ରହିନଥାଏ । କେଉଁଠି ନା କେଉଁଠି ଖର୍ଚ ହୋଇଯାଇଥାଏ । ଯେଉଁଥି ପାଇଁ ସେମାନଙ୍କର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଧନ ସେଇ ମାନଙ୍କ ପାଖରେ ରହିଥାଏ ଯେଉଁ ମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ମାତା ଲକ୍ଷ୍ମୀ ଙ୍କର କୃପା ପ୍ରତ୍ୟେକ ବ୍ୟକ୍ତି ଉପରେ ରହିଥାଏ । କିନ୍ତୁ କିଛି ଏମିତି ଲୋକ ରହିଥାନ୍ତି ଯେଉଁ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ରହିଥାନ୍ତି ଏବଂ ତାଙ୍କ ଘରେ ମଧ୍ୟ ବାସ କରିଥାନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ବ୍ୟକ୍ତି ମାନେ କିଏ ଏବଂ କେଉଁ କାର୍ଯ୍ୟ ଯୋଗୁଁ ମାତା ଲକ୍ଷ୍ମୀ ଖୁସି ହୋଇଥାନ୍ତି । ବୃହତ ଲକ୍ଷ୍ମୀ ପୁରାଣ ରେ ବର୍ଣ୍ଣିତ ହୋଇଛି କି ମାତା ଲକ୍ଷ୍ମୀ କେଉଁ କେଉଁ ବ୍ୟକ୍ତି ଙ୍କ ଘରେ ବାସ କରନ୍ତି ଏବଂ ତାଙ୍କ ଆଶୀର୍ବାଦ ପ୍ରଦାନ କରିଥାନ୍ତି ।

ତେବେ ପୁରାଣ ଅନୁସାରେ ଯେଉଁ ଘରେ ଧଳା ପାରା ର ବସା ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ଙ୍କ ବାସ ରହିଥାଏ ଏବଂ ଯେଉଁ ଘରେ ସୁନ୍ଦରୀ ଗୃହଣୀ ରହିଥାଏ ସେହି ଘରେ ମଧ୍ୟ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ତେବେ ସୁନ୍ଦରୀ ର ଅର୍ଥ କେବଳ ଗୋରା ଚେହେରା କିମ୍ବା ସୁନ୍ଦର ଗଢଣ ନୁହେଁ ବରଂ ବ୍ୟବହାର ରେ ଗୁଣ ରେ ସୁନ୍ଦର ଥାଏ ସେହି ବ୍ୟକ୍ତି ଙ୍କ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ।

ଏହା ଛଡା ସୁନା ପରି ଧାନ ଏବଂ ରୁପା ପରି ଅରୁଆ ଚାଉଳ ଏବଂ ଅନ୍ନ ରେ କୌଣସି ଗୋଡି,କୁଟା ନଥାଏ ଏବଂ ଯେଉଁ ମାନଙ୍କ ଘରେ କ-ଳ-ହ ଲାଗି ନଥାଏ ଏବଂ ସମସ୍ତେ ଏକାଠି ବାସ କରନ୍ତି । ସର୍ଵଦା ନିଜର କମ କଥା ହୁଅନ୍ତି ଏବଂ ସମୟ ର ସଦୁପଯୋଗ କରନ୍ତି,ଧର୍ମ କର୍ମ ରେ ମନ ଲଗାନ୍ତି ଏବଂ ଯେତିକି ବି କଥା କୁହନ୍ତି ସେ ସବୁ ମଧୁର ଏବଂ କୋକିଳ ଭଳି ଲାଗୁଥିବ ଏବଂ ଯିଏ ବୃଦ୍ଧ ଏବଂ ଗୁରୁଜନ ମାନଙ୍କ ର ସମ୍ମାନ ଦେବା ସହ ତାଙ୍କର ଯତ୍ନ ନେଉଥିବେ ସେହି ମାନଙ୍କ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ।

ଯେଉଁ ମାନେ ପଶୁପକ୍ଷୀ ଙ୍କୁ ପ୍ରେମ କରନ୍ତି । ନିଜର ସମସ୍ତ କାର୍ଯ୍ୟ କୁ ଶୀଘ୍ର ଶୀଘ୍ର କରିଥାଏ ଏବଂ ଅଧିକ ସମୟ ବ୍ୟର୍ଥ କରେ ନାହିଁ ଏବଂ ସମସ୍ତ ଙ୍କୁ ଭଲ ବ୍ୟବହାର କରେ ସ୍ନେହ କରେ ଏବଂ ଯେତିକି ଭୋକ ସେତିକି ଖାଦ୍ୟ ଖାଇଥାଏ ଏବଂ ଲୋ-ଭ କରି ନଥାଏ ଏବଂ ନାରୀ ମାନଂକୁ ସମ୍ମାନ ଦେଇଥାଏ । ନିରାମିଷ ଖାଦ୍ୟ ଖାଏ ଏବଂ ଯେଉଁ ବ୍ୟକ୍ତି ସମସ୍ତ ଙ୍କୁ ଆଦର କରେ କାହା ପ୍ରତି ଘୃଣା ଭାବ ରଖି ନଥାଏ ସେହି ବ୍ୟକ୍ତି ଙ୍କ ପାଖରେ ମାତା ଲକ୍ଷ୍ମୀ ସର୍ଵଦା ବାସ କରି ଥାଆନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରିଥାନ୍ତି ।

Leave a Reply

Your email address will not be published. Required fields are marked *