BP କୁ ନର୍ମାଲ ରଖିବା ପାଇଁ କଣ ଖାଇବେ ଓ କଣ ଖାଇବେନି ? ଜାଣନ୍ତୁ ପୁରା Diet Chart

ହାଇ ବିପି ଆଜିର ସମୟରେ ଏକ ଅତ୍ୟନ୍ତ ହିଁ ସାଧାରଣ ରୋଗ ହୋଇ ଗଲାଣି । ମହିଳା ମାନଙ୍କ ଅପେକ୍ଷା ପୁରୁଷ ମାନଙ୍କ ଠାରେ ଏହା ଅଧିକ ମାତ୍ରାରେ ହେବାର ଦେଖା ଦେଇଥାଏ । 40 ରୁ 50 ବର୍ଷ ବୟସ ହେଲା ମାତ୍ରେ ହିଁ ବିପି ର ଔଷଧ ଆରମ୍ଭ ହୋଇ ଯାଇଥାଏ । ଔଷଧ ଖାଇବା ଅପେକ୍ଷା ଯଦି ଶରୀରର କିଛି ବିଶେଷ ଯତ୍ନ ନିଆ ଯାଇଥାଏ, ତେବେ ଏହାଦ୍ଵାରା ହାଇ ବିପି ଜନିତ ସମସ୍ଯା ରୁ ସବୁ ଦିନ ପାଇଁ ମୁକ୍ତି ମିଳି ଯାଇଥାଏ ।

ଶରୀର ରେ ବ୍ଲଡ ପ୍ରେସର ବଢିବା ଦ୍ଵାରା ଏହାର ସିଧା ପ୍ରଭାବ ହାର୍ଟ, କିଡନୀ, ପେଟ ଓ ଶରୀର ର ଅନ୍ଯାନ୍ଯ ଅଙ୍ଗ ମାନଙ୍କ ଉପରେ ଦେଖିବାକୁ ପଡିବ । ଏଥିପାଇଁ ଯେଉଁ କ୍ଲାର୍ଣ ରୁ ହାଇ ବିପି ହେବାର ଦେଖା ଯାଇଥାଏ ତାହାକୁ ମୂଳରୁ ଛାଡିବାକୁ ହେବ । ସେହି ଜିନିଷ ଟି ହେଉଛି ଲୁଣ ।

ଲୁଣ ର ଅତ୍ୟଧିକ ସେବନ ଶରୀର ରେ ହାଇ ବିପି କୁ ସୃଷ୍ଟି କରିଥାଏ । ସେଥିପାଇଁ ଏକ ଦିନରେ ଅତି ବେଶି ରେ ମୋଟ ଏକ ଚାମଚ ଲୁଣ ର ହିଁ ସେବନ କରିବା ଉଚିତ । ଆରମ୍ଭ ରୁ ଏହା କିଛି ମାତ୍ରାରେ କଷ୍ଟକର ବୋଲି ଲାଗି ପାରେ, କିନ୍ତୁ ଏହା ଧୀରେ ଧୀରେ ହୋଇ ଆପଣ ଙ୍କର ଅଭ୍ଯାସ ରେ ପରିଣତ ମଧ୍ୟ ହୋଇଯିବ ।

ଆମର ଡାଏଟ ଶରୀର ର ସମସ୍ତ ରୋଗ କୁ ଠିକ କରି ଦେଇଥାଏ । ଏହି ପ୍ରକୃତି ଆମକୁ ପ୍ରଦାନ କରିଥିବା ଫଳ ଏକ ଏପରି ଔଷଧ ଅଟେ, ଯାହାକି ସମସ୍ତ ପ୍ରକାରର ରୋଗ ମଧ୍ୟ ଠିକ କରି ଦେଇଥାଏ । ବ୍ଲଡ ପ୍ରେସର କୁ ନିୟନ୍ତ୍ରିତ କରି ରଖିବା ପାଇଁ ଡାଏଟ ରେ ପୋଟାସିୟମ, ମଗ୍ନେସିୟମ ଓ କ୍ୟାଲସିୟମ ଥିବା ନିହାତୀ ଆବଶ୍ୟକ । ଏହି ତିନୋଟି ମିନାରାଲ ଆମକୁ ଫଳରୁ ମିଳିଯାଇଥାଏ । ଏପରିରେ ପ୍ରତିଦିନ ଅତିକମ ରେ ଗୋଟିଏ କଦଳୀ ର ସେବନ ମଧ୍ୟ ଶରୀର ରେ ବ୍ଲଡ ପ୍ରେସର କୁ ନିୟନ୍ତ୍ରିତ କରି ରଖିଥାଏ ।

ତାହାଛଡା ପ୍ରତିଦିନ କେବଳ ଗୋଟିଏ ବିଟର ଜୁଷ କରି ସେବନ କରିବା ଦ୍ଵାରା ମଧ୍ୟ ତାହା ଶରୀର ରେ ଥିବା ବ୍ଲଡ ପ୍ରେସର କୁ ଠିକ କରି ରଖିଥାଏ । ଏହା ସହ ଡାଳିମ୍ବ ଓ କମଳା ର ଜୁସ ମଧ୍ୟ ଶରୀର ରେ ବ୍ଲଡ ପ୍ରେସର କୁ ନିୟନ୍ତ୍ରିତ କରି ରଖିଥାଏ । ଏହାଛଡା ସେଉ ଓ ତାହାସହ ଅନ୍ୟାନ୍ୟ ସମସ୍ତ ପ୍ରକାର ର ଫଳର ସେବନ ଦ୍ଵାରା ମଧ୍ୟ ଶରୀର ରେ ବ୍ଲଡ ପ୍ରେସର କୁ ନିୟନ୍ତ୍ରିତ ହୋଇ ରହିଥାଏ ।

କିନ୍ତୁ ଏହାର ସବନ ସମୟରେ ମନେ ରଖିବା ଉଚିତ କି ଏହାକୁ ସେବନ କରିବା ସମୟରେ ଏଥିରେ ଲୁଣ ର ବ୍ୟବହାର କରନ୍ତୁ ନାହିଁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପ୍ସୋତ ଟି ଭଲ ଲାଗେ ତେବେ ଆପଣ ମାନେ ଆମର ଏହି ପୋଷ୍ଟ କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *