କଣ କଲେ ସହଜରେ ପାଠ ମନେ ରଖି ପାରିବେ ? ପାଠ ମନେ ରହୁନଥିଲେ ନିଶ୍ଚୟ ଦେଖନ୍ତୁ…(Study Tips)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ବାପାମାଆ ମାନେ ଚାହିଁଥାନ୍ତି । ନିଜର ସନ୍ତାନକୁ ଉପଯୁକ୍ତ ଭାବେ ଗଢି ତୋଳି ଏକ ଉତ୍ତମ ନାଗରିକ କରିବେ । ପିଲାଟି ଭଲ ପାଠ ପଢି ଦୁନିଆରେ ଏକ ସଫଳ ବ୍ୟକ୍ତିତ୍ବ ଭାବରେ ଜଣା ଶୁଣା ହେଉ । ବହୁତ ପିଲା ଅଛନ୍ତି ଯେଉଁ ମାନେ ଅଳ୍ପ ପାଠ ପଢି ମଧ୍ୟ ବହୁତ ଶୀଘ୍ର ପାଠ ମନେ ରଖି ଦେଉଛନ୍ତି । ଏପରି କେତେକ ପିଲା ଅଛନ୍ତି ଯେଉଁ ମନେ ଦୀର୍ଘ ସମୟ ବହି ଧରି ପାଠ ପଢିଲା ପରେ ମଧ୍ୟ ସେମାନଙ୍କର ପାଠ ମନେ ରହୁନାହିଁ ।

ସେଥିପାଇଁ ପରିବାର ସଦସ୍ୟ ନିଜର ପିଲାର ଜ୍ଞାନ ବଢାଇବା ପାଇଁ ବିଭିନ୍ନ ପ୍ରକାର ଡାକ୍ତରଙ୍କର ପରାମର୍ଶ ନେବା ସହ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପିଲାଙ୍କୁ ଖାଇବାକୁ ଦେଉଛନ୍ତି । କାରଣ ପିଲାର ଯେପରି ଉତ୍ତମ ଭାବେ ମାନସିକ ବିକାଶ ହୋଇଯାଉ । ଯାହା ଦ୍ଵାରା ପିଲାର ସ୍ମରଣ ଶକ୍ତି ବୃଦ୍ଧି ପାଇବ । ଆଜି ଆପଣ ମନେ ଜାଣିବାକୁ ପାଇବେ ।

ପିଲାର ମାନସିକ ଶକ୍ତିକୁ ଶକ୍ତିଶାଳୀ କରି ସ୍ମରଣ ଶକ୍ତିକୁ ବଢାଇବା ପାଇଁ ଚାହୁଁଥିଲେ । ପିଲାକୁ ପ୍ରଥମେ ଏପରି କିଛି ଭଲ ଶିକ୍ଷା ଦିଅନ୍ତୁ । ଯାହା ଦ୍ଵାରା ପିଲା ନିଜେ ନିଜର ଜ୍ଞାନ ବଢାଇପାରିବ । ଯେପରି ପିଲାଙ୍କୁ କୁହନ୍ତୁ । ଯେଉଁ ପାଠ ସେମାନେ ପଢୁଛନ୍ତି । ସେମାନେ ପଢିଲା ସମୟରେ ଅନ୍ୟ କୌଣସି ପ୍ରକାର ଚିନ୍ତନ ମନକୁ ଆଣନ୍ତୁ ନାହିଁ ।

ତାଙ୍କ ପାଇଁ ଏକ ପଢା ପରିବେଶ ସୃଷ୍ଟି କରନ୍ତୁ । ଯେଉଁ ଠାରେ ପିଲା ବସି ପଢିଲେ କୌଣସି ପ୍ରକାର ଅନିଶ୍ଚିତତା ପିଲାଙ୍କ ମୁଣ୍ଡରେ ପ୍ରବେଶ କରିପାରିବ ନାହିଁ । ଏହା ସହିତ ପିଲା ଯେଉଁ ପାଠକୁ ବିଦ୍ୟାଳୟରେ ବା ଘରେ ଶୁଣୁଛନ୍ତି । ତାକୁ ଭଲ ଭାବରେ ଶୁଣିବା ସହ ସେହି ପାଠକୁ ଘରେ ଆସି ବାରମ୍ବାର ପଢନ୍ତୁ । ପଢିବା ପରେ ସେହି ପାଠକୁ ବାରମ୍ବାର ଲେଖି ଅଭ୍ଯାସ କରନ୍ତୁ ।

ସେହି ପାଠ ହୋଇସାରିଲା ପରେ ମଧ୍ୟ ସେହି ପାଠକୁ ପୁନଶ୍ଚ ସପ୍ତାହରେ ବାରମ୍ବାର ଅଭ୍ଯାସ କରନ୍ତୁ । କାରଣ ଥରେ ପଢିଦେଲେ । ସେହି ପାଠ ଦୀର୍ଘ ସମୟ ପର୍ଯ୍ୟନ୍ତ ମନେ ରହିଯିବ ବୋଲି କିଛି ମାନେ ନାହିଁ । ତେଣୁ ପାଠକୁ ମନେ ରଖିବା ପାଇଁ ହେଲେ ପିଲା ନିଜେ ମାନସିକ ସ୍ତରରେ କାର୍ଯ୍ୟକାରୀ କରି ପାଠକୁ ବାରମ୍ବାର ନହୋଇବା ପର୍ଯ୍ୟନ୍ତ ଅଭ୍ଯାସ କରି ମନେ ରଖିପାରିବ ।

ପିଲା ଫିଲ୍ମ ର ଗୀତ, ଡାଇଲଗ, ଷ୍ଟୋରିରେ କଣ ହୋଇଥିଲା ଆଦି ଏହିପରି ଅନେକ କଥା ସଙ୍ଗେ ସଙ୍ଗେ ମନେ ରଖିଦେଉଛନ୍ତି । କାରଣ ସେଥିରେ ତାଙ୍କର ଆଗ୍ରହ ରହୁଛି । ଯାହା ଦ୍ଵାରା ବହୁତ ସହଜରେ ସେହି କଥାକୁ ମନେ ରଖିବା ପାଇଁ ସକ୍ଷମ ହୋଇଯାଉଛି । ସେହି ପିଲା ପାଠରେ ଦୁର୍ବଳ କ’ ଣ ପାଇଁ ହୋଇବ ।

ଯଦି ସେହି ପିଲା ପାଠକୁ ମନେ ରଖିବା ପାଇଁ ଚାହେଁ । ତେବେ ପିଲାକୁ ପାଠ ପ୍ରତି ଆଗ୍ରହ ଓ ରୁଚି ରଖିବାକୁ ପଡିବ । ଯାହା ଦ୍ଵାରା ବହୁତ ସହଜରେ ସେ କୌଣସି ମଧ୍ୟ ପାଠକୁ ଶୀଘ୍ର ମନେ ରଖିଦେଇପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ।

Leave a Reply

Your email address will not be published. Required fields are marked *