3 ସ୍ତନ ଥିବା ଏକ ନାରୀର ଚରିତ୍ର କିପରି ହୋଇଥାଏ ? ଆଜିର Anuchinta ରେ ଜାଣନ୍ତୁ ତ୍ରୀସ୍ତନୀ ନାରୀର ଏହି କାହାଣୀ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେବେ ମଧ୍ୟ କାହାର ଅନିଷ୍ଟ କରିବାକୁ ଚେଷ୍ଟା କରିବା ନାହିଁ । ଚେଷ୍ଟା କରିବା ତ ଦୂରର କଥା କେବେ ମଧ୍ୟ କାହାର ଖରାପ କରିବାର ଭାବନା ସ୍ଵପ୍ନରେ ବି ଆଣିବା ଅନୁଚିତ । କାରଣ କଥାରେ ଅଛି ଜେସା କୁ ତେସା । ଆଜି ଆପଣ ମାନେ ଏହି କଥାକୁ ନେଇ ବହୁତ ଭଲ ଗପଟି ଜାଣିବାକୁ ପାଇବେ । ଏକ ରାଜ୍ୟରେ ଚଣ୍ଡବର୍ଣ୍ଣା ବୋଲି ରାଜାଟି ଥିଲା । ରାଜାଙ୍କର କିଛି ସନ୍ତାନ ନଥିଲେ ।

ବହୁ ଅପେକ୍ଷା କରି ପୂଜା ପାଠ କରି ଏକ କନ୍ୟା ସନ୍ତାନ ତାଙ୍କର ଜାତ ହୋଇଥିଲା । ସେହି କନ୍ୟାର ୩ ଟି ସ୍ତନ ଥିଲା । ତେଣୁ କନ୍ୟାର ନାମକରଣ ତ୍ରିସ୍ତନୀ ବୋଲି କରାଗଲା । ଜ୍ଯୋତିଷ ଜାତକ କରିବା ସମୟରେ ୩ ସ୍ତନ କନ୍ୟାକୁ ଦେଖି କହିଥିଲେ । ଏହି ଝିଅ ବଡ ହୋଇ ଚରିତ୍ରନଷ୍ଟ କରିବା ସହିତ ବାପା ପ୍ରତି ଅନିଷ୍ଟର କାରଣ ପାଲଟିବ । ତାପରେ ସେହି କନ୍ୟାକୁ କାହା ସହିତ ମିଳାମିଶା କରିବାକୁ ବାହାରକୁ ଛଡାଗଲା ନାହିଁ । ସବୁବେଳେ ଘରେ ସେହି କନ୍ୟା ସନ୍ତାନକୁ ଘରେ ରଖାଗଲା ।

ଦିନକୁ ଦିନ ଗଡିଲା ପରେ କନ୍ୟାର ମଧ୍ୟ ବୟସ ବୃଦ୍ଧି ପାଇ ଯୌବନ ଅବସ୍ତାରେ ଝିଅଟି ପରିଣତ ହୋଇଗଲା । ତାପରେ ରାଜା ଓ ରାଣୀଙ୍କର ଉଭୟଙ୍କର ଝିଅର ବାହାଘର ଲାଗି ଚିନ୍ତା ପଡିଲା । କାରଣ କନ୍ୟାର ୩ ଟି ସ୍ତନ ଥିବା ଯୋଗୁ ଏପରି ଝିଅକୁ ବିଭା କରିବାକୁ କେହି ରାଜି ହେବେ ନାହିଁ । ଏହାପରେ ରାଜା ଥରେ ଏକ ସଭା କରି ଘୋଷଣା କଲେ ।

ମୋ ଝିଅ ତ୍ରିସ୍ତନୀକୁ ଯିଏ ବିଭା କରିବ । ତାକୁ ମୁଁ ସହସ୍ର ସ୍ଵର୍ଣ୍ଣ ମୁଦ୍ରା ଦେବି ଯାହାକୁ ପାଇଲା ପରେ ଆଜୀବନ ସେ ବସି ଖାଇଲେ ମଧ୍ୟ ତାର ଅଭାବ ହେବ ନାହିଁ । ଏହା ସହିତ ରାଜାଙ୍କର ସର୍ତ୍ତ ଥିଲା, ଯିଏ ମୋ ଝିଅକୁ ବିଭା ହେବ ସେ ବାହା ହୋଇସାରିଲା ପରେ ସ୍ଵର୍ଣ୍ଣ ମୁଦ୍ରା ନେଇ ଓ ଝିଅକୁ ନେଇ ଏହି ରାଜ୍ୟ ଛାଡି ଅନ୍ୟତ୍ର ପଳାଇବ । ରାଜାଙ୍କର ଏହି ସର୍ତ୍ତରେ କେହି ମଧ୍ୟ ରାଜି ହେଲେ ନାହିଁ । ଏହାପରେ ରାଜା ବିଚଳିତ ହୋଇ କିଛି ଦିନ ପରେ ଅନ୍ୟ ଏକ ଦିନ ପୁଣି ଘୋଷଣା କଲେ ।

କେମ୍ପା, ଅନ୍ଧ, ଛୋଟା ଯିଏ ଚାହିଁବ । ସେ ମୋ ଝିଅକୁ ବାହା ହେବାକୁ ଚାହୁଁଥିବା । ବାହା ହୋଇ ସହସ୍ର ମୁଦ୍ରା ନେଇ ଏହି ରାଜ୍ୟ ଛାଡି ଅନ୍ୟତ୍ର ପଳାଇବ । ଏହି ଘୋଷଣା ୨ ଅନ୍ଧ ଓ ଛୋଟ ଶୁଣିବାକୁ ପାଇଲେ । ତାପରେ ଛୋଟ ଜଣଙ୍କ ଅନ୍ଧକୁ କହିଲା । ତୁ ରାଜକନ୍ୟାକୁ ବାହା ହୋଇଯା ତାପରେ ଯେଉଁ ଉପହାର ମିଳିବ । ଆମ ୩ ଜଣ ତାକୁ ନେଇ ଅନ୍ୟତ୍ର ପଳାଇବା ଓ ଆମକୁ ଆଉ ଭିକ୍ଷା ମାଗିବାକୁ ପଡିବ ନାହିଁ ।

ତାପରେ ଏହି କଥାରେ ରାଜି ହୋଇ ଅନ୍ଧ ତ୍ରିସ୍ତନୀକୁ ବାହା ହେଲା ପରେ ୩ ଜଣ ଅନ୍ୟ ଏକ ରାଜ୍ୟକୁ ପଳାଇଗଲେ । କିଛି ଦିନ ଅନ୍ୟ ଜାଗାରେ ରହିଲା ପରେ ତ୍ରିସ୍ତନୀ ଯାହା ସହିତ ବାହା ହୋଇଥିଲା, ତା’ ସହିତ ସମ୍ପର୍କ ନଗଢି ତ୍ରିସ୍ତନୀ ଅନ୍ଧର ସାଙ୍ଗ ଛୋଟା ସହିତ ଶାରୀରିକ ସମ୍ପର୍କ ଗଢି ଉଠିଲା । ଏହିପରି ସବୁବେଳେ ଚାଲେ କିନ୍ତୁ ବିଚରା ଅନ୍ଧ ସ୍ଵାମୀ ଆଖି ନଥିବାରୁ କିଛି ଜାଣିପାରେ ନାହିଁ । ତାପରେ ଦିନକର କଥା ତ୍ରିସ୍ତନୀ ଛୋଟାକୁ କହିଲା ଆମେ ଏହି ଅନ୍ଧକୁ ସାଥିରେ ରଖୀ ଝାମଲା କାଇଁ କରିବା ?

ଆମେ ଦୁହେଁ ମିଶି ଅନ୍ଧ ମାରି ଦେଇ ସମସ୍ତ ସ୍ଵର୍ଣ୍ଣ ମୁଦ୍ରାକୁ ଖୁସିରେ ଜୀବନଜାପନ କରିବା । ଏହା ଶୁଣି ଅନ୍ଧର ସାଙ୍ଗ ଛୋଟା ମଧ୍ୟ ରାଜି ହୋଇ ଅନ୍ଧକୁ ମାରିବା ପାଇଁ ବିଶ ଆଣିବା ପାଇଁ ଚାଲିଗଲା । ବିଶ ଆଣିବାକୁ ଯାଇଥିବା ସମୟରେ ବାଟରେ ଏକ ବିଷଧର ସାପ ମରିପଡିଥିବାର ଦେଖିଲା । ତାପରେ ସେ ଏକ ଉପାୟ ପାଞ୍ଚି ଘରକୁ ଆସିଲା । ତ୍ରୀସ୍ତନୀକୁ କହିଲା ତୁ ଏହି ବିଷଧର କାଟି ମସଲା ଦେଇ ଭାଜିଦେ । ଅନ୍ଧକୁ ମାଛ ଭଜା କହି ଖାଇବାକୁ ଦେବୁ । ତାପରେ ଏହାକୁ ଖାଇ ସେ ମରିଯିବ ।

ଏହା କହି ଅନ୍ଧ ଚାଲିଗଲା । ତାପରେ ତ୍ରୀସ୍ତନୀ ସାପକୁ ଭାଜିବା ସମୟରେ ପାଣି ଆଣିବାକୁ ଯିବାର ପଡିଲା । ପାଣି ନେଇ ଆସିବା ପର୍ଯ୍ୟନ୍ତ ତ୍ରୀସ୍ତନୀ ଅନ୍ଧକୁ ସେହି ଭଜାକୁ ଖଡିକା ଧରି ଭାଜିବାକୁକହି ପାଣି ଆଣିବାକୁ ଚାଲିଗଲା । ତାପରେ ଅନ୍ଧ ଭାଜୁଥିବା ସମୟରେ ସେହି ବିଷଧର ସାପର ଗରଳ ଧୂଆଁ ଆସି ଅନ୍ଧର ଆଖିରେ ବାଜିଲା । ତାପରେ ଧୀରେ ଧୀରେ ଅନ୍ଧ ଆଖିରୁ ପରଳ ଖସି ଅନ୍ଧ ସଂପୂର୍ଣ୍ଣ ଭଲ ହୋଇ ସବୁ କିଛି ଦେଖିବାକୁ ଲାଗିଲା । ତାପରେ ସେ ଦେଖିଲା, ସେ ଭାଜୁଥିବା ମାଛଟି ପ୍ରକୃତରେ ମାଛ ନୁହେଁ ବଂର ସେ ସାପକୁ ଭାଜୁଥିଲା ।

ତାପରେ ସେ ସବୁ କିଛି ସେମାନଙ୍କର କୁଟନୀତି ବୁଝିଗଲା । ସେ ଦେଖିପାରୁଥିବା ସତ୍ବେ ମଧ୍ୟ ମିଛି ମିଛି ନ୍ଦେଖିବାର ଅଭିନୟ କରିଲା । ତାପରେ ତ୍ରୀସ୍ତନୀ ପାଣି ଆଣି ପହଞ୍ଚିଲା ଓ ତା କିଛି ସମୟ ପରେ ଛୋଟା ଆସି ପହଞ୍ଚିଲା, ସେ ଜାଣି ନାହିଁ । ଅନ୍ଧ ଆଖି ଭଲ ହୋଇଯାଇଛି । ଛୋଟା ଯେତେବେଳେ ତ୍ରୀସ୍ତନୀକୁ ଅନ୍ଧ ଆଗରେ ଆଲିଙ୍ଗନ କରିଲା ।

ଅନ୍ଧ ରାଗ ତମତମ ହୋଇ ପନିକି ଆଣି ତ୍ରୀସ୍ତନୀ ଓ ଛୋଟାକୁ ହତ୍ୟା କରିଦେଲା ।ଏହି ଗପଟିର ଅର୍ଥ ଏହା କିଜେ ଯାହା ପାଇଁ ଯେ ଗାତ ଖୋଲିବ । ସେ ଦିନେ ନା ଦିନେ ସେହି ଗତରେ ପଡି ମରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *