ବନ୍ଦ ନାକ ଖୋଲିବାର ରାମବାଣ ଘରୋଇ ଉପଚାର, ଥଣ୍ଡା, କାଶ, କଫ ଥରକରେ ଭଲ ହେବ (Cold Remedies)

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଦେଶରେ ବ୍ୟାପିଥିବା କୋରନା ମହାମାରୀ ରୁ ବଂଚିବା ପାଇଁ ଥଣ୍ଡା ଓ କାଶ ଠାରୁ ଦୂରେଇ ରହିବା ଆବଶ୍ୟକ । ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଛାତି ରେ କଫ ଜମି ଥିବା ସମସ୍ୟା ଦେଖାଯାଏ । ଯାହାଦ୍ୱାରା ଶୁଖିଲା କାଶ କିମ୍ବା ନାକ ବନ୍ଦ ହୋଇ ଯାଇଥାଏ ଯାହା ଦ୍ୱାରା ସେମାନଙ୍କୁ ନିଶ୍ୱାସ ନେବାରେ ବହୁତ ଅସୁବିଧା ମଧ୍ୟ ହେବ । ତେବେ ଏଥି ପାଇଁ ସେମାନେ ବିଭିନ୍ନ ପ୍ରକାର ଔଷଧ ର ସେବନ ମଧ୍ୟ କରିଥାନ୍ତି । କିନ୍ତୁ ତାଙ୍କୁ କୌଣସି ଲାଭ ହୋଇନଥାଏ ।

ବନ୍ଧୁଗଣ ଯଦି ଆପଣଙ୍କ ମଧ୍ୟରେ ବି ଏହି ସମସ୍ୟା ରହିଛି ତେବେ ଆମେ ଆପଣ ମାନଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତା’ର ପ୍ରୟୋଗ ଦ୍ବାରା ଆପଣ ଏହି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ । ଏହି ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ଆୟୁର୍ବେଦ ଏବଂ ବହୁତ ସହଜ ଅଟେ । ତେବେ ଆସନ୍ତୁ ଏହି ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ପାଇଁ ଆପଣ ଙ୍କୁ କେବଳ ଦୁଇଟି ଘରୋଇ ସାମଗ୍ରୀ ର ଆବଶ୍ୟକ ରହିଛି । ପ୍ରଥମ ସାମଗ୍ରୀ ହେଉଛି ଜିରା ଏବଂ ଦ୍ଵିତୀୟ ସାମଗ୍ରୀ ହେଉଛି ଲବଙ୍ଗ ।
ତେବେ ପ୍ରଥମେ ଆପଣ ଚାରି ରୁ ପାଞ୍ଚ ଟି ଲବଙ୍ଗ କୁଟି ଦିଅନ୍ତୁ ଭଲ ଭାବରେ । ପରେ ଏକ ପାତ୍ର କୁ ଗ୍ୟାସ ରେ ବସାଇ ସେଥିରେ ତିନି ରୁ ଚାରି ଗିଲାସ ପାଣି ଢାଲନ୍ତୁ ।
ଏହାପରେ ସେଥିରେ ଏକ ଚାମଚ ଜିରା ପକାନ୍ତୁ ପରେ ଯେଉଁ କୁଟା ଲବଙ୍ଗ କୁ ସେଥିରେ ପକାଇ ଦିଅନ୍ତୁ ।

ତେବେ ଆପଣ ସେହି ପାଣି କୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ପାଣି ଅଧା ନ ହୋଇ ଯାଇଛି । ତେବେ ପାଣି ଫୁଟିବାପରେ ଆପଣ ଗ୍ୟାସ ବନ୍ଦ କରି ଦିଅନ୍ତୁ । ତେବେ ଆପଣ ଗୋଟିଏ ଗାମୁଛା ନିଅନ୍ତୁ ନିଜ ମୁହ କୁ ଗୁଡ଼ାଇ ଏହି ଉପଚାର ରୁ ଆପଣ ବାମ୍ଫ ନିଆନ୍ତୁ ଏହା ଦ୍ୱାରା ଆପଣ ଙ୍କ ର କଫ ସଫା ହେବ ନାକ ବନ୍ଦ ଏବଂ ଛାତି ଯନ୍ତ୍ରଣା ଆଦି ସମସ୍ୟା ରୁ ସାମଧାନ ମଧ୍ୟ ମିଳି ଯାଇଥାଏ । ତେବେ ଆପଣ ଏହି ଉପଚାର କୁ ନିଜ ଘରେ ନିଶ୍ଚିତ ବ୍ୟବହାର କରନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *