ଯଦି ଆପଣଙ୍କ ହାତରେ ବି ଅଛି ଏମିତି ଚି଼ହ୍ନ ତ କୋଟିଏ ଗୋଟିଏ ଅଟନ୍ତି ଆପଣ, ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା (Hasta rekha)

ବନ୍ଧୁଗଣ, ମାନ୍ୟତା ରହିଅଛି ଯେ କର, କପାଳ, କୁଷ୍ଠୀ ମନୁଷ୍ୟ ର ଭାଗ୍ୟ ସମ୍ବନ୍ଧରେ ବିଶେଷ କଥା କହିଥାଏ । କର ଅର୍ଥାତ ହସ୍ତ ରେଖା । କପାଳ ଅର୍ଥାତ ମସ୍ତକ ରେଖା । କୁଷ୍ଠୀ ଅର୍ଥାତ ଜନ୍ମଜାତକ ଅଟେ । ମନୁଷ୍ୟ ର ହାତ ପାପୁଲି ରେ ଥିବା ରେଖାମାନ ଦର୍ଶାଇଥାଏ ଯେ ମନୁଷ୍ୟ ର ଭାଗ୍ୟ ଭବିଷ୍ୟତ ବିଷୟରେ । ହାତ ଦେଖି ଜ୍ୟୋତିଷ ମାନେ ଭବିଷ୍ୟତ ସମ୍ବନ୍ଧରେ ଗଣନା କରିଥାନ୍ତି । ନାରୀ ମାନଙ୍କର ବାମ ହସ୍ତ ଏବଂ ପୁରୁଷ ମାନଙ୍କର ଦକ୍ଷିଣ ହସ୍ତ ରେଖା ନିଜ ଭବିଷ୍ୟତ ସମ୍ବନ୍ଧରେ ଅନେକ କିଛି କହିଥାଏ ।

ହାତ ପାପୁଲି ରେ ଥିବା ହୃଦୟ ରେଖା, ମସ୍ତିଷ୍କ ରେଖା, ଜୀବନ ରେଖା, ଏବଂ ଭାଗ୍ୟ ରେଖା ର ସଂଯୋଗ ରେ ସୃଷ୍ଟି ହୋଇଥାଏ । ଏହିଭଳି ଏକ ଚିହ୍ନ ଯାହାକି ଇଂରାଜୀ ଅକ୍ଷର M ଅକ୍ଷର ସାଦୃଶ୍ୟ ହୋଇଥାଏ । ଏହି ଚିହ୍ନ ଟି ସମସ୍ତ ବ୍ୟକ୍ତିଙ୍କ ହାତ ପାପୁଲି ରେ ରହିନଥାଏ । ଯେଉଁ ବ୍ୟକ୍ତି ମାନଙ୍କ ମଧ୍ୟରେ ଏଭଳି ଚିହ୍ନ ରହିଥାଏ, ତାଙ୍କୁ କୌଣସି ଦେବୀ ଶକ୍ତି ମାର୍ଗ ଦର୍ଶନ କରିଥାନ୍ତି । ଆସନ୍ତୁ ଆଜି ଏହି M ଚିହ୍ନ ସମ୍ବନ୍ଧରେ ବିଶେଷ ବିବରଣୀ ଜାଣିବା ।

ଯେଉଁ ମନୁଷ୍ୟ ର ହାତ ପାପୁଲିରେ ଏଭଳି ଚିହ୍ନ ରହିଥାଏ ସେ ନିଜ ଜୀବନରେ ବହୁତ ଖୁସି ରହିଥାଏ । ଅନେକ ପ୍ରକାରର ଦୁଖ ବେଦନା ଏମାନଙ୍କ ଠାରୁ ଦୂରେଇ ରହିଥାଏ । ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହା ସହିତ ଅଧିକ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଏମାନେ ଭଲ ବ୍ୟବସାୟୀ ମଧ୍ୟ ହୋଇଥାନ୍ତି । ଭୋଳା ଶଙ୍କର ଙ୍କ ଭଳି ଏହି ବ୍ୟକ୍ତିମାନେ ସାଧାସିଧା ସ୍ଵଭାବ ର ହୋଇଥାନ୍ତି । ସମସ୍ତ କଥାକୁ ଏମାନେ ବହୁତ ଭଲ ଭାବରେ ବୁଝି ବିଚାରୀ କରିଥାନ୍ତି ।

ପ୍ରେମ ମାମଲାରେ ବହୁତ ଭାବୁକ ମଧ୍ୟ ହୋଇଥାନ୍ତି । ସମ୍ପର୍କ ରେ ଏହି ବ୍ୟକ୍ତିମାନେ ବହୁତ ନିର୍ଭୀକ ଏବଂ ସଚ୍ଚୋଟ ମଧ୍ୟ ହୋଇଥାନ୍ତି । ଅନ୍ୟ ପ୍ରତି ଏହି ବ୍ୟକ୍ତିମାନେ ସହିଷ୍ଣୁ ହୋଇଥାନ୍ତି । ଅନ୍ୟର ଦୁଖରେ ଦୁଖୀ ହୋଇଥାନ୍ତି । ଏମାନେ ସାଧାରଣତ ଜଟିଳ ପରିବେଶ ଅପେକ୍ଷା ହସଖୁସି ପରିବେଶ ରେ ରହିବାକୁ ପସନ୍ଦ କରିଥାନ୍ତି । ବିପରୀତ ଲିଙ୍ଗର ଲୋକମାନଙ୍କୁ ପସନ୍ଦ କରିଥାନ୍ତି । ଅର୍ଥାତ ନାରୀ ହୋଇଥିଲେ ପୁରୁଷ ଙ୍କୁ ଏବଂ ପୁରୁଷ ହୋଇଥିଲେ ନାରୀ ଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି ।

ଏମାନେ ବହୁତ ଆକର୍ଷଣୀୟ ହୋଇଥାନ୍ତି । ଏହିଭଳି ବ୍ୟକ୍ତିମାନେ ନିଜ ଜୀବନ ସାଥି ଙ୍କୁ ସ୍ନେହଶ୍ରଦ୍ଧା ରେ ବାନ୍ଧି ରଖିଥାନ୍ତି । କୌଣସି ଲକ୍ଷ ନିମନ୍ତେ ଏମାନଙ୍କ ଚିନ୍ତାଧାରା ସଠିକ ହୋଇଥାଏ । ସାଧାରଣତ ଏମାନେ କଳା ଏବଂ ରଚନାତ୍ମକ ବ୍ୟକ୍ତି ହୋଇଥାନ୍ତି । ବାର୍ଦ୍ଧକ୍ଷ ଅବସ୍ଥାରେ ଏମାନେ ସକ୍ରିୟ ତଥା ରୋଜଗାର କ୍ଷମ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *