ଆଣ୍ଠୁ ଗଣ୍ଠିବାତ କାହିଁକି ହୁଏ ? ଏହା କେମିତି ଭଲ ହେବ ? ଦେଖନ୍ତୁ ଏ ନେଇ କଣ କୁହନ୍ତି Dr Rajendra Sahoo

ମନୁଷ୍ୟର ବୟସ ବଢିଲେ ଶରୀର ସହ ହାଡ ଗୁଡିକ ମଧ୍ୟ ଦୁର୍ବଳ ହୋଇଯାଇଥାଏ । ଫଳରେ ବିଭିନ୍ନ ଗଣ୍ଠିବାତ ଜନିତ ସମସ୍ଯା ଦେଖା ଦେବା ଆରମ୍ଭ ହୋଇଯାଏ । ଏହାଛଡା ବେଳେବେଳେ କିଛି ରୋଗ ଅଥବା ଦୁର୍ଘଟଣା ଜନିତ ସମସ୍ଯା ରୁ ମଧ୍ୟ ହାଡର ଗଣ୍ଠି ବା ଖଞ୍ଜ ଗୁଡିକ ଦୁର୍ବଳ ହୋଇଯାଇଥାଏ, କିଛି କ୍ଷେତ୍ରରେ ନଷ୍ଟ ମଧ୍ୟ ହୋଇ ଯାଇଥାଏ, ଫଳରେ ଶରୀରରେ ଗଣ୍ଠିବାତ ସୃଷ୍ଟି ହୋଇଥାଏ । ଶରୀରର ସବୁ ହାଡର ଗଣ୍ଠି ସ୍ଥାନରେ ଏହିପରି ଗଣ୍ଠିବାତ ଜନିତ ସମସ୍ଯା ଦେଖା ଦେଇଥାଏ ।

ଶରୀରରେ ଗଣ୍ଠିବାତ ବହୁତ ପ୍ରକାରର ଦେଖା ଦେଇଥାଏ । ଯଥା, ଆଣ୍ଠୁ ଗଣ୍ଠିବାତ, ଅଷ୍ଟିଓପୋରସିସ, ଅଷ୍ଟିଓଆର୍ଥାଇଟିସ ଇତ୍ୟାଦି । ସାଧାରଣତଃ ଅଷ୍ଟିଓଆର୍ଥାଇଟିସ ଅଧିକ ସ୍ଥାନ ରେ ଦେଖିବାକୁ ମିଳିଥାଏ, ଅର୍ଥାତ ବୟସ କାରଣ ରୁ ହୋଇଥିବା ଆଣ୍ଠୁ ଜନିତ ସମସ୍ଯା ।

ପ୍ରଥମତଃ ବୟସ କାରଣରୁ ଅଷ୍ଟିଓଆର୍ଥାଇଟିସ ହେବାର ଦେଖା ଯାଇଥାଏ । ଯେହେତୁ ଏହା ଏକ ବୟସ ଜନିତ ବେମାରୀ ତେଣୁ ଏହା ଧୀରେଧୀରେ 30 ରୁ 40 ବର୍ଷ ବୟସ ପରେ ଆରମ୍ଭ ହୋଇଥାଏ, ଦ୍ଵିତୀୟତଃ ଯେଉଁ ମାନଙ୍କର ଅଧିକ ମେଦବହୁଳତା ରହିଛି ସେମାନଙ୍କ ଠାରେ ମଧ୍ୟ ଦେଖା ଦେଇଥାଏ । ଏହାଛଡା ଯଦି କୌଣସି କାରଣରୁ ଆପଣ କୌଣସି ଦୁର୍ଘଟଣା ରେ ପଡିଯାଇଥିଲେ, ଏବ॰ କୌଣସି ଜୋଡ ଜନିତ ସମସ୍ଯାର ଶିକାର ହୋଇଛନ୍ତି ତେବେ ସେହି କ୍ଷେତ୍ରରେ ମଧ୍ୟ ଅଷ୍ଟିଓଆର୍ଥାଇଟିସ ହେବାର ଦେଖା ଯାଇଥାଏ ।

ସାଧାରଣତଃ ଅଧିକାଂଶ ଲୋକ ଆଣ୍ଠୁ ଗଣ୍ଠିବାତ ସମସ୍ୟାର ଶିକାର ହୋଇଥାନ୍ତି । ଏହା ହୋଇଥିଲେ ପ୍ରଥମେ ଆଣ୍ଠୁ ର ଜୋଡ ଗୁଡିକରେ ଯନ୍ତ୍ରଣା ସୃଷ୍ଟି ହୋଇଯାଏ । ଯାହାଫଳ ରେ ଚାଲିବା, ସିଢି ଚଢିବା, ଆଣ୍ଠୁ ଭାଙ୍ଗିବା ସମୟରେ ଭୀଷଣ ଯନ୍ତ୍ରଣା ର ଅନୁଭବ କରିବା ଆଦି ସବୁ ଲକ୍ଷଣ ମାନ ଅଷ୍ଟିଓଆର୍ଥାଇଟିସ ହେବାର ଥିଲେ ଦେଖା ଦେଇଥାଏ ।

ସାଧାରଣତଃ ଏହି ପ୍ରକାରର ଲକ୍ଷଣ ଦେଖିଲେ କିଛିଟା ପରୀକ୍ଷା କରିବାକୁ ପଡିଥାଏ, ପ୍ରଥମେ ରକ୍ତ ପରୀକ୍ଷା ତାହା ସହ ସଂପୂର୍ଣ୍ଣ ଶରୀରର ଏକ X-ray ମଧ୍ୟ କରାଯାଇଥାଏ । ଯାହାଫଳ ରେ ଜଣା ପଡିଥାଏ, ଶରୀରର କେଉଁ ସ୍ଥାନର ଗଣ୍ଠିରେ ପରସ୍ପର ମଧ୍ୟରେ ଦୂରତ୍ଵ କମ ରହିଛି । ଅଧିକାଂଶ ଲୋକ ଯେଉଁ ମାନଙ୍କର ବୟସ କାରଣରୁ ଗଣ୍ଠିବାତ ସୃଷ୍ଟି ହୋଇଥାଏ ସେମାନଙ୍କର ସର୍ଜରୀ କରିବାକୁ ପଡିନଥାଏ ।

ସେହି କ୍ଷେତ୍ରରେ ଆପଣ ଡାଃ. ଙ୍କ ସହ ପରାମର୍ଶ କରି କିଛି ଔଷଧ ଖାଇପାରିବେ , ତାହାଛଡା ଆପଣ ଗରମ ସେକ ମଧ୍ୟ ଦେଇପାରନ୍ତି ଓ କିଛି ମଲମ ବା ତେଲ ଦ୍ଵାରା ଉକ୍ତ ସ୍ଥାନ କୁ ମାଲିସ ମଧ୍ୟ କରିପାରନ୍ତି । ଏବ॰ ତାହାସହ କିଛି ବ୍ୟାୟମ ମଧ୍ୟ କଲେ ଆପଣଙ୍କୁ ଭଲ ଲାଗିବା ସହ ଯନ୍ତ୍ରଣା ରେ ଆରମ ଲାଭ କରିବେ । ତାହା ସଙ୍ଗେ ନିଜର ଡାଏଟ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ବୀନା ସର୍ଜରୀରେ ଗଣ୍ଠିବାତ ଯନ୍ତ୍ରଣାରୁ ମୁକ୍ତି ପାଇଁ ଆଣ୍ଠୁ ର ଚାରିପାଖରେ କିଛି ଇଞ୍ଜେକସନ ମଧ୍ୟ ଦିଆଯାଉଛି, ଯାହାଫଳରେ 6 ରୁ 12 ମାସ ପାଇଁ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

ନିରାକରଣ ପାଇଁ ଆପଣଙ୍କୁ ପ୍ରଥମେ ଶରୀରର ଓଜନ କୁ ନିୟନ୍ତ୍ରଣ ରଖିବା ଆବଶ୍ୟକ, ତାହା ଛଡା ପ୍ରତିଦିନ ଏକ ହେଲଦୀ ଡାଏଟ ମଧ୍ୟ ନେବା ଓ ପ୍ରତିଦିନ ବ୍ୟାୟମ କରିବା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ । ଯାହାଫଳରେ ଆପଣ ସୁସ୍ଥ ରହିବେ । ତେବେ ବନ୍ଧୁଗଣ, ଆଶା କରୁଛି ଏହି ବିବରଣୀ ଟି ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *