Vastu Tips- ନିଜ ଘରେ ଥିବା ଏହି 3 ଟି ଗଛ ଭୁଲରେ ବି କାହାକୁ ଦିଅନ୍ତୁ ନାହିଁ, ଘର ଛାଡି ଚାଲି ଯାଆନ୍ତି ମା’ ଲକ୍ଷ୍ମୀ

ବନ୍ଧୁଗଣ, ଅନେକ ସମୟରେ ଆମ୍ଭେମାନେ ଏହି ଗଛ ପତ୍ରକୁ ଅନ୍ୟ ଠାରୁ ଉପହାରରେ ନେଇଥାଉ ଅଥବା ଉପହାରରେ ଦେଇଥାଉ । ଗଛ ଲଗାଇ ତାହାକୁ ବାଣ୍ଟିବା ବହୁତ ଭଲ କଥା ଅଟେ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଏଭଳି ଗଛପତ୍ର ସମ୍ବନ୍ଧରେ କୁହାଯାଇଅଛି ଯାହାକୁ ଅନ୍ୟ ମାନଙ୍କ ଠାରୁ ଉପହରରେ ନେବା ଅଥବା ଉପହାର ସ୍ୱରୂପ ଦେବା ବର୍ଜ୍ଜିତ ମାନା ଯାଇଅଛି । ଶାସ୍ତ୍ର ଅନୁସାରେ କୁହାଯାଇଅଛି ଯେ ଯଦି ଆପଣ ଏହିଭଳି ଗଛ କାହାକୁ ଭେଟ ସ୍ୱରୂପ ଦେଉଛନ୍ତି,

ତେବେ ଆପଣଙ୍କର ସମୃଦ୍ଧି ଏବଂ ସଫଳତା ଆପଣଙ୍କ ଠାରୁ ଦୂରକୁ ଚାଲିଯାଇଥାଏ । ତେବେ ଆସନ୍ତୁ ଜାଣିନେବା ତାହା କେଉଁ ଗଛ ଅଛି ଯାହା କେବେ ଅନ୍ୟ ଘରୁ ଆମ୍ଭ ଘରକୁ ଆଣିବା କଥା ନୁହେଁ । ଏବଂ ଆମ୍ଭ ଘରୁ ଅନ୍ୟକୁ ଏହି ଗଛ ନେବାକୁ ଅନୁମତି ଦେବା ଉଚିତ ନୁହେଁ ।

୧;- କଣ୍ଟାଜାତୀୟ ଗଛ, ଘରେ ଅଥବା ଅଫିସରେ କଣ୍ଟାଜାତୀୟ ଗଛ ଲଗାଯାଇଥାଏ । ଏବଂ ଲୋକେ ଏହିଭଳି ଗଛ ଅନ୍ୟକୁ ଉପହାର ସଦୃଶ୍ୟ ଦେଇଥାନ୍ତି । କଣ୍ଟାଜାତୀୟ ଗଛ ରାହୁକୁ ଆକର୍ଷିତ କରିଥାଏ । ଏବଂ ଆପଣଙ୍କର ଆଖପାଖରେ ଥିବା ନକାରାତ୍ମକ ଊର୍ଜାକୁ ଆକର୍ଷିତ କରିଥାନ୍ତି । ଆପଣଙ୍କ ମନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଏଭଳି ଗଛକୁ ଘରେ ଲଗାଇବା ଦ୍ଵାରା ଆପଣଙ୍କ ଆକ୍ରୋଶରେ ବୃଦ୍ଧି ହୋଇଥାଏ ତଥା ଘରର କାର୍ଯ୍ୟଳୟରେ ବୃଦ୍ଧି ହୋଇପାରେ । ଏଭଳି ଗଛକୁ ଉପହାର ସ୍ୱରୂପ ମଧ୍ୟ ଦେବା କଥା ନୁହେଁ ।

୨;- ମିଲି ଫୁଲର ଗଛ, ଏହି ଫୁଲ ଅତ୍ୟନ୍ତ ସୁନ୍ଦର ଏବଂ ଗୋଲାପି ରଙ୍ଗର ହୋଇଥାନ୍ତି । ମାତ୍ର ଏହାର ପତ୍ରରୁ ଏକ ଧଳା ରଙ୍ଗର ପଦାର୍ଥ ବାହାରିଥାଏ । ଏହା ଅତ୍ୟନ୍ତ ହାନିକାରକ ମାନାଯାଇଅଛି । ଶାସ୍ତ୍ର ଅନୁସାରେ ଏହି ଫୁଲ ପାତାଳରେ ମିଳିଥାଏ । ଏହି କାରଣରୁ ଦାନବ ମାନଙ୍କୁ ଏହା ଅତ୍ୟନ୍ତ ପ୍ରିୟ ଅଟେ । ଏଣୁ ଯଦି ଆପଣ ଏହାକୁ ନିଜ ଘରେ ଲଗାନ୍ତି ତେବେ ନକାରାତ୍ମକ ଊର୍ଜା ଆପଣଙ୍କ ଆଡକୁ ଆକର୍ଷିତ ହେବ ।

କେବଳ ଏତିକି ନୁହେଁ ମାନାଯାଇଅଛି ଯେ ଏହି ଗଛକୁ ଲଗାଇବା ଦ୍ଵାରା ଅଥବା କାହାଠାରୁ ଭେଟରେ ନେବାଦ୍ଵାରା ଆପଣଙ୍କ ଘରେ ନକାରାତ୍ମକ ଶକ୍ତିର ବାସ ହୋଇଥାଏ । ଆପଣଙ୍କ ଆର୍ଥିକ ଉନ୍ନତି ମଧ୍ୟ ଅଟକି ଯାଇଥାଏ । ଏହି ଗଛର ଆଖପାଖରେ ରହିବା ଦ୍ଵାରା ଆପଣଙ୍କ ମନ ମଧ୍ୟ ବିଚଳିତ ହୋଇଥାଏ ।

୩;- ମନିପ୍ଳାଣ୍ଟ, ଏହା ଶୁଭ ହୋଇଥାଏ କିନ୍ତୁ ଏହି ଗଛ ଏଭଳି ଭାବରେ ଅସର ଦେଖାଇଥାଏ ଯେତେବେଳେ ଆପଣ ଏହାକୁ କେଉଁଠାରୁ ଚୋରୀ କରି ଆଣିଥିବେ । ଯଦି ଆପଣ ଏହାକୁ କିଣିକରି ଆଣୁଛନ୍ତି ଅଥବା କେହି ଆପଣଙ୍କୁ ଏହାକୁ ଭେଟ ସ୍ୱରୂପ ଦେଉଛନ୍ତି ତେବେ ଆପଣଙ୍କୁ ଏହି ଗଛ ଶୁଭ ପରିଣାମ ଦେବ ନାହିଁ । ଏଭଳି ହୋଇପାରେ ଯେ ଏହାର ଦୁସପ୍ରଭାବ ଆପଣଙ୍କୁ ସହନ କରିବାକୁ ପଡିପାରେ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *