Hair Care Tips- ସୋରିଷ ତେଲରେ ଏହାକୁ ମିଶେଇ ଲଗାନ୍ତୁ, ଗୋଟି ଗୋଟି କେଶ ମୂଳରୁ କରିଦେବ କଳା, ସମସ୍ତେ ଦେଖି ଆଶ୍ଚର୍ଯ୍ୟ !

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ନ୍ଯାଚୁରାଲ ରେମେଡି ବ ତେଲ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର କେଶ ଜନିତ ଅନେକ ସମସ୍ଯା ଦୂର କରିବ । ଏହା ସହ ଆପଣଙ୍କ କେଶ କୁ ସବୁଦିନ ପାଇଁ କଳା ରଖିଥାଏ । ଏହାର ପ୍ରୟୋଗ ଦ୍ଵାରା କେଶ ଝଡିବା ବନ୍ଦ ହେବା ସହ କେଶ ସାଇନ କରିବା ଆରମ୍ଭ ହୋଇଥାଏ । ଏହି ପ୍ରୟୋଗକୁ ଆପଣ ନିହାତି ଟ୍ରାଏ କରନ୍ତୁ । ଦେଖିବେ କେଶ ଜନିତ ସମସ୍ଯା ଦୂର ହୋଇଯିବ ।

ଆସନ୍ତୁ ଜାଣିବା ଏହି ରେମେଡି କେମିତି ତିଆରି କରିବା । ଏଥିପାଇଁ ଆବଶ୍ୟକ ରହିଛି 100ରୁ 200 ଗ୍ରାମ ସୋରିଷ ତେଲ ଯାହା ବହୁ ପୁରାତନ କାଳରୁ ପ୍ରୟୋଗ ହୋଇ ଆସୁଛି କେଶ ସମସ୍ଯା ପାଇଁ । ଏକ ପାତ୍ରରେ ଏକ କପ ସୋରିଷ ତେଲକୁ ଗରମ କରନ୍ତୁ ।

ଦ୍ଵିତୀୟ ସାମଗ୍ରୀ ହେଉଛି କଳାଜୀରା । କଳାଜାଇର ଆମ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା କେଶ ମଜବୁତ କରିବା ସହ ଧଳା କେଶକୁ କଳା କରିବାରେ ବହୁତ ଲାଭଦାୟକ ହୋଇଥାଏ । ଏହି ଉପଚାର ବନେଇବା ପାଇଁ ଦୁଇ ଚାମଚ କଳାଜୀରା ନିଅନ୍ତୁ ।

ତୃତୀୟ ସାମଗ୍ରୀ ହେଉଛି ମେଥି ଦାନା ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ମେଥି କେଶ ସମସ୍ଯା ଦୂର କରିବାରେ ଲାଭଦାୟକ ଅଟେ । ଏହା କେଶ ର ମୂଳକୁ ମଜବୁତ କରିବା ସହ ଧଳା କେଶ କଳା କରିଥାଏ । ଏହି ଉପଚାର ବନେଇବା ପାଇଁ ଦୁଇ ଚାମଚ ମେଥି ଦାନା ନିଅନ୍ତୁ । ଏହି 3ଟି ସାମଗ୍ରୀକୁ ଭଲ ଭାବେ ଗ୍ରାମ କରନ୍ତୁ ।

ଶେଷ ସାମଗ୍ରୀ ହେଉଛି ମେହେନ୍ଦି ଗୁଣ୍ଡ ବା ପତ୍ର ନେଇପାରିବେ । ଏହା ଧଳା କେଶକୁ କଳା କରିବା ସହ କେଶର ମୂଳକୁ ମଜବୁତ ଓ ସାଇନ କରିଥାଏ । ଏଥିରେ ଦୁଇ ଚାମଚ ମେହେନ୍ଦି ଗୁଣ୍ଡ ମିଶାନ୍ତୁ । ଏବେ ଗ୍ଯାସକୁ ଧିମା ଆଞ୍ଚରେ 5 ମିନିଟ ଯାଏଁ ଭଲ ଭାବେ ଗରମ କରନ୍ତୁ ।

5 ମିନିଟ ଫୁଟିବା ପାଇଁ ଆପଣ ଏହି ତେଲରେ ଯେଉଁ ସାମଗ୍ରୀ ମିଶ୍ରଣ କରିଥିଲେ ତାହା ସବୁ ମିଶ୍ରଣ ହୋଇଯାଇଥିବ । ଏବେ ଆପଣ ଏହାକୁ ଢାଙ୍କି କରି ଏକ ଘଣ୍ଟା ଯାଏଁ ଛାଡି ଦିଅନ୍ତୁ । ଏକ ଘଣ୍ଟା ପରେ ସୂତା କପଡା ସାହାଜ୍ୟରେ ବା ଛଣା ସାହାଜ୍ଯରେ ଛାଣି ଦିଅନ୍ତୁ । ବଞ୍ଚି ଯାଇଥିବା ସମାଗ୍ରୀର ଫାଇନ ପେଷ୍ଟ କରି କେଶରେ କରିପାରିବେ ।

ଏହି ତେଲକୁ କାଚ ପାତ୍ରରେ ରଖିକି 2ରୁ 3 ମାସ ପ୍ରୟୋଗ କରିପାରିବେ । ଏହାର ପ୍ରୟୋଗ ପାଇଁ ଆପଣ ନିଜ କେଶ ହିସାବରେ ତେଲ ନିଅନ୍ତୁ । ଏହାକୁ କେଶ ମୂଳରେ 5 ମିନିଟ ଯାଏଁ ଭଲ ଭାବେ ମାଲିସ କରନ୍ତୁ । ଏହାକୁ ରାତିରେ ଲଗାଇ ସକାଳୁ କେଶ ଧୋଇ ପାରିବେ । ଏହାର ଗୋଟିଏ ଦିନ ପ୍ରୟୋଗ କରିଲେ ରେଜଲ୍ଟ ଦେଖିବାକୁ ପାଇବେ । ଏହାକୁ ସପ୍ତାହକୁ 2ରୁ 3 ଥର ପ୍ରୟୋଗ କରନ୍ତୁ । 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *