ଏମିତି ଝୁଣ୍ଟିଆ ପିନ୍ଧୁଥିଲେ ସାବଧାନ ! ସ୍ଵାମୀ ହୋଇଯାନ୍ତି ଦରିଦ୍ର, ଯେତେ ରୋଜଗାର କଲେ ବି କିଛି ଅଣ୍ଟେ ନାହିଁ

ନମସ୍କାର ବନ୍ଧୁଗଣ । ହିନ୍ଦୁ ଧର୍ମ ଅନୁସାରେ ବିବାହିତ ନାରୀ ମାନେ ଶରୀରରେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ଅଳଙ୍କାର ମାନ ଧାରଣ କରିଥାନ୍ତି । ଶାସ୍ତ୍ର ଅନୁସାରେ ନାରୀ ହେଉଛି ଶାକଟି ସ୍ଵରୁପା । ଏହାଛଡା ଘରର ଝିଅ ବୋହୂ ଙ୍କୁ ଲକ୍ଷ୍ମୀ ସ୍ଵରୁପା ବୋଲି କୁହାଯାଇଥାଏ । ଏହି କାରଣ ରୁ ଘରର ମହିଳା ମାନେ ସାଜ ଶିଂଗାର ହୋଇ ରହିବା କଥା ମଧ୍ୟ ଆମ ଶାସ୍ତ୍ରରେ ରହିଅଛି । ପ୍ରତ୍ଯେକ ବିବାହିତ ମହିଳା ମାନେ ଯେପରି କର୍ମ କରନ୍ତି, ତାହର ଫଳ ତାର ଘର ସଂସାର ଉପରେ ପଡିଥାଏ ।

ମହିଳା ମାନେ ଧାରଣ କରୁଥିବା ଅଳଙ୍କାର ମାନ ମଧ୍ୟରେ ଝୁଣ୍ଟିଆ ଏକ ଅତ୍ୟନ୍ତ ମହତ୍ଵ ପୂର୍ଣ୍ଣ ଆଭୁଷଣ ହୋଇଥାଏ । ଯାହାକୁ କି ଦୁଇ ଗୋଡ ର ମଝି ତିନି ଆଙ୍ଗୁଳି ରେ ପିନ୍ଧା ଯାଇଥାଏ । ହିନ୍ଦୁଧର୍ମ ରେ ନାରୀ ମାନେ ଏହାକୁ ଧାରଣ କରିବା ଦ୍ଵାରା ସ୍ଵାମୀ ଦୀର୍ଘାୟୁ ହୋଇଥାନ୍ତି । ଏହାଛଡା ଏହା ନାରୀ ଟି ସଧବା ଅଛି ବୋଲି ପ୍ରମାଣିତ କରିଥାଏ ।

ଝୁଣ୍ଟିଆ କୁ ସବୁବେଳେ ରୂପାର ଧାରଣ କରିବା ହିଁ ଶୁଭ ଫଳପ୍ରଦ ହୋଇଥାଏ । ଏହା ବ୍ଯତୀତ ଏହି ଝୁଣ୍ଟିଆ କୁ କେବେ ମଧ୍ୟ ଅବିବାହିତ କନ୍ୟା ମାନେ ଧାରଣ କରିବା ଉଚିତ ହୋଇ ନଥାଏ । ମାନ୍ୟତା ଅଛି କି ଯଦି କୌଣସି ମହିଳା ଗୋଡ ରେ ଝୁଣ୍ଟିଆ ଧାରଣ କରେ, ତେବେ ଏହାଦ୍ଵାରା ତାହାର ଋତୁଚକ୍ର ରେ କୌଣସି ଅସୁବିଧା ଦେଖା ଦେଇ ନଥାଏ । ଏହାସହ ସେହି ନାରୀର ଗର୍ଭାଶୟ ମଧ୍ୟ ସୁରକ୍ଷିତ ହୋଇ ରହିଥାଏ ।

ଶାସ୍ତ୍ର ଅନୁସାରେ ଯଦି ବିବାହିତ ମହିଳା ଟି ନିଜ ଗୋଡରେ ଝୁଣ୍ଟିଆ ଧାରଣ କରେ, ତେବେ ଏହାଦ୍ଵାରା ସେହି ଦମ୍ପତି ଙ୍କ ଉପରେ ସୂର୍ଯ୍ୟ ଓ ଚନ୍ଦ୍ର ଉଭୟ ଙ୍କର କୃପା ସବୁବେଳେ ରହିଥାଏ । ଝୁଣ୍ଟିଆ ପିନ୍ଧିବା ସମୟରେ ଧ୍ୟାନ ରଖିବା ଉଚିତ କି ଯେପରି ଧାରଣ କରିଥିବା ଝୁଣ୍ଟିଆ ଟି ଚାନ୍ଦି ର ହୋଇଥିବ । ଏହାଛଡା ଝୁଣ୍ଟିଆ କୁ ପିନ୍ଧିବା ସମୟରେ ଏହାକୁ ଟିକେ ଜୋର ରେ ଚାପ ଦେଇ ପିନ୍ଧିବା ଉଚିତ ।

କାରଣ ଯଦି ଏହା ଆପଣ ଙ୍କର ଅଜଣାତରେ ହଜି ଯାଏ, ତେବେ ଏହା ଆପଣଙ୍କ ସ୍ଵାମୀ ଙ୍କର ଜୀବନରେ ଘୋର ବିପତ୍ତି ଆଣି ପାରେ । ଏହାସହ ଆପଣ ଙ୍କର ସ୍ଵାମୀ ଙ୍କର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ହାନୀ କାରକ ହୋଇଥାଏ । ତାହାଛଡା ନିଜେ ଧାରଣ କରିଥିବା ଝୁଣ୍ଟିଆ କୁ କେବେ ମଧ୍ୟ ଖୋଲି କାହାକୁ ଦେବା ଉଚିତ ହୋଇ ନଥାଏ ।

କାରଣ ଏହାଦ୍ଵାରା ସ୍ଵାମୀ ଜୀବନ ରେ ଘୋର ଦରିଦ୍ରତା ମାଡି ଆସିଥାଏ । ଓ ସ୍ଵାମୀ କର୍ଜ ରେ ବୁଡି ଯାଇଥାଏ । ତେଣୁ ସ୍ତ୍ରୀ ମାନଙ୍କୁ ସବୁବେଳେ କର୍ମ କରିବା ସମୟରେ ଶାସ୍ତ୍ର ଧର୍ମ କୁ ବିଚାର କରି କର୍ମ କରିବା ଉଚିତ । ତାହାଛଡା କୌଣସି ବିବାହିତ ନାରୀ କୁ ନିଜର କୌଣସି ଆଭୁଷଣ ଅନ୍ୟ କାହାକୁ ଦେବା ଉଚିତ ହୋଇ ନଥାଏ । ଏହା ଦ୍ଵାରା ଜୀବନରେ ଦରିଦ୍ରତା ମାଡି ଆସିଥାଏ ।

ବିବାହିତ ମହିଳା ମାନଙ୍କୁ ସବୁବେଳେ ସାଜ ଶିଂଗାର କରି ରହିବା ଉଚିତ । ଏହାଦ୍ଵାରା ନାରୀ ଟି ସୌଭାଗ୍ୟବତୀ ହେବା ସହ ତାହାର ସଂସାର ରେ ସବୁବେଳେ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ରହିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *