ସୋମବାର ଦିନ ଭୁଲରେବି ଏହି କାର୍ଯ୍ୟ କରନ୍ତୁ ନାହିଁ…

ଶାସ୍ତ୍ର ଅନୁସାରେ ସୋମବାର ଦିନଟି ଭଗବାନ ଶିବଙ୍କୁ ସମର୍ପିତ ହୋଇ ଥାଏ । ଏହି ଦିନ କିଛି ପାଇବାପାଇଁ ସମସ୍ତେ ଶିବଙ୍କୁ ପୂଜା କରିଥାନ୍ତି । ମହିଳା ମାନେ ପୁତ୍ର ସନ୍ତାନ ପାଇଁ ଶିବଙ୍କ ଆରଧନା କରିଥାନ୍ତି । ଭଗବାନ ଶିବ ତାଙ୍କର ଦୁଇଟି ରୂପ ପାଇଁ ସେ ପୂଜା ପାଇଥାନ୍ତି । ତାଙ୍କର ଅତି ଶାନ୍ତ ରୂପ ଓ ଅତ୍ୟଧିକ ପ୍ରଚଣ୍ଡ ରୂପ ପାଇଁ ସେ ପୁଜା ପାଇଥାନ୍ତି ।

ଶିବଙ୍କ କ୍ରୋଧ କେତେ ଯେ ପ୍ରଳୟକାରୀ ତାହା ଆମେ ଶିବ ପୁରାଣ ବ୍ୟତୀତ ଅନ୍ୟ ପୁରାଣରୁ ମଧ୍ୟ ଜାଣିଛେ । ସେଥିପାଇଁ ପ୍ରଭୁ ଶିବଙ୍କୁ କ୍ରୋଧିତ କରିବାକୁ କେହିବି ଚାହିଁନଥାନ୍ତି ।

କେତେକ ଲୋକ ଜାଣତରେ କିମ୍ବା ଅଜାଣତରେ ଏପରି କିଛି କାର୍ଯ୍ୟ କରିଦେଇଥାନ୍ତି ଯେ, ସେମାନଙ୍କର ଜୀବନ ଅତି ଦୁଃଖ ଓ ପୀଡ଼ାରେ କଟିଥାଏ । ତେଣୁ ଆପଣ ଭୁଲରେବି ସୋମବାର ଦିନ ଏହି କାର୍ଯ୍ୟ କରନ୍ତୁ ନାହିଁ । ସୋମବାର ଦିନ ଯେଉଁମାନେ ମଦ ଓ ମାଂସ ଖାଇଥାନ୍ତି, ସେମାନଙ୍କ ଉପରେ ଶିବ ବହୁତ କୋପ କରିଥାନ୍ତି । ଆହୁରି ମଧ୍ୟ ସେ ଘରେ ସବୁବଳେ ଆଶାନ୍ତିର ବତାଵଣ ଲାଗି ରହିଥାଏ । ସେ ଘରର ଲୋକେ ଗୋଟିଏ ପାଇସା ପାଇଁ ମଧ୍ୟ ବହୁତ ହଇରାଣ ହୋଇଥାଆନ୍ତି ।

ଶିବ ପୁରାଣ ଆନୁସାରେ, ଭଗବାନ ଶିବ ପାର୍ବତୀଙ୍କୁ ବହୁତ ଭଲପାଉଥିଲେ । ସେଥିପାଇଁ ସୋମବାର ଦିନ ସ୍ତ୍ରୀଙ୍କୁ ମାରିଲେ ଶିବ ବହୁତ କ୍ରୋଧିତ ହୋଇଥାଆନ୍ତି । ସେ ଘରେ ସବୁବଳ ପାଇଁ ଅଶାନ୍ତିର ବାତା ବରଣ ଲାଗିରହିଥାଏ । ତେଣୁ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କୁ ଚେଷ୍ଟା କରିବା ଦରକାର କି ସେହିଦିନ ସେ କେବେବି ଝଗଡା କରିବେ ନାହିଁ ।

ଗାଈର ଆପମାନ କରିବାଦ୍ୱାର ଶିବ ଭଗବାନ ବହୁତ କ୍ରୋଧିତ ହୋଇଯାଇଥାନ୍ତି । କାରଣ ନନ୍ଦୀ ହେଉଛି ଶିବଙ୍କ ବାହନ । ତେଣୁ ତାଙ୍କର ଅପମାନ କରିବା ଦ୍ୱାରା ମଣିଷ ନିଜେ ସବୁଆଡେ ଅପମାନିତ ହୋଇଥାଏ । ତାକୁ କୌଣସି କାର୍ଯ୍ୟରେ ସଫଳତା ମିଳେ ନାହିଁ । ଯଦି ସୋମବାର ଦିନ କୌଣସି ଗାଈ ବା ଷଣ୍ଢ ଆସେ ତେବେ ଟାକୁ କିଛି ଖାଇବାକୁ ଦିଅନ୍ତୁ । ତେବେ ଆପଣଙ୍କ ଉପରେ ଶିବ ଭଗବାନ ପ୍ରସନ୍ନ ହୋଇଯିବେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *