ଶୀତ ଦିନରେ ଗୋଡ଼ ଫଟା, ରୁପି ସମସ୍ୟା ପାଇଁ ଚିନ୍ତିତ କି ? ଜାଣନ୍ତୁ ଏହାର ଉପଚାର (Dr Kishan Agarwal)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶୀତ ଋତୁରେ ପାଗ ଶୁଷ୍କ ଥାଏ । ସେହି କାରଣରୁ ଶରୀରରେ ଜଳୀୟ ଅଂଶ କମିଯିବା ସହ ତେଲ ବିହୀନ ହୋଇଯାଇଥାଏ । ଯାହା ଦ୍ଵାରା ଶରୀରର ଆଦ୍ରତା କମିଯାଇଥାଏ । ଏହା ଫଳରେ ଅନେକ ପ୍ରକାର ସ୍କିନ ସମସ୍ଯା ଆସିଥାଏ । ବହୁତ ଲୋକଙ୍କର ମୁହଁ, ଓଠ, ହାତ, ଗୋଡ ଓ ପାଦର ଗୋଇଠି ଫାଟିବାର ସମସ୍ଯା ଆସିଥାଏ । ସ୍କିନ ଶୁଷ୍କ ହୋଇଯିବା କାରଣରୁ ଡ୍ରାଏ ସ୍କିନ ଏକଜିମା ବହୁତ ଲୋକଙ୍କ ଶରୀରରେ ହୋଇଥାଏ ।

ଏହାକୁ ମେଡିକାଲ ଭାଷାରେ ଆଟୋପିକ ଡରମାଟିଟିସ କୁହାଯାଇଥାଏ । ଏହା ମୁହଁ, ହାତ, ଗୋଡ ଓ ଚର୍ମର କୌଣସି ଜାଗାରେ ମଧ୍ୟ ଫଳିଯାଇଥାଏ । ଏହା ହେବାର ଅନେକ କାରଣ ରହିଥାଏ । ଯେଉଁ ମାନଙ୍କର ବଂଶରେ ଏଭଳି କାହାର ହୋଇଥିବ । ସେମାନଙ୍କର ପରିବାରର ସଦସ୍ୟଙ୍କ ମଧ୍ୟରେ ବଂଶାନୁଗତ ଭାବରେ ହୋଇପାରେ ।

ଶରୀରର ଅନ୍ୟ ସ୍ଥାନରେ ମଧ୍ୟ ଚୋପା ଚୋପା ଏହି ଶୀତ ଋତୁରେ ଛାଡିଥାଏ । ଥଣ୍ଡା ଦିନ ଆରମ୍ଭରୁ କେଶ ଉପୁଡିବା ମଧ୍ୟ ବହୁ ଲୋକଙ୍କର ଆରମ୍ଭ ହୋଇଯାଇଥାଏ । ବହୁତ ଲୋକଙ୍କର ଫଙ୍ଗଲ ସମସ୍ଯା ଶରୀରରେ ଦେଖାଯାଇଥାଏ । ଜଙ୍ଘ, କାଖ ଏପରି ନିବୁଜ ଜାଗା ମାନଙ୍କରେ ଫଙ୍ଗଲ ସମସ୍ଯା ବେଶି ଦେଖାଯାଇଥାଏ ।

ଯେତେବେଳେ ମଧ୍ୟ କୌଣସି ପ୍ରକାର ସ୍କିନ ସମ୍ବଦ୍ଧୀୟ ସମସ୍ଯାମନ ଦେଖାଯାଇଥାଏ । ସେମାନେ ଯେକୌଣସି ମଲମ କିମ୍ବା ମେଡ଼ିସିନ ବ୍ୟବହାର ନକରି ଡାକ୍ତରଙ୍କର ପରାମର୍ଶ ନେବା ଉଚିତ । ଯାହା ଦ୍ଵାରା ସ୍କିନ ସମସ୍ଯା ଅଧିକ ଗୁରୁତର ହେବ ନାହିଁ ।  ନିଜର ଚର୍ମର ଠିକ ଭାବେ ଯତ୍ନ ନେବା ଦ୍ଵାରା ଚର୍ମ ଜନିତ ସମସ୍ଯା ଆସିନଥାଏ । ଭଲ ଭାବରେ ଘଷି ଗାଧୋଇବା ।

ବଡିକୁ ମଏଶ୍ଚର କରି ରଖିବା । ସଫା ପରିଷ୍କାର ପରିଧାନ କରିବା । ସନ୍ଧ୍ୟା ସମୟରେ କାର୍ଯ୍ୟରୁ ଆସି କିମ୍ବା  ଘର କାର୍ଯ୍ୟ ସାରି ସଫା ପୋଷାକ ପିନ୍ଧିବା ।  ନଖରେ ଯେଉଁ ଇନଫେକସନ ହେଇଥାଏ । ଏହା ମୁଖତଃ ପାଣି କାମ ଅଧିକ କରୁଥିବା ଲୋକଙ୍କ ଠାରେ ପ୍ରକାଶ ପାଇଥାଏ । ଶୀତ ଦିନରେ ବହୁତ ଲୋକଙ୍କର ଗୋଡଫଟା ସମସ୍ଯା ମଧ୍ୟ ଆସିଥାଏ ।

ଯେତେବେଳେ ଜଣଙ୍କର ଅଧିକ ଗୋଇଠି ଫଟା ପାଇଁ ବ୍ୟକ୍ତି ଡାକ୍ତରଙ୍କର ସହିତ ପରାମର୍ଶ କରିଥାଏ । ଡାକ୍ତର ପ୍ରଥମେ ଗୋଡ ଫାଟିବାର କାରଣକୁ ଅନୁଧ୍ୟାନ କରିଥାନ୍ତି । କାରଣ ଅନୁଧ୍ୟାନ ପରେ ତାହାର ଚିକିତ୍ସା ବିଧି କହିଥାନ୍ତି । ଗୋଇଠି ଫାଟି ଥିବା ଲୋକ ମାନେ ସକାଳେ ଓ ସନ୍ଧ୍ୟା ବେଳେ ଗରମ ପାଣିରେ ଗୋଡକୁ ୫ ମିନିଟ ପର୍ଯ୍ୟନ୍ତ ବୁଡାଇ ସଫା କରନ୍ତୁ।   ତାପରେ କୌଣସି ମଏଶ୍ଚର ଲଗାନ୍ତୁ ।

ଧୀରେ ଧୀରେ ଗୋଡ ଫଟା ଦୂର ହୋଇଥାଏ । ରୂପୀ ହେବା ସମୟରେ ତେଲ, ଅଣ୍ଡା ଓ ଦହି ଏହି ସବୁ ଜିନିଷ ଚୁଟିରେ ଲଗାଇବା ଉଚିତ ହୋଇନଥାଏ । କାରଣ ଯେଉଁ ଫଙ୍ଗସ ମାନେ ରୂପୀ ସୃଷ୍ଟି କରିଥାନ୍ତି । ସେମାନଙ୍କୁ ସେଥିରୁ ଖାଦ୍ୟ ମିଳିଯାଇଥାଏ । ଆପଣଙ୍କର ଯଦି ଅଧିକ ରୂପୀ ହେଉଥାଏ । ତେବେ ଡାକ୍ତରଙ୍କୁ ଦେଖାଇ ଉପଯୁକ୍ତ ସାମ୍ପୁ ଓ ତେଲ  ବ୍ୟବହାର କରି ରୂପୀକୁ ଦୂର କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *