Malika Bachana- ସାବଧାନ ! ବ୍ରାହ୍ମଣଙ୍କର ଏହି କର୍ମ ଦେବ କଳିଯୁଗ ଅନ୍ତର ସଙ୍କେତ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହାପୁରୁଷ ଅଚ୍ୟୁତ ୬୦୦ ବର୍ଷ ତଳେ ଯେଉଁ କଥାକୁ ତାଳପତ୍ର ପୋଥିରେ ଲେଖିଯାଇଛନ୍ତି । ସେହି ସବୁ କଥା ଏହି କଳିଯୁଗରେ ଗୋଟି ଗୋଟି କରି ସତ୍ୟବାଣୀରେ ପରିଣତ ହେଉଛି । ମାଳିକାରେ ଏପରି କିଛି ସଂକେତ ସୂଚିତ କରାଯାଇଛି । ଯେଉଁ ସବୁ ସଂକେତ ଏହି ସମାଜର ଲୋକଙ୍କ ଠାରେ ଦେଖିବାକୁ ମିଳିଲେ । ଜାଣିବାକୁ ପାଇବେ ଯେ ଏହି କଳିଯୁଗର ଆୟୁ ଧୀରେ ଧୀରେ କମିବାକୁ ଲାଗୁଛି ।

ଯେଉଁ ସମୟରେ ଦେଖିବାକୁ ପାଇବେ । ବ୍ରାହ୍ମଣ କୁଳରେ ଜାତ ହୋଇ ମଧ୍ୟ ମଦ, ମାଂସ ଭକ୍ଷଣ କରିବେ । ଏହା ଛଡା ଲୋକମାନେ ବସି ନଖାଇ ସମସ୍ତେ ଠିଆ ଠିଆ ହୋଇ ଅନ୍ନ ସେବନ କରିବେ । ଏହି ସଂକେତ କଳିଯୁଗର ସମାପ୍ତିକୁ ସୂଚିତ କରାଉଛି । ମହାପୁରୁଷ ଅଚ୍ୟୁତଙ୍କ ଲେଖା ଅନୁସାରେ  ଏପରି ଦିନ ଆସିବ ।

ଯେଉଁ ସମୟରେ ଲୋକ ମାନେ ଖାଇବା ପାଇଁ ଥାଳି ରୂପେ କାଗଜକୁ ଶ୍ରେଷ୍ଟ ମଣିବେ । ଋତୁ ଅନୁଯାଇ ପାଗ ଓ ପରିବେଶ ସେହି ଭଳି ରହିଥାଏ । ମାଳିକାରେ କୁହାଯାଇଛି ଏପରି ମଧ୍ୟ ଦିନ ଆସିଯିବ । ଯେଉଁ ସମୟରେ ଖରାଦିନରେ ମଧ୍ୟ ଶୀତ ଓ ଶୀତ ଦିନରେ ବର୍ଷା ହୋଇବ । ଏହି ଭଲ ଅସ୍ଵାଭାବିକ ଘଟଣାମାନ ଘଟିବାର ଦେଖିଲେ ।

କଳିଯୁଗ ସମାପ୍ତି ବିଷୟରେ ଆଗୁଆ ସୂଚନା ପାଇଯିବେ । କଳିଯୁଗରେ ବାପା ଓ ମାଆ’ ପିଲାଙ୍କର ସୁଖ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ହୋଇ ପିଲାକୁ ଉପଯୁକ୍ତ ଲାଳନ ପାଳନ କରି ଗଢିବେ । ଯେତେବେଳେ ପିଲା ବଡ ହୋଇଯିବ ସେତେ ସେ ତା’ ର ବାପା ଓ ମା’ ଙ୍କୁ ଅନାଦର କରିବ । ବାପା ଓ ମାଆ ସେହି ସମୟରେ ନିଜ ସନ୍ତାନ ମାନଙ୍କ ପାଇଁ ବୋଝ ପାଲଟିଯିବେ ।

ଏହି କଳିଯୁଗର ଲୋକମାନେ ଭଗବାନଙ୍କୁ କେବଳ ନିଜର ସ୍ଵାର୍ଥର ସିଦ୍ଧି ପାଇଁ ଗୁହାରୀ କରି ଡାକିବେ । ଯେତେବେଳେ ସେହି ମଣିଷର ସ୍ଵାର୍ଥ ସାଧନ ହୋଇଯିବ । ସେତେବେଳେ ସେ ଭଗବାନଙ୍କପାଖକୁ ଯାଇ ତାଙ୍କୁ ଦର୍ଶନ କରିବାକୁ ମଧ୍ୟ ସମୟ ପାଇବେ ନାହିଁ । ଏହି କଳିଯୁଗର ପିଲା ମାନେ ଏପରି ବିଚକ୍ଷଣ ବୁଦ୍ଧି ନେଇ ଜନ୍ମ ଗ୍ରହଣ କରିବେ ।

ସେହି ପିଲାଙ୍କର ମୁହଁରୁ କଥା ଶୁଣିଲେ । ବଡ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବାପା ଓ ମା’ ଙ୍କର ଅନ୍ତିମ ସଂସ୍କାର କରିବା ପୁଅର ବହୁତ ବଡ କର୍ତ୍ତବ୍ୟ ହୋଇଥାଏ । କିନ୍ତୁ ବର୍ତ୍ତମାନର ସନ୍ତାନ ମାନେ ବାପା ଓ ମା’ ର ଅନ୍ତିମ ସଂସ୍କାରରେ ଯୋଗ ଦେବା ତାକୁ ସମୟର ଅଭାବ ହେଉଛି । ତେଣୁ ଏହି ସବୁ କଥା ପ୍ରତି ସଚେତନ ହୋଇ ବେଳ ଥାଉ ଥାଉ ସୁଧୁରି ଯିବା ପାଇଁ ମାଳିକାର ମୂଳ ଉଦ୍ଧେଶ୍ୟ ଅଟେ  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *