ଶରୀରରେ କ୍ୟାଲସିୟମର ଅଭାବ ପରିଲକ୍ଷିତ ହେଉଛି କି ! କେବଳ ମାତ୍ର 7 ଦିନରେ କ୍ୟାଲସିୟମ ଅଭାବ ଦୂର କରନ୍ତୁ, Health Tips

ନମସ୍କାର ବନ୍ଧୁଗଣ, ମଣିଷ ଶରୀରରେ ହାଡର ପ୍ରମୁଖ ଭୂମିକା ନିହାତି ଭାବରେ ରହିଛି ଶରୀରର ଭାରକୁ ହାଡ ହିଁ ସମ୍ଭାଳି ରଖୁଅଛି । ଯଦି ହାଡ ଦୁର୍ବଳ ହୋଇଯିବ ତ ମଣିଷ ଶରୀର 80 ବର୍ଷର ବୃଦ୍ଧଙ୍କ ଭଳି ହୋଇଯିବ । ଚାଲିବା ପାଇଁ ସକ୍ଷମ ହେବେ ନାହିଁ କିମ୍ବା ଠିଆ ହେବା ପାଇଁ ମଧ୍ୟ ସକ୍ଷମ ହେବେ ନାହିଁ । କ୍ୟାଲସିୟମର ଅଭାବ ପାଇଁ ହାଡ ଦୁର୍ବଳ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆପଣ କ୍ଷୀରରେ କେଉଁ 3 ଜିନିଷ ମିଶାଇ ପିଇବା ଦ୍ଵାରା ଆପଣଙ୍କ କ୍ୟାଲସିୟମ କମି ଆଉ ରହିବ ନାହିଁ ।

କ୍ୟାଲସିୟମ ପାଇଁ ସବୁଠାରୁ ଭଲ ସ୍ରୋତ ହୋଇଥାଏ ଚିଆ ମଞ୍ଜି, ପେସ୍ତା ବାଦାମ ଏବଂ ରାଶି । ଚିଆ ମଞ୍ଜିରେ ଓମେଗା 3 ରହିଥାଏ । ଯାହାକି ଆମ ଶରୀର ଭିତରୁ ସୁଜନକୁ କମ କରିବାର କାମ କରିଥାଏ । ଯଦି ଆପଣ ଏହାକୁ ନିୟମିତ ଖାଇବା ଆରମ୍ଭ କରିଦେବେ ତେବେ ଆପଣଙ୍କ ହାଡ ମଜବୁତ ହୋଇଥାଏ । ଆପଣଙ୍କ ଜଏଣ୍ଟ ମଜବୁତ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ଜଏଣ୍ଟ ମଝିରେ ଗ୍ରୀସ ମଧ୍ୟ ବଢିଥାଏ ।

ଆପଣଙ୍କୁ ପ୍ରତ୍ୟକ ଦିନ ଦୁଇ ଚାମଚ ଚିଆ ମଞ୍ଜି ନିହାତି ଭାବରେ ଖାଇବା ଉଚିତ । ଆପଣ ପ୍ରଥମେ ଏହାର ମଞ୍ଜିକୁ ପାଣିରେ ଭିଜାଇ ଦିଅନ୍ତୁ । ଯେତେବେଳେ ଏହା ଫୁଲିଯିବ ଆପଣ ଏହାକୁ ଭଲ ଭାବରେ ଚୋବାଇ ଖାଇବା ଉଚିତ । ଆପଣ ଏହାକୁ କ୍ଷୀର ସହ କିମ୍ବା ପାଣି ସହ ଖାଇପାରିବେ ।

ପେସ୍ତା ବାଦାମ ମଧ୍ୟରେ କ୍ୟାଲସିୟମର ବହୁତ ଭଲ ସ୍ରୋତ ରହିଛି । ଏହା ମଧ୍ୟରେ ବହୁତ ସ୍ଵାସ୍ଥ୍ୟକର ଫ୍ୟାଟ ରହିଥାଏ ଯାହା ଆମ ଶରୀରରେ କୋଲେଷ୍ଟ୍ରଲ ମାତ୍ରାକୁ କମ କରିଥାଏ । ବାଦାମ ଖାଇବା ଦ୍ଵାରା ଆପଣଙ୍କ ସ୍ନାୟୁ ମଜବୁତ ହେବା ସହ ମାଂସପେଶୀ ମଧ୍ୟ ଶକ୍ତ ରହିଥାଏ । ଯଦି ଆପଣ ଏହି ସମସ୍ତ ଫାଇଦା ପାଇବା ପାଇଁ ଚାହୁଁଥାନ୍ତି ତେବେ ଆପଣଙ୍କୁ ସବୁଦିନ 10 ରୁ 15 ବାଦାମ ଖାଇବା ଉଚିତ । ଆପଣ ରାତିରେ ପାଣିରେ ବାଦାମକୁ ଭିଜାଇ ଦିଅନ୍ତୁ ।

ଏବଂ ସକାଳୁ ଉଠିବା ପରେ ବାଦାମର ଚୋପା ବାହାର କରି ଏହାକୁ ଚୋବାଇ ଭଲ ଭାବରେ ଖାଇବା ଜରୁରୀ । ଏହା ସହିତ ଆପଣଙ୍କୁ ଏକ ଗ୍ଳାସ କ୍ଷୀର ମଧ୍ୟ ପିଇବା ଉଚିତ । ରାଶିର ବ୍ୟବହାର ଦ୍ଵାରା ଆପଣଙ୍କ ଜଏଣ୍ଟରେ ହେଉଥିବା ସୁଜନ ଏବଂ କଷ୍ଟକୁ ଦୂର କରିଥାଏ । ଯାହାଦ୍ୱାରା ଆପଣଙ୍କୁ ଚାଲିବା ସମୟରେ ବହୁତ ଆରାମ ମିଳିଥାଏ ।

ଆପଣଙ୍କୁ ପ୍ରତ୍ୟକ ଦିନ ଏକ ରୁ ଦୁଇ ଚାମଚ ରାଶି ଖାଇବା ଉଚିତ । ଏହାକୁ ଖାଇବା ପୂର୍ବରୁ ଆପଣ ଏହାକୁ ପ୍ରଥମେ ତାୱାରେ ପକାଇ ହାଲକା ଭାଜି ଦିଅନ୍ତୁ । ଏହାପରେ ଆପଣ ଏହାକୁ ଚୋବାଇ କ୍ଷୀର ସହ ଖାଇବା ଆବଶ୍ୟକ । ତେବେ ଯାଇ ଆପଣ ଫାଇଦା ପାଇପାରିବେ ।

Leave a Reply

Your email address will not be published. Required fields are marked *