ପାଠକୁ ଅତି ସହଜରେ ବୁଝି ମନେ ରଖିବାର ଏ ହେଉଛି ସରଳ ଉପାୟ, ନିଶ୍ଚୟ ଚେଷ୍ଟା କରି ଦେଖନ୍ତୁ, 100 % Result

ନମସ୍କାର ବନ୍ଧୁଗଣ , ଆଧୁନିକ ଯୁଗର ବଡ ସମସ୍ୟା ହେଉଛି ପାଠ କୁ ମନେ ରଖିବା । ପିଲାମାନେ ପାଠ କୁ ମାନେ ରଖିବା ପାଇଁ ବହୁତ ପରିଶ୍ରମ କରିଥାନ୍ତି , ମାତ୍ର ଠିକ ସମୟରେ ତାହା ମନେ ଆସିନଥାଏ । ପାଠ ଜୀବନ ର ଗୁରୁତ୍ଵପୂର୍ଣ୍ଣ ଭାଗ ଜଗତ ର ସବୁ ଜିନିଷ ଦିନେ ଆମ କୁ ଛାଡି ଯାଇଥାନ୍ତି କିମ୍ବା ଲୋକମାନେ ସୁନା ଗ୍ରହଣା କୁ ଚୋରୀ କରି ନେଇ କି ଯାଇପାରିବେ ।

ମାତ୍ର ଯେଉଁ ପାଠ କୁ ଆମେ ପଢି ମନରେ ସାଇତି ରଖିଥାଉ ତାହାକୁ କେହି ଚୋରୀ କରି ନେଇପାରିନଥାଏ । ତେଣୁ ପିଲାମାତାମାନେ ସର୍ବଦା କହିଥାନ୍ତି କି ପାଠ ପଢ  , କାରଣ ପାଠ ଜୀବନର ମୌଳିକ ବିଷୟ କୁ ଶିଖାଇଥାଏ । ଜୀବନରେ ଏଭଳି ପରିସ୍ଥିତି ଆସେ ଯେବେ ସମସ୍ତେ ଆମ ହାତ ଛାଡି ଆଗକୁ ଯାଇଥାନ୍ତି ମାତ୍ର ପାଠ ଥିବା ମଣିଷ କେବେ ବି ପଛରେ ରହିବ ନାହିଁ ।

ପାଠ ଦ୍ଵାରା ମଣିଷ ରୋଜଗାରକ୍ଷମ ହୋଇଥାଏ ତାହାର ପରିବାର ର ଆବଶ୍ୟକ କୁ ପୂରଣ କରିଥାଏ । ମାତ୍ର ପାଠ କୁ ମନେ ରଖିବା ଆଜି କାଲି ଦୁନିଆରେ ବଡ ସମସ୍ୟା ଭାବରେ ରହିଛି । ଅହି ଆମେ ଆପଣଙ୍କୁ ପାଠ କୁ ମନେ ରଖିବାର ସହଜ ଉପାୟ କହିବୁ  ।  ସାଧାରଣତ ଆମେ ପାଠ କୁ ମନେ ରଖିବା ପାଇଁ ତାହାକୁ ଘୋଷିଥାଉ କୋଣସି ଜିନିଷ କୁ ଘୋଷିକି ମନେ ରଖିବା ଦ୍ଵାରା ତାହା କେବଳ କିଛି ସମୟ ପାଇଁ ମନରେ ରହିଥାଏ ଓ ତାହାର ଅପର ମୁହୁତ୍ତରେ ତାହା ଭୁଲିଯାଇଥାଉ ।

ଯଦି ଆପଣ ପାଠ ପଢୁଥିବା ସମୟରେ କୋଣସି କାମ ଥାଏ ତେବେ ପ୍ରଥମେ ତାହାକୁ କରି ପାଠ କୁ ପଢନ୍ତୁ । କାରଣ ପାଠ ର ଅଧାରୁ ଆପଣଙ୍କୁ ଉଠିକି ଯିବାକୁ ପଡିନଥାଏ । କାରଣ ଯଦି କୋଣସି କାମ ଥାଏ ତେବେ ଆପଣନଅକା ମନ ସେହି ଠାରେ ଥାଏ ତେଣୁ ତାହାକୁ ସାରି ପଢିବାକୁ ବସିଲେ ଭଲ । ଆପଣ ପ୍ରଥେମ ପାଠ ବିଷୟ କୁ ଦୁଇ ତିନି ଥର ପଢିବେ ଏବଂ ପରେ ତାହାକୁ ଆପଣଙ୍କ ଭାଷା ରେ ତର୍ଜମା କରି ବୁଝନ୍ତୁ  ଏହା ଦ୍ଵାରା ଆପଣ ସେହି ବିଷୟ କୁ ନିଜ ଅନୁସାରେ ବୁଝିପାରିବେ ।

ଦ୍ଵିତୀୟରେ ଆପଣଙ୍କୁ ପଢିଥିବା ପାଠ କୁ ନ ଦେଖି ଲେଖିବା ପାଇଁ ଚେଷ୍ଟା କରିବା ଉଚିତ୍ । ଯଦି ଆପଣ ତାହାକୁ ଲେଖିପାରିବେ ନାହିଁ ତାହାର ଅର୍ଥ ହେଉଛି ଆପଣ ବିଷୟ କୁ ଭଲ ରୂପରେ ବୁଝିନାହାନ୍ତି । ତୃତୀୟ ରେ ଆପଣଙ୍କୁ ପଢିଥିବା ପାଠ କୁ ଶୋଇବା ପୂର୍ବରୁ ସ୍ମରଣ କରିବା ଉଚିତ୍ । ଏହି ତିନୋଟି ଉପାୟ କୁ କରିବା ଦ୍ଵାରା ଆପଣ ପାଠ କୁ ଜଳଦି ମନେ ରଖି ପାରିବ ଓ ସେହି ପାଠ ସବୁ ଦିନ ପାଇ ମନେ ରହିଥାଏ ।

ଏହା ସାହାଯ୍ୟ ରେ ଆପଣମାନେ ପରୀକ୍ଷାରେ ଉତ୍ତମ ନମ୍ବର ରଖିଥାନ୍ତି ।

Leave a Reply

Your email address will not be published. Required fields are marked *