3 ଦିନ ଲଗାତାର ସକାଳୁ ଖାଲି ପେଟରେ ଖାଆନ୍ତୁ ବେଲ ପତ୍ର, ଫାଇଦା ଜାଣି ଆପଣ ଚମକି ପଡିବେ ! Health Tips

ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କ ମନ୍ଦିରରେ ପ୍ରତିଦିନ ହଜାର ହଜାର ବେଲ ପତ୍ର ଅର୍ପଣ କରାଯାଏ । ଆମ ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗ ହୃଦୟମରେ ଏହି ବେଲ ପତ୍ରର ଅନେକ ଫାଇଦା ବିଷୟରେ ଉଲ୍ଲେଖ ରହିଛି । ସେ ସବୁ ଜାଣିଲେ ଆପଣ ମଧ୍ୟ ପ୍ରତିଦିନ ବେଲ ପତ୍ର ଖାଇବେ ।

ବେଲ ପତ୍ର ଅତି ଭୟଙ୍କର ରୋଗ ଗୁଡିକରୁ ମଧ୍ୟ ଉପଶମ ଦେଇପାରେ । ତେବେ ଆସନ୍ତୁ ଜାଣିବା ବେଲ ପତ୍ରର ଉପକାରିତା ବିଷୟରେ । ଯଦି ଆପଣଙ୍କୁ ବା ଆପଣଙ୍କ ଘରେ କାହାକୁ ମଧ୍ୟ ଉଚ୍ଚ ରକ୍ତଚାପ ସମସ୍ଯା ରହିଛି ତେବେ, ୩-୪ଟି ବେଲ ପତ୍ର ନେଇ ତାକୁ ହେମଦସ୍ତାରେ ଭଲ ଭାବେ କୁଟି ଚଟଣି ବନେଇ ଦିଅନ୍ତୁ ଓ ଏହାକୁ ଏକ ଗ୍ଳାସ ପାଣିରେ ମିଶାଇ ଭଲ ଭାବେ ଫୁଟାଇ ଦିଅନ୍ତୁ । ଏହି କାଢା ବା ଚାହାକୁ ସକାଳୁ ଉଠି ଖାଲି ପେଟରେ ସେବନ କରନ୍ତୁ । ଏହା ସହ ଉଷୁମ ପାଣି ପିଇ ପାରିବେ ।

ଏହା ଦ୍ଵାରା ଅତି ପୁରୁଣା ଉଚ୍ଚ ରକ୍ତଚାପ ରୋଗ ମଧ୍ୟ ଏକରୁ ଦୁଇ ମାସ ମଧ୍ୟରେ ଭଲ କରିଦେବ । ଆଜିକାଲି କମ ବୟସରୁ ଯୁବା ଯୁବତୀ ମାନେ ଅଧିକ ବୟସ୍କ ହେଲା ପରି ଦେଖା ଯାଉଛନ୍ତି । ଆମେ ଉପରେ କହିଥିବା କାଢା ସେବନ କରିବା ଦ୍ଵାରା ଆପଣଙ୍କ ତ୍ଵଚା ଉଜ୍ଵଳ ରହିବ ଓ ଆପଣ ଅଧିକ ବୟସ ହେବା ଯାଏ ଯବାନ ଦେଖାଯିବେ । ଏହା ସହ ଏହି କାଢା ଡାଇବେଟିସ ରୋଗରୁ ମଧ୍ୟ ଉପଶମ ଦେଇଥାଏ ।

ବେଲ ପତ୍ର ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଖୁବ ସହାୟକ ହୋଇଥାଏ । ସେଥିପାଇଁ ରାତିରେ ଶୋଇବା ଆଗରୁ ଏକ ତମ୍ବା ପାତ୍ରରେ ପାଣି ରଖି ଦିଅନ୍ତୁ । ସକାଳେ ୫-୬ଟି ବେଲ ପତ୍ର, ୫-୬ଟି ନିମ ପତ୍ର ଓ ୫-୬ଟି ତୁଲସୀ ପତ୍ରକୁ ଭଲ ଭାବେ କୁଟି ଦିଅନ୍ତୁ । ଏହା ସହ ସେଥିରେ ଖଣ୍ଡେ ଅଦା ଓ ହଳଦୀର ରସ ମଧ୍ୟ ଅଧ ଚାମୁଚ ଲେଖାଏଁ ମିଶାନ୍ତୁ । ଏସବୁକୁ ରାତିରେ ରଖିଥିବା ତମ୍ବା ପତ୍ର ପାଣିରୁ ଗୋଟିଏ ଗ୍ଳାସ ପାଣିରେ ପକାଇ ଭଲ ଭାବେ ଫୁଟାଇ ଦିଅନ୍ତୁ ।

ଏହି ପାନୀୟକୁ ଯଦି ଆପଣ ପ୍ରତିଦିନ ପିଇବେ ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଏକ ରୁ ଦୁଇ ମାସ ମଧ୍ୟରେ ୫ ରୁ ୧୦ ଗୁଣ ବୃଦ୍ଧି କରିଦେବ । ମାତ୍ର ଏହା ସେବନ କରିବା ସହ ଆପଣ ଯୋଗ, ପ୍ରାଣାୟମ ଆଦି କରିବା ମଧ୍ୟ ଆବଶ୍ୟକ ରହିଛି । ପୁରୁଷମାନେ ତାଙ୍କ ଶରୀରରେ ଫୁର୍ତ୍ତି ବଢାଇବା ନିମନ୍ତେ ଦୁଇଟି ବେଲ ପତ୍ର, ଦୁଇଟି ଖଜୁରୀ ଓ ସାମାନ୍ଯ ଅଶ୍ଵଗନ୍ଧା ମିଶାଇ ଭଲ ଭାବେ କୁଟି ଦିଅନ୍ତୁ ।

ବେଲ ପତ୍ରକୁ ସକାଳେ ଉଷୁମ ପାଣି ସହ ଖାଲି ପେଟରେ ସେବନ କଲେ ଶରୀରକୁ ଆବଶ୍ୟକୀୟ  ଫୁର୍ତ୍ତି ମିଳିଥାଏ । ଆପଣ ଚାହିଁଲେ ଏଥିରେ ଏକ ଚାମୁଚ ମହୁ ମଧ୍ୟ ମିଶାଇ ପାରିବେ । ସକାଳୁ ଗୋଟିଏ ରୁ ଦୁଇଟ ବେଳ ପତ୍ର କେବଳ ଚୋବାଇ ଖାଇବା ଦ୍ଵାରା ମଧ୍ୟ ଆମ ଶରୀର ପ୍ରତି ଖୁବ ଲାଭଦାୟକ ହୋଇଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *