Vastu Tips- ଘର ର ମୁଖ୍ୟ ଦ୍ଵାର ରେ ଭୁଲ୍ ରେ ବି ରଖନ୍ତୁ ନାହିଁ ଏହି ଜିନିଷ ମାତା ଲକ୍ଷ୍ମୀ ହୁଅନ୍ତି ଅଶାନ୍ତି, ମାଡି ଆସେ ଦରିଦ୍ରତା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଘରର ପ୍ରବେଶ ଦ୍ୱାର ହିଁ ଘରେ ନକରାତ୍ମକ ଏବଂ ସକରାତ୍ମକ ଉର୍ଜା କୁ ଆଣିଥାଏ। ଯଦି ମୁଖ୍ୟ ଦ୍ୱାର ର ବାସ୍ତୁ ଠିକ ହୋଇ ନଥିବ ତେବେ ଘରକୁ ନକରାତ୍ମକ ଉର୍ଜା ଆକର୍ଷିତ ହୋଇଥାନ୍ତି।

ଏହା ଦ୍ୱାରା ଘରେ ଝଗଡା ଦୁଃଖ ଅଶାନ୍ତ ଆଦି ହୋଇଥାଏ। ଏହା ଛଡା ଧନ ର ହାନି ମଧ୍ୟ ହୋଇଥାଏ। ସେଥିପାଇଁ ଘରର ମୁଖ୍ୟ ଦ୍ୱାର ର ବାସ୍ତୁ କୁ ଠିକ କରିବା ଉଚିତ ଏବଂ ଆବଶ୍ୟକ। ବାସ୍ତୁ କୁ ସଠିକ ଭାବେ ରଖିବା ଉଚିତ ଯାହା ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ସକରାତ୍ମକ ଉର୍ଜା କୁ ଆକର୍ଷିତ କରିଥାଏ। ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଜିନିଷ ସମ୍ବନ୍ଧରେ କହିବୁ ଯାହାକୁ କେବେବି ଘର ର ମୁଖ୍ୟ ଦ୍ୱାର ଆଗରେ ରଖିବା ଉଚିତ ନୁହେଁ।ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।


୧- ବନ୍ଧୁଗଣ ପ୍ରଥମ ରେ ହେଉଛି ଯେଉଁ ଘରର ମୁଖ୍ୟ ଦ୍ୱାର ର କବାଟ ଠିକ ଭାବରେ ଖୋଲି ନଥାଏ ସେହି ଘରେ କେବେବି ସୁଖ ସମୃଦ୍ଧି ପ୍ରାପ୍ତି ହୋଇ ନଥାଏ ଏବଂ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ। ତେଣୁ ଘରର ମୁଖ୍ୟ ଦ୍ୱାର ରେ ଥିବା କବାଟ କୁ ସଫା ସୁତୁରା ଏବଂ ଠିକ ଭାବରେ ଲଗାଇବା ଉଚିତ।

୨. ବନ୍ଧୁଗଣ ଦ୍ୱିତୀୟ ରେ ହେଉଛି ଘରର ମୁଖ୍ୟ ଦ୍ୱାର କୁ ସଜାଇବା ପାଇଁ ବିଭିନ୍ନ ଫୁଲ ର ଗଛ ଲଗାଇବା ଉଚିତ। କିନ୍ତୁ ଗୋଲାପ ଭଳି କଣ୍ଟା ଜାତୀୟ ଗଛ କୁ ଲଗାଇବା ଉଚିତ ନୁହେଁ ସର୍ଵଦା ଭଲ ଏବଂ ବିନା କଣ୍ଟା ଥିବା ଗଛ ଲଗାଇବା ଉଚିତ ଏବଂ ଘରର ବାସ୍ତୁ କୁ ଠିକ ରଖିବା ପାଇଁ ଘର ବାହାରେ ତୁଳସୀ ଗଛ ଲଗାଇବା ଉଚିତ ଏହା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଆସେ ଏବଂ ଘରେ ସୁଖ ଶାନ୍ତି ବଜାୟ ରହିଥାଏ।


୩. ବନ୍ଧୁଗଣ ତୃତୀୟ ରେ ହେଉଛି, ଘରର ପ୍ରବେଶ ଦ୍ୱାର ରେ କେବେବି ଡଷ୍ଟବିନ୍ ରଖିବା ଉଚିତ ନୁହେଁ। ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ଘରର ବାହାରେ ଡଷ୍ଟବିନ୍ ରଖନ୍ତି ଏବଂ ଅଳିଆ ଆବର୍ଜନା ପକାଇ ଥାଆନ୍ତି। ଏହା ସତ ଯେ ଘର ବାହାରେ ଦଷ୍ଟବିନ ରଖିବା ଆବଶ୍ୟକ। କିନ୍ତୁ ଆପଣ ଯଦି ଦକ୍ଷିଣ ପଶ୍ଚିମ ଦିଗ ରେ ଏହାକୁ ରଖିବେ ତେବେ ଏହା ସର୍ବୋତ୍ତମ ହୋଇଥାଏ। ଯଦି ଏହା ସମ୍ଭବ ନୁହେଁ ତେବେ ଆପଣ ଡଷ୍ଟବିନ୍ କୁ ଘରର ମୁଖ୍ୟ ଦ୍ୱାର ଠାରୁ ଦୂରରେ ରଖନ୍ତୁ।


୪. ବନ୍ଧୁଗଣ ଚତୁର୍ଥ ରେ ହେଉଛି ନିଜ ଘରର ମୁଖ୍ୟ ଦ୍ୱାର କୁ ସର୍ଵଦା ଆଲୋକିତ ରଖିବେ। ଲାଇଟ କିମ୍ବା ଦୀପ ଜାଳି ମୁଖ୍ୟ ଦ୍ୱାର କୁ ପ୍ରଜ୍ବଳିତ କରିବେ। କେବେବି ନିଜର ମୁଖ୍ୟ ଦ୍ୱାର କୁ ଅନ୍ଧାର ରଖିବେ ନାହିଁ। ଅନ୍ଧାର କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ଆକର୍ଷିତ ହୋଇଥାନ୍ତି ଏବଂ ଘରକୁ ମାତା ଲକ୍ଷ୍ମୀ ମଧ୍ୟ ବାସ କରନ୍ତି ନାହିଁ। ଏହା ଯୋଗୁଁ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟ ଦେଖାଦେଇଥାଏ ତଥା ଧନ ହାନି ମଧ୍ୟ ହୁଏ।


୫- ବନ୍ଧୁଗଣ ପଞ୍ଚମ ରେ ହେଉଛି ଘରର ମୁଖ୍ୟ ଦ୍ୱାର ରେ ଭଗବାନ ଶ୍ରୀ ଗଣେଶ ଙ୍କ ଫୋଟୋ ଲଗାଇଥାନ୍ତି କିମ୍ବା ମାତା ଲକ୍ଷ୍ମୀ ଙ୍କ ପାଦୁକାଦ୍ୱୟ କୁ ମଧ୍ୟ ଲଗାଇଥାନ୍ତି। ଏହା କରିବା ବହୁତ ଶୁଭ ହୋଇଥାଏ ଏହା ଦ୍ୱାରା ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ କିନ୍ତୁ ଯଦି ଆପଣ ଭୁଲ ପ୍ରକ୍ରିୟା ରେ ଲଗାନ୍ତି ତେବେ ଏହାର ଓଲଟା ପ୍ରଭାବ ଦେଖା ଦେଇଥାଏ ସର୍ବଦା ଗଣେଶଙ୍କ ମୁହଁ ଆପଣଙ୍କ ଘର ଭିତରକୁ ରହିଥିବା ଏବଂ ପିଠି ଘର ବାହାରକୁ ଏବଂ ମାତା ଲକ୍ଷ୍ମୀ ଙ୍କ ପାଦୁକା ଦ୍ୱୟ କୁ ଏପରି ଲଗାଇବେ ଯେପରି ସେ ଘର ଭିତରକୁ ପ୍ରବେଶ କରୁଛନ୍ତି ।

ଏହି ପରି ଭାବେ ରଖିବା ଉଚିତ ଏବଂ ଶୁଭ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *