ପ୍ରତ୍ଯେକ ଦିନ ଲେମ୍ବୁ ପାଣି ପିଇଲେ ଶରୀରରେ କଣ ହୋଇଥାଏ ? ଦେଖନ୍ତୁ…

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ଆମ ଶରୀର ଭିତରକୁ ଶୁଦ୍ଧ ଏବଂ ସ୍ଵାସ୍ଥ୍ୟକର ଖାଦ୍ୟ କମ ବିଶୁଦ୍ଧ ଖାଦ୍ୟ ଅଧିକ ଯାଉଛି , ଯାହା ଫଳରେ ସ୍ୱାସ୍ଥ୍ୟ ଖରାପ ରହୁଛି । ତେବେ ଏଥିପାଇଁ ସାମାନ୍ୟ ଲେମ୍ବୁ କଣ ଫାଇଦା ଆଣିଦେବ ଏହାର ପ୍ରଶ୍ନ ଆପଣଙ୍କ ମନରେ ଥିବ ନିହାତି । କିନ୍ତୁ ଛୋଟ ଲେମ୍ବୁର ରସ ଆପଣଙ୍କ ଶରୀରକୁ ସଫା କରିବା ପାଇଁ କଣ କ୍ଷମତା ରଖିଥାଏ ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ଲେମ୍ବୁ ପାଣି ଆପଣଙ୍କ ଶରୀର ଉପରେ କଣ ପ୍ରଭାବ ପକାଇଥାଏ ନିୟମିତ ବ୍ୟବହାର କରିବା ଦ୍ଵାରା ।

ଲେମ୍ବୁରେ ଭିଟାମିନ-cର ମାତ୍ରା ଅଧିକ ରହିଛି । ଏଥିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ଆମ ଶରୀର ଥିବା କୋଷ ଗୁଡିକୁ ଡ୍ୟାମେଜ ହେବାରୁ ରକ୍ଷା କରିଥାଏ । ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଅଧିକ ମଜବୁତ ବନାଇ ଦେଇଥାଏ ଏହି ଲେମ୍ବୁପାଣି । ଆଇରନ ପାଇଁ ଆପଣଙ୍କ ଶରୀରରେ ରକ୍ତରେ ହିମୋଗ୍ଲୋବିନ ବନିଥାଏ । ଏହା ଆଇରନ ପାଇଁ ପ୍ରମୁଖ ସ୍ରୋତ ହୋଇଥାଏ ।

ଏହା ବ୍ୟତୀତ ଆପଣଙ୍କ ଶରୀରରେକ ରେଡ ବ୍ଲଡ଼ ସେଲ ତିଆରି ହୋଇଥାଏ । ରକ୍ତ ତିଆରି ହେବା ପାଇଁ ଶରୀରକୁ ଆଇରନ ଆବଶ୍ୟକତା ରହିଥାଏ । ଲେମ୍ବୁରେ ଥିବା ଭିଟାମିନ-c ଆଇରନର ଆବଜର୍ବସନକୁ ବଢାଇଥାଏ । ଚେହରାକୁ ଉଜ୍ଵଳ ଏବଂ ଚିକ୍କଣ ରଖିଥାଏ । ବୟସ ଅଧିକ ଥିଲେ ମଧ୍ୟ କମ ବୟସର ଦେଖା ଯାଇଥାନ୍ତି ।

ଲେମ୍ବୁରେ ଥିବା ଭିଟାମିନ-c ଆପଣଙ୍କ ଶରୀରକୁ ବହୁତ ପ୍ରକାର ଇନଫେକ୍ସସନରୁ ବଞ୍ଚାଇଥାଏ । ଆଲର୍ଜୀ ସହ ଲଢିବା ପାଇଁ ଲେମ୍ବୁ ପାଣି ସାହାର୍ଯ୍ୟ କରିଥାଏ । ପ୍ରତିଦିନ ସକାଳୁ ଉଠି ହାଲକା ଗରମ ପାଣିରେ ଲେମ୍ବୁ ପାଣି ବନାଇ ପିଇବା ଦ୍ଵାରା ଆପଣଙ୍କୁ କବ୍ଜ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

ସକାଳୁ ଆପଣ ଗରମ ପାଣିରେ ପ୍ରସ୍ତୁତ ଲେମ୍ବୁ ପାଣି ପିବା ଦ୍ଵାରା ଆପଣଙ୍କ ଶରୀର ଭିତରେ ରହିଥିବା ସମସ୍ତ ବିଶୁଦ୍ଧ ପଦର୍ଥକୁ ଏହହା ଆପଣଙ୍କ ଶରୀରରୁ ବାହାରକୁ ବାହାର କରିଦେଇଥାଏ । ଆପଣଙ୍କ ପାଚନ ଶକ୍ତିକୁ ଠିକ କରିଥାଏ । ସକାଳ ସମୟରେ ଯଦି ଆପଣଙ୍କ ମୁହଁରୁ ଅଧିକ ଦୁର୍ଗନ୍ଧ ଆସିଥାଏ ତେବେ ସେହି ଦୁର୍ଗନ୍ଧକୁ ମଧ୍ୟ କାମାଇବାର କାମ କରିଥାଏ ଲେମ୍ବୁ । ଲେମ୍ବୁରେ ଥିବା ସାଇଟ୍ରିକ ଏସିଡ ସିଧାସଳଖ ଦାନ୍ତରେ ଲାଗିଥିବା ବ୍ୟାକ୍ଟେରିଆ ସହ ଲଢେଇ କରିଥାଏ ଆଉ ତାଙ୍କୁ ନଷ୍ଟ କରିଦେଇଥାଏ ।

ଆପଣ ଅଧିକ କାମ କରିବା ଦ୍ଵାରା ଆପଣଙ୍କ ଶରୀରରୁ ଝାଳ ମାଧ୍ୟମରେ ଯେଉଁ ମିନେରାଲ ବାହାରିଯାଇଥାଏ ତାହାକୁ ପୁଣି ଥରେ ଭରଣ କରିଥାଏ ଲେମ୍ବୁପାଣି । ଖରା ଆସିବା ପରେ ଥଣ୍ଡା ନ ପିଇ ଲେମ୍ବୁ ପାଣି ପିଅନ୍ତୁ । ଏହହା ଆପଣଙ୍କୁ ଅଧିକ ଶକ୍ତି ଯୋଗାଇ ଦେବା ସହ ଊର୍ଜା ଦେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି  ଭୁଲିବେନି ।

Leave a Reply

Your email address will not be published. Required fields are marked *