Health Tips- 99% ଲୋକ କ୍ଷୀର ପିଇବା ସମୟରେ କରିଥାନ୍ତି ଏହି 5 ଟି ସାଧାରଣ ଭୁଲ, କଣ ଆପଣ ଏମିତି କରୁଛନ୍ତି କି ?

ନମସ୍କାର ବନ୍ଧୁଗଣ, କ୍ଷୀର ଆମ ଶରୀର ପାଇଁ ବହୁତ ଆବଶ୍ୟକ ଅଟେ । କ୍ଷୀର ହିଁ ଏକମାତ୍ରା ଯାହାର ସେବନ ପ୍ରାୟ ଲୋକ ନିଜର ଦୁର୍ବଳ ଶରୀରରେ ଶକ୍ତି ଭରିବା ପାଇଁ ପିଇଥାନ୍ତି ଏବଂ କ୍ୟାଲସିୟମ ଅଭାବ ରହୁଥିବା ଲୋକଙ୍କ ପାଇଁ ମଧ୍ୟ କ୍ଷୀର ନିତାନ୍ତ ଜରୁରୀ ହୋଇଥାଏ । କ୍ଷାର ତ ପିଉଛନ୍ତି ଠିକ ଅଛି କିନ୍ତୁ କ୍ଷୀର ପିଇବା ସମୟରେ ଅଜାଣତରେ କରୁଥିବା ଏହି ସାଧାରଣ ଭୁଲକୁ ସୁଧାରିବା ଏବଂ ସେହି ଭୁଲ ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା କ୍ଷୀର ପିଇବା ସମୟରେ ଆପଣ କେଉଁ ଭୁଲ କରିବା ଅନୁଚିତ ।

1- ଗ୍ରୀଷ୍ମ ଋତୁରେ ଆପଣ ଏକ ବଡ ଭୁଲ କରିବସନ୍ତି । ଆପଣ କ୍ଷୀରକୁ ଥଣ୍ଡା କରି କିମ୍ବା ସେଥିରେ ବରଫ ପକାଇ ତାହାର ସେବନ କରନ୍ତି । ଯାହାଦ୍ୱାରା କ୍ଷୀରର ହଜମ ହେବାର ଶକ୍ତି କମିଯାଇଥାଏ । ଏବଂ ଆପଣଙ୍କୁ ଭାରି ଅନୁଭବ ହୋଇଥାଏ ଆଉ ସହଜରେ ତାହା ହଜମ ମଧ୍ୟ ହୋଇନଥାଏ । ଆପଣ ସବୁବେଳେ ଗରମ କ୍ଷୀର ପିଇବା ଉଚିତ ।

2- ବହୁତ ଲୋକ କ୍ଷୀର ସହିତ ଫଳ ମିଶାଇ ଖାଇଥାନ୍ତି । କିନ୍ତୁ ଏହା ଏକ ଭୁଲ ଅଟେ । ଆପଣ କ୍ଷୀର ସହ ଫଳ ମିଶାଇ ଦେବା ଦ୍ଵାରା ଆପଣଙ୍କ ଡାଇଜେଷ୍ଟିଭ ସିଷ୍ଟମ ଉପରେ ଅଧିକ ଲୋଡ ପଡିଥାଏ । ଯାହାଫଳରେ ଆପଣଙ୍କୁ ଗ୍ୟାସ ଏବଂ ଆପଣଙ୍କ ପେଟ ଭାରି ଲାଗିବା ଭଳି ସମସ୍ୟା ଦେଖା ଦେଇପାରେ ।

3- କ୍ଷୀରକୁ ଅଧିକ ସ୍ଵାଦିଷ୍ଠ କରିବା ପାଇଁ ସେଥିରେ ବହୁତ ଲୋକ ଚିନି କିମ୍ବା କ୍ରିମ ଇତ୍ୟାଦି ପକାଇ ଦେଇଥାନ୍ତି ଯେମିତିକି ମିଲ୍କ ସେକ, କିମ୍ବା କୋଲ୍ଡ କଫି ପ୍ରସ୍ତୁତ କରିବା ପାଇଁ । ଏହିସବୁ କ୍ଷୀରରେକ ପକାଇବା ଦ୍ଵାରା କ୍ଷୀର ଆହୁରି ଅଧିକ ଭାରି ହୋଇଯାଏ । ଆପଣ କ୍ଷୀର ସହ ଦୁଇଟି ଫଳ ନେଇ ପାରିବେ । ଗୋଟିଏ ହେଉଛି କଦଳୀ ଆଉ ଅନ୍ୟଟି ହେଉଛି ଆମ୍ବ । ଯଦି ଆପଣ ଏଥିରେ ଚିନି କିମ୍ବା କ୍ରିମ ପକାଇ ସେବନ କରିବାକୁ ଲାଗିବେ ତେବେ ଆପଣଙ୍କ ଓଜନ ବଢିବାକୁ ଲାଗିଥାଏ ।

4- ଖାଇବା ସମୟରେ କ୍ଷୀର ପିଇବା କିମ୍ବା ଖାଇବାର ତୁରନ୍ତ ପୂର୍ବରୁ ଏବଂ ଖାଇବା ପରେ କ୍ଷୀର ପିଇବା ଉଚିତ ନୁହେଁ । କ୍ଷୀର ଏକା ଭାରି ଅଟେ ତେଣୁ ଆପଣ ଯଦି ଏହା ସହ ଆଉ କିଛି ନେଇଯିବେ ତେବେ ଭାରିପଣ ଦୁଇଗୁଣ ହୋଇଯିବ ଯାହା ଆପଣଙ୍କ ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇବ ।

5- କ୍ଷୀର ସହ ଲୁଣ ନେବା ସମ୍ପୂର୍ଣ ଅନୁଚିତ । କାରଣ ଲୁଣ ଆଉ କ୍ଷୀର ପୁରା ବିପରୀତ ଅଟନ୍ତି । ତେଣୁ ଆପଣଙ୍କୁ ଲୁଣ ସହ କୌଣସି ନମକିନ ଜିନିଷ ଖାଇବା ଉଚିତ ନୁହେଁ । 6- କ୍ଷୀରକୁ ଅପାନ ସିପ ସିପ କରି ଚାହା ଭଳି ପିଇବା ଉଚିତ । କ୍ଷୀରକୁ ବସିକି ପିଇବା ଉଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *