Vastu Tips- କଇଁଛ ମୁଦି କିଏ ଓ କିପରି ପିନ୍ଧିଲେ କମ ଦିନରେ ମଣିଷ ହୋଇଥାଏ ଧନୀ

ନମସ୍କାର ବନ୍ଧୁଗଣ, କଇଁଛ ଧନର ପ୍ରତୀକ ଅଟେ । ତେଣୁ ନିଜ ଘରେ ଧନକୁ ବଢାଇବା ପାଇଁ ବହୁତ ଲୋକ ହାତରେ କଇଁଛ ମୁଦି କିମ୍ବା ନିଜ ଘରେ କଇଁଛର ଧାତୁ ଆଣି ରଖୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁମାନେ କଇଁଛ ମୁଦି ପିନ୍ଧି ପାରିବେ ଏବଂ କିଭଳି ଭାବରେ ପିନ୍ଧିଲେ ତାହା ଆପଣଙ୍କ ଘରକୁ ଧନର ଆକର୍ଷଣ କରାଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କଇଁଛ ମୁଦି ସହ ଜଡିତ ଥିବା କିଛି ନିୟମ ସମ୍ପର୍କରେ ।

କଇଁଛ ଯେକୌଣସି ଧାତୁର ହେଉ ନା କାହିଁକି ତାହାକୁ ଆପଣ ଘରେ ରଖିପାରିବେ । କିନ୍ତୁ କଇଁଛକୁ ରଖିବାର ଦିଗ ହେଉଛି ଉତ୍ତର,ପୂର୍ବ ଦିଗ ଏବଂ ଉତ୍ତର ପୂର୍ବ ଦିଗର କୋଣ ଐଶାନ୍ୟ କୋଣ । ଅଫିସ ହେଉ କିମ୍ବା ଘର ଆପଣ ସର୍ବଦା କଇଁଛର ମୁଖ ଉତ୍ତର, ପୂର୍ବ କିମ୍ବା ଐଶାନ୍ୟ କୋଣ ଆଡକୁ ରଖିବା ଉଚିତ । କିନ୍ତୁ ଯେଉଁ ଦିଗରେ କବାଟ କିମ୍ବା ମୁଖ୍ୟଦ୍ଵାର ଥିବା ସେହି ଦିଗ ଆଡକୁ କଇଁଛର ମୁଖ ରଖିବେ ନାହିଁ  ।

କଇଁଛ ରଖୁଥିବା ପାତ୍ରରେ ଆପଣ ପ୍ରତିଦିନ ପୁରୁଣା ପାଣିକୁ ବାହାର କରି ନୂଆ ପାଣି ଭରିବା ଉଚିତ । ଧ୍ୟାନ ରଖିବେ କଇଁଛ ଯେଭଳି ଅଧା ବୁଡିକି ରହିବ ସେହିଭଳି ପାତ୍ର ଟିଏ ଆପଣ କିଣିକି ଆଣିବେ । ଯେଉଁ ପାଣିରେ ଆପଣ ରଖିଥିବେ ତାହା ଗଙ୍ଗା ଜଳ କିମ୍ବା ଗଙ୍ଗା ଜଳ ମିଶ୍ରିତ ସାଧା ଜଳ ହୋଇଥିବା ଆବଶ୍ୟକ । କିନ୍ତୁ ଯେଉଁ କଇଁଛକୁ ଆପଣ ଶୋଇବା ଘରେ ରଖିବେ ସେଥିରେ ଆପଣ ପାଣି ଦେବେ ନାହିଁ ।

ତାକୁ ଶୁଖିଲା ରଖିବେ ଏବଂ ପ୍ରତିଦିନ ତାକୁ ପରିଷ୍କାର କପଡାରେ ପୋଛିବେ । ସନ୍ତାନ ପ୍ରାପ୍ତିର ଆଶା କରିଥିବା ବ୍ୟକ୍ତି ନିଜ ଘରକୁ ଏପରି କଇଁଛ ଆଣିବା ଦରକାର ଯାହାର ପିଠି ଉପରେ ଶୋଇଥିବା କଇଁଛ ବସିଥିବ । ଏହିଭଳି ନିର୍ମିତ କଇଁଛ ସନ୍ତାନ ପ୍ରାପ୍ତି ପାଇଁ ଶ୍ରେଷ୍ଠ ମନାଯାଏ ।

ଯେଉଁ ମଣିଷ ଜୀବନରେ ଅନେକ ପ୍ରଚେଷ୍ଟା କରିବା ସତ୍ବେ ମଧ୍ୟ ଧନର ଲାଭ ନ କରିପାରି ଦାରିଦ୍ରତା ତଥା ଧନ ଅଭାବର ସାମ୍ନା କରୁଥାନ୍ତି ସେମାନେ ଏକ କ୍ରିଷ୍ଟାଲ କଇଁଛ ଏବଂ କ୍ରିଷ୍ଟାଲ ପାତ୍ରରେ ସେହି କଇଁଛକୁ ରଖି ସେଥିରେ ଜଳ ଭରି ଦୋକାନ ଅଫିସ ଏବଂ ଘରେ ରଖିବା ଉଚିତ । ଏହାକୁ ଆପଣ ସିନ୍ଦୁକ ଉପରେ ମଧ୍ୟ ରଖିପାରିବେ । ଏଭଳି ଭାବରେ ଆପଣ ଏହି କଇଁଛ ରଖିବା ଦ୍ଵାରା ଆପଣଙ୍କ ଜୀବନରେ ଚାଲିଥିବା ଧନର ସମସ୍ୟା ମାନ ଦୂର ହୋଇଥାଏ ।

ଘରର ସଦସ୍ୟ ବାରମ୍ବାର ରୋଗରେ ପୀଡିତ ହେଉଥିଲେ ଆପଣ ଘରେ ଏକ ମାଟିର କଇଁଛ ରଖିବା ଲାଭଦାୟକ ହୋଇଥାଏ । ଘରର ସଦସ୍ୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲେ ଘରେ ଯୋଡା କଇଁଛ ରଖିବା ଉଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *