ବାରମ୍ବାର ପାଠ ପଢି ମଧ୍ୟ ମନେ ରହୁନି କି ! ତେବେ ମନେ ରଖନ୍ତୁ ଏହି Useful Study Tips! ସବୁ ପାଠ ମନେ ରହିବ…

ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ବର୍ଣିତ କିଛି ଆଦର୍ଶ ମୂଳକ ବାଣୀ, ଯାହା ଜାଣିଲେ ସଫଳତା ପାଇବା ଆପଣଙ୍କୁ ସହଜ ହେବ । ଯେବେ କଥା ଉଠେ ଜୀବନ ମୁଲ୍ୟପାଇଁ, ଯେବେ କଥା ଆସେ ନିର୍ଣ୍ଣୟରେ, ଯେବେ କଥା ଆସେ ନିଜେ ନିଜେ ବୁଝିନପାରିବାର, ସେତେବେଳେ ଆମକୁ ମନେ ପଡେ ମହାପୁରୁଷଙ୍କ ଜୀବନୀ କଥା । ସ୍ୱାମୀ ବିବେକାନନ୍ଦ ନିଜର କାର୍ଯ୍ୟପାଇଁ ସଦା ସର୍ବଦା ଯୁବକ, ଯୁବତୀଙ୍କର ଆଦର୍ଶର ପ୍ରେରଣାର ପାତ୍ର ହୋଇଅଛନ୍ତି ।

ତେଣୁକରି ସ୍ୱାମୀ ବିବେକାନନ୍ଦଙ୍କର ଆଦର୍ଶକୁ ଧରି ରଖି ବାଟ ଚାଲିବା ନିତ୍ୟାନ୍ତ ଆବଶ୍ୟକ । ଯେଉଁମାନେ ମହାପୁରୁଷଙ୍କର ଆଦର୍ଶକୁ ଅନୁସରଣ କରି ବାଟଚାଲିଛନ୍ତି ସେମାନେ ନିଜର ଲକ୍ଷ୍ୟ ସ୍ଥଳରରେ ଖୁବଶୀଘ୍ର ଯାଇ ପହଁଚି ଯାଇଛନ୍ତି । ସ୍ୱାମୀ ବିବେକାନନ୍ଦ କେତୋଟି ନୀତିବାଣୀ ଦେଇ ଯାଇଛନ୍ତି ଯାହାକୁ ଆମକୁ ଅନୁସରଣ କରିବା ଆବଶ୍ୟକ । ଆମ ସମସ୍ତଙ୍କର ପାଖରେ ସମାନ ପ୍ରତିଭା ନାହିଁ ।

କିନ୍ତୁ ଆମ ସମସ୍ତଙ୍କର ପାଖରେ ସମାନ ସମୟ ଅଛି । ନିଜର ପ୍ରତିଭାକୁ ବିକଶିତ କରିବା ପାଇଁ । ଆପଣଙ୍କର ଯଦି ନିଜ ଉପରେ ଭରସା ଅଛି ତ ଆପଣ କିଛି ବି କରିପାରିବେ । ମୁଁ ଠିକ୍ ନିର୍ଣ୍ଣୟ ନେବାରେ ବିଶ୍ୱାସ କରେ ନାହିଁ । ପରନ୍ତୁ ନିର୍ଣ୍ଣୟ ନେବାପରେ ତାହାକୁ ସତ୍ୟରେ ପ୍ରକାଶ କରିବାକୁ ବିଶ୍ୱାସ କରିଥାଏ । ଯଦି ଆପଣ ଶ୍ରୀଘ୍ର ଚାଲିବାକୁ ଚାହାନ୍ତି ତାହାଲେ ଶୀଘ୍ର ଚାଲନ୍ତୁ ନିଜ ସହିତ ଏକୁଟିଆ ।

କିନ୍ତୁ ଆପଣ ଦୁରବାଟ ଚାଲିବାକୁ ଚାହୁଁଛନ୍ତି ତ ସାଥି ହୋଇ ବାଟ ଚାଲନ୍ତୁ । କାରଣ ଏପରି କରିବାଦ୍ୱାର ଆପଣଙ୍କର ଚଲାପଥର ଲକ୍ଷ୍ୟ ଆଉ ଦୂର ବାଟ ନୁହେଁ । ଯଦି ଆପଙ୍କର ଭିତରେ ପରିବର୍ତ୍ତନ ଆଣିବାର ଅଛି ତ ଆପଣ ନିଜେ ପରିବର୍ତ୍ତନ ଆଣିପାରିବେ । କିନ୍ତୁ ପ୍ରଥମେ ନିଜକୁ ବଦଳେଇବାର ଅଛି । ନିଜକୁ ନ ବଦଳାଇ ଆପଣ ଅନ୍ୟକୁ ଅପେକ୍ଷା କରନ୍ତୁ ନାହିଁ ।

ଯେବେ ଲୋକ ଆପଣଙ୍କର ଉପରକୁ ପଥର ଫୋପାଡ଼ି ଥାଆନ୍ତି । ଆପଣ ସେହି ଭବ୍ୟ ପଥରକୁ ଯୋଡି ଏକ ସ୍ମାରକୀ ତିଆରି କରନ୍ତୁ । ଯାହାଦ୍ୱାରା ଲୋକ ଆପଣଙ୍କୁ ସବୁବେଳେ ମନେ ରଖିବେ । ଆପଣଙ୍କୁ ସବୁସ୍ଥାନରୁ ଶୁଣିବା ଦରକାର । ଆପଣଙ୍କୁ ସବୁସ୍ଥାନରୁ ଭାବିବା ଦରକାର । ଏବଂ ସବୁ ସ୍ଥାନରୁ ଶିଖିବା ଦରକାର ଅଟେ । ଯେଉଁ ମଣିଷ କିଛି ଶୁଣିବାକୁ ଆଶା କରିଥାଏ ।

ସେ ଜୀବନରେ କିଛି କରିବାରେ ସଫଳ ହେଇଥାଏ । ଯେଉଁ ମଣିଷ ଅନ୍ୟର ଶୁଣେନାହିଁ । କି କିଛି ଶୁଣିବାକୁ ଇଛା କରେନି ସେ ମଣିଷ କିଛି ଜୀବନରେ କରି ପାରିନଥାଏ । ପରବର୍ତୀ ସମୟରେ ବହୁତ ଚିନ୍ତା କରି ନିଜର ସମୟକୁ ନଷ୍ଟକରିଥାଏ । ଯଦି ମୋତେ ସୁଯୋଗ ମିଳେ ତେବେ ଏପରି ବହୁତ ଜିନିଷ ଅଟେ, ଯାହାକୁ ମୁଁ ପୁନର୍ବାର କରିବାକୁ ଚାହୁଁଛି ।

କିନ୍ତୁ ମୁ ପଛକୁ ଫେରି ସେହି ଜିନିଷର ଅବଶୋଷ କରିବି ନାହିଁ ଯାହାକୁ ମୁଁ କରିପାରିନାହିଁ । କେହି ଲୁହାକୁ କଷ୍ଟ ଦେଇପାରିବନି କିନ୍ତୁ ତାକୁ ନିଜର କଳଙ୍କି ବର୍ବାଦ କରିଦେଇଥାଏ । ଆପଣଙ୍କୁ କେହି କଷ୍ଟ ଦେଇପାରିବେନି ପରନ୍ତୁ ଆପଙ୍କର ମାନସିକତା ଆପଣଙ୍କୁ କଷ୍ଟ ଦେଇଥାଏ । ମହାନ୍ନ ଲୋକଙ୍କ ଠାରୁ ପ୍ରେରଣା ନେବା ଉଚିତ ଅଟେ ଏବଂ ନିଜକୁ କହିବା ଦରକାର କି ଯଦି ସେ କରିପାରିବତ…!ମୁଁ କାହିଁକି ନୁହେଁ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *