ପାଦ ଯନ୍ତ୍ରଣା ହେଲେ କଣ କରିବେ ? ଦେଖନ୍ତୁ କଣ କୁହନ୍ତି Dr Rajendra Sahoo

ବନ୍ଧୁଗଣ ନମସ୍କାର । ଭିନ୍ନ ଭିନ୍ନ କାରଣ ରୁ ସମସ୍ତ ଙ୍କ ଶରୀର ର ଭିନ୍ନ ଭିନ୍ନ ସ୍ଥାନ ମାନଙ୍କରେ ଯନ୍ତ୍ରଣା କଷ୍ଟ ହେବାର ଦେଖା ଯାଇଥାଏ । ଏପରିରେ ପାଦ ଯନ୍ତ୍ରଣା ଦେଖା ଯିବା ମଧ୍ୟ ଏକ ସାଧାରଣ ବିଷୟ । କିନ୍ତୁ ଏହି ପାଦ ଯନ୍ତ୍ରଣା ସାଧାରଣତଃ ଅଧିକାଂଶ ଲୋକ ଙ୍କ ଠାରେ ଦେଖିବାକୁ ମିଳିଥାଏ । ଏହା ସାଧାରଣ ସମସ୍ଯା ଅଟେ କାରଣ ଆମ ଶରୀର ର ସମସ୍ତ ଭାର ଆମର ପାଦ ବହନ କରିଥାଏ ।

ଯେପରିକି ଆମେ ଦୈନଦିନ ଜୀବନରେ କେତେ ଚଲାବୁଲା ଦୌଡା ଦୌଡି ଆଦି କରୁଛୁ କେତେ କେତେ ସମୟ ଧରି କେଉଁଠି ଛିଡା ହୋଇ ରହୁଛୁ ତ ପୁଣି କେଉଁଠି ଗୋଡ ଝୁଲାଇ ରହୁଛୁ । ତେଣୁ ଏହା ଏକ ସାଧାରଣ ସମସ୍ଯା ବୋଲି କୁହାଯାଇଥାଏ ।

ପାଦ ରେ ଆମର ଅନେକ ଗୁଡିକ ହାଡ ଯୋଡି ହୋଇ ରହିଛି । ପାଦ କୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଥାଏ । ସେଗୁଡିକ ହେଲା ଫୋର ଫୁଟ, ମିଡ଼ିଲ ଫୁଟ ଓ ହାଇ ଫୁଟ । ପାଦ ଯନ୍ତ୍ରଣା ର ଅଧିକାଂଶ କାରଣ ଆର୍ଥାଇଟିସ ଥିବାର ଦେଖା ଯାଇଥାଏ ।

ଗୋଡ଼ ଯନ୍ତ୍ରଣା ର ଭିନ୍ନ ଭିନ୍ନ କାରଣରୁ ହୋଇଥିବାର ଦେଖା ଯାଇଥାଏ । ସେହି କାରଣ ମାନଙ୍କ ରୁ ହେଲା ପିନ୍ଧିବା ଏକ ମୁଖ୍ୟ କାରଣ ହୋଇଥାଏ । ତାହାଛଡା କୌଣସି ଏପରି ଚପଲ ପିନ୍ଧିବା ଯାହା ପାଦ କୁ ଅନେକ ସମୟ ଧରି ଚାପି ରଖିଥିବ । ଏହା ଦ୍ୱାରା ପଡ ଯନ୍ତ୍ରଣା ହେବାର ଦେଖା ଯାଇଥାଏ । ପାଦ ଶରୀର ର ସମସ୍ତ ଭାର କୁ ବାହନ କରୁଥିବାରୁ ଏହା ବେଳେ ବେଳେ ଥକି ଯାଇଥାଏ । ଯାହା କାରଣ ରୁ ଯନ୍ତ୍ରଣା କରିବାରେ ଲାଗିଥାଏ ।

ତାହାଛଡା ବେଳେବେଳେ ଏହାର କାରଣ କିଛି ଅଲଗା ମଧ୍ୟ ହୋଇ ପାରେ । ଯଦି ଏହା ସବୁବେଳେ ଲାଗି ରହୁଛି ତେବେ ନିକଟସ୍ଥ କୌଣସି ଫିଜିଓଥେରପିଷ୍ଟ ଙ୍କ ପାଖକୁ ଯାଇ ଦେଖାଇବା ଉଚିତ । ଓ ନିୟମିତ କିଛି ଦିନ ପାଇଁ ପାଦ ର ମାଲିସ କରିବା ଦ୍ୱାରା ମଧ୍ଯ ପାଦ ଯନ୍ତ୍ରଣା ହେବା କମି ଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *