Astrology- ଗ୍ରହଣ ଦିନ ଏହି ସବୁ ଜିନିଷ ଦାନ କରିବା ହୋଇଥାଏ ଶୁଭ ! କର୍ମ କ୍ଷେତ୍ରରେ ମିଳିଥାଏ ସଫଳତା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚଳିତ ମାସ ଆସନ୍ତା ୮ ତାରିଖରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ଡଙ୍ଗା ଭଷା ପାଳିତ ହେବା ପାଇଁ ଯାଉଛି । ସେହି ଦିନ ଅର୍ଥାତ ଡଙ୍ଗା ଭଷା ଦିନ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବା ପାଇଁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ ଅତି ଏକ ଲମ୍ବା କାଳୀନ ଚନ୍ଦ୍ର ଗ୍ରହଣ ହେବା ପାଇଁ ଯାଉଛି । ନଭେମ୍ବର ମାସ ୮  ତାରିଖ ଦିନ ଭୋର ୫ ଟା ୨୯ ମିନିଟ ଠାରୁ ପାକ ତ୍ୟାଗ ଓ ଦେବ ନୀତି ବାରଣ କରାଯାଉଛି ।

ଗ୍ରହଣକୁ ନେଇ ଅନେକ ଗବେଷଣା ଆରମ୍ଭ ହୋଇଗଲାଣି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ଦିନ ଏପରି କିଛି ଜିନିଷ ଦାନ କରିବା ଦ୍ଵାରା ବ୍ୟକ୍ତିର ଅନେକ ଉନ୍ନତି ହୋଇବା ସହ ଚାକିରି ସମ୍ବଦ୍ଧୀୟ ଖୁସି ଖବର ମିଳିବାର ବହୁତ ସମ୍ଭାବନା ରହୁଅଛି । ଯେଉଁ ବ୍ୟକ୍ତିବିଶେଷଙ୍କର ଚାକିରି କିମ୍ବା କର୍ମ ନେଇ ଅନେକ ସମସ୍ଯା ରହୁଛି ।

ସେହି ବ୍ୟକ୍ତି ମାନେ ଯଦି ଗ୍ରହଣ ମୋତି ତିଆରି ଅଳଙ୍କାରମାନ ଦାନ କରିଥାନ୍ତି । ତେବେ ଆପଣ ଯେଉଁ କର୍ମ କ୍ଷେତ୍ରରେ ଥିଲେ ମଧ୍ୟ ନିହାତି ଭାବେ ଉନ୍ନତି ହୋଇବ । ଚାକିରି କରୁଥିବା ଲୋକ ମାନଙ୍କର ପଦ ଉନ୍ନତି ହୋଇବା ସହ ଦରମା ବୃଦ୍ଧି ହେବାର ଅନେକ ମାତ୍ରାରେ ଯୋଗ ବନୁଛି ।

ଶାସ୍ତ୍ର ମତ ଅନୁସାରେ ଯେଉଁ ବ୍ୟକ୍ତି ଜୀବନରେ ସଫଳତା ପାଇ ନିଜକୁ ସଫଳ ବ୍ୟକ୍ତିତ୍ବ ରୂପେ ଗଢି ତୋଳିବା ପାଇଁ ଇଛୁକ ଥାଆନ୍ତି । ସେମାନେ ଗ୍ରହଣ ଦିନ ଅଭାବୀ ପିଲା ମାନଙ୍କୁ ଖାଦ୍ୟ, କ୍ଷୀର, ପୋଷାକ, ଖେଳଣା ଆଦି ଦାନ ଧର୍ମ କରିବା ଦ୍ଵାରା ସେହି ବ୍ୟକ୍ତି ନିହାତି ଜୀବନରେ ସଫଳତାର ପାହଞ୍ଚ ଚଢିବାରେ ସକ୍ଷମ ହୋଇପାରେ ।

ଯେଉଁ ବ୍ୟକ୍ତି ବିଶେଷ ମାନେ ସବୁବେଳେ କିଛି ନା କିଛି କାରଣକୁ ନେଇ ସର୍ବଦା ଚିନ୍ତିତ ତଥା ବ୍ୟସ୍ତ ବିବ୍ରତ ରହୁଥିବାର ଦେଖାଯାଇଥାଏ । ସେହି ବ୍ୟକ୍ତି ଯଦି ଗ୍ରହଣ ଦିନ କାହାକୁ ଧଳା ପୋଷାକ ଓ ଚିନି ଦାନ କରନ୍ତି । ତେବେ ସେମାନେ ଅଯଥା ଚିନ୍ତାରୁ ମୁକ୍ତି ପାଇପାରିବେ । ଘରେ ଅର୍ଥକୁ ନେଇ ସମସ୍ଯା ରହୁଥିଲେ ।

କ୍ଷୀର, ଚାଉଳ କିମ୍ବା ଏହି ଜିନିଷରୁ ପ୍ରସ୍ତୁତ କୌଣସି ଖାଦ୍ୟ ସାମଗ୍ରୀ ଦାନ କରିବା ଦ୍ଵାରା ଘରେ ଆର୍ଥିକ ସ୍ଥିତି ଭଲ ରହିଥାଏ । କାରଣ ଏହି କାର୍ଯ୍ୟ କରୁଥିବା ବ୍ୟକ୍ତି ଉପରେ ମା ଲକ୍ଷ୍ମୀଙ୍କର ପ୍ରସନ୍ନତା ରହିଥାଏ । ଘରେ ବହୁତ ଦିନ ଧରି ରୋଗରେ ପୀଡିତ ଥିବା ବ୍ୟକ୍ତି ଥାଆନ୍ତି ।

ତେବେ ୧ ଗ୍ଳାସ ପାଣିରେ ରୂପା ମୁଦ୍ରା ପକାଇ ରୋଗୀଙ୍କୁ ସେହି ପାଣିରେ ମୁହଁ ଦେଖାଇବାକୁ କୁହନ୍ତୁ । ତାପରେ ଏହି ଜିନିଷକୁ କାହାକୁ ଦାନ କରିଦିଅନ୍ତୁ । ଏପରି କରିବା ଦ୍ଵାରା ବ୍ୟକ୍ତି ବହୁତ ଶୀଘ୍ର ଆରୋଗ୍ୟ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *