ପାଟିରେ କ୍ୟାନ୍ସର (Oral Cancer) କଣ ? ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର

ନମସ୍କାର ବନ୍ଧୁଗଣ, କ୍ୟାନସର ନାଁ ଶୁଣିବା ମାତ୍ରେ ମଣିଷ ମନରେ ଭୟ ଆସିଯାଏ କାରଣ ଏହି ରୋଗର ନିରାକରଣ ପାଇଁ ବର୍ତ୍ତମାନ ସୁଧା କୌଣସି ବି ମେଡ଼ିସିନ ଆସିନାହିଁ । କ୍ୟାନସର ବିଭିନ୍ନ ପ୍ରକାରର ଅଟେ ସେଥି ମଧ୍ୟରୁ ଓରଲ କ୍ୟାନସର ତଥା ମୁହଁର କ୍ୟାନସର ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛି । କ୍ୟାନସର ହେବା ପୂର୍ବରୁ ଯଦି ଆପଣ ପ୍ରଥମ ସ୍ଟେଜରୁ ଜାଣିପାରିବେ ତ ହୁଏତ ଏହାର କିଛି କରାଯାଇପାରିବ । ତେଣୁ ଡେରି ନକରି ଆସନ୍ତୁ ଜାଣିବା ଏହା ଆରମ୍ଭ ହେବାର ଲକ୍ଷଣ ଏବଂ କାରଣ ବିଷୟରେ ।

ମୁହଁ କ୍ୟାନସର ଓଠ ଉପର ,ଓଠ ତଳ, ଜିଭ, ଜିଭ ତଳ ସ୍ଥାନରେ ଏବଂ  ମାଢିରେ, ଗାଲର ଭିତର ପଟେ ମଧ୍ୟ କ୍ୟାନସର ହୋଇଥାଏ । ଏହିସବୁ ସ୍ଥାନରେ କ୍ୟାନ୍ସସର ଆରମ୍ଭ ସମୟରେ କୌଣସି ଦାନା ଭଳି କିମ୍ବା ଛାଲ ଭଳି ପ୍ରଥମେ ସୃଷ୍ଟି ହୋଇଥାଏ । ଯାହା ଦୁଇ ସପ୍ତାହରୁ ଅଧିକ ହେବ ରହିଥାଏ ଏହା କ୍ୟାନସର ହେବାର ଏକ ଲକ୍ଷଣ ଅଟେ ।

ଯଦି ଆପଣଙ୍କ ମୁହଁ ଭିତରେ ଧଳା ଧଳା ଗାଡ ହୋଇଯାଏ ଏବଂ ଆପଣଙ୍କୁ କଷ୍ଟ ଅନୁଭବ ହୁଏ । ଯଦି ଆପଣ ଖାଉଥିବା ଖାଦ୍ୟା ସେଠାରେ ଲାଗିବା ଦ୍ଵାରା କଷ୍ଟ ଲାଗିଥାଏ ବା ପୋଡିଥାଏ ତେବେ ଏହା ଏକ ଲକ୍ଷଣ ଅଟେ । ଯଦି ଆପଣଙ୍କ ଦାନ୍ତ ବହୁତ ଦୁର୍ବଳ ହୋଇ ହଳିବାକୁ ଲାଗିଥାଏ ଏବଂ ଯଦି ଭଙ୍ଗୁଥାଏ ତେବେ ଏହା ମଧ୍ୟ ଏକ ଲକ୍ଷଣ ।

ଏହିସବୁ ତ ଆପଣଙ୍କ ନଜରରେ ଆସିଥାଏ । କିନ୍ତୁ ଏଭଳି କିଛି ସ୍ଥାନରେ କ୍ୟାନସର ହୋଇଥାଏ ଯାହା ଆପଣଙ୍କୁ ନଜର ଆସିନଥାଏ । କିନ୍ତୁ ତାହା ହେବା ଦ୍ଵାରା ଆପଣଙ୍କର ନେକନୋଡ ହୋଇଥାଏ । ତେବେ ଏହା ମଧ୍ୟ କ୍ୟାନସର ଆଡକୁ ଇସାରା କରିଥାଏ । କାନରେ ଯନ୍ତ୍ରଣା ହୋଇଥାଏ କିନ୍ତୁ ଯଦି କାନରେ କିଛି ସମସ୍ଯା ନଥାଏ ତେବେ ଏହା ମୁହଁରେ କ୍ୟାନ୍ସସର ହେବାର ଲକ୍ଷଣ ସୁଚାଇ ଥାଏ ।

ଏହାସହିତ ଆପଣଙ୍କ ଓଜନ ମଧ୍ୟ କମିବାକୁ ଲାଗିଥାଏ । ଭାରତରେ ମୁହଁରେ କ୍ୟାନ୍ସସର ହେବାର ପ୍ରମୁଖ କାରଣ ହୋଇଥାଏ ତମ୍ବାଖୁ । ଯଦି ଆପଣ ତମ୍ବାଖୁ ଚୋବାଇ ମୁହଁର ଗୋଟିଏ ସ୍ଥାନରେ ଜାକି ରଖୁଥାନ୍ତି ସବୁବେଳେ ତେବେ ସେହି ସ୍ଥାନରେ ହୋଇଯାଏ କ୍ୟାନସର । ପାନ ଖାଇବା ଦ୍ଵାରା ମଧ୍ୟ କ୍ୟାନସର ହୋଇଥାଏ । ଧୂମ୍ରପାନ ବି ଏକ ବଡ୍ଡ କାରଣ ଅଟେ ।

ନିଶା ସେବନ ଅଧିକ ମାତ୍ରାରେ କରିବା ଦ୍ଵାରା ବି କ୍ୟାନସର ସୃଷ୍ଟି ହୋଇଥାଏ ଆପଣଙ୍କ ମୁହଁରେ । ଆପଣ ମାନେ ଚାହିଁଲେ ଏହିସବୁରୁ ଦୂରେଇ ରହି କ୍ୟାନସର ଭଳି ବଡ ରୋଗକୁ ନା ନା କହିପାରିବେ । ନଚେତ ଆପଣଙ୍କ ପାଖରେ ଆଉ କୌଣସି ଉପାୟ ନଥିବ ଏଥିରୁ ମୁକୁଳିବା ପାଇଁ । ଯଦି ଆପଣ ମାନଙ୍କୁ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *