Weight Loss Tips- ଓଜନ କମାଇବା ପାଇଁ ପ୍ରତିଦିନର 3 ଅଭ୍ଯାସ ! ଜଲ୍ଦି ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀର ସ୍ଲିମ ରହିବା ଦ୍ଵାରା ସୁନ୍ଦର ଦେଖାଯିବା ସହିତ ସୁସ୍ଥ ମଧ୍ୟ ରହିଥାଏ । ଯଦି ବ୍ୟକ୍ତିର ଶରୀରରେ ଅଯଥା ଚର୍ବି ବଢିଯାଇ ଶରୀର ମେଦବହୁଳତାର ଶିକାର ହୋଇଯାଇଥାଏ । ତେବେ ସେ ଅତ୍ୟଧିକ ମୋଟା ହୋଇଯିବା ସହିତ ବିଭିନ୍ନ ପ୍ରକାର ରୋଗ ବେମାରୀର ଶିକାର ହୋଇଯାଇଥାଏ । ତେଣୁ ଶରୀରକୁ ସ୍ଲିମ କରି ରଖିବାକୁ ଚାହୁଁଥିଲେ । ଏହି ୩ ଟି ସହଜ ପ୍ରଣାଳୀଲୁ ଆପଣାଇବା ନିହାତି ଭାବେ ଦରକାର ହୋଇଥାଏ ।

ତେବେ ଚାଲନ୍ତୁ ଜାଣିବା ସେହି ଉପାୟ କଣ ସବୁ ଅଛି । ଯେତେବେଳେ ବ୍ୟକ୍ତି ବହୁତ ସମୟ ପର୍ଯ୍ୟନ୍ତ ଗୋଟିଏ ଜାଗାରେ ବସି କାର୍ଯ୍ୟ କରିଥାଏ । ତେବେ ସେହି ବ୍ୟକ୍ତି ଖାଇଥିବା ଖାଦ୍ୟ ଠିକ ଭାବରେ ଜହମ ହୋଇନଥାଏ । ଏହା ସହିତ ଖାଦ୍ୟରେ ଥିବା ଟକ୍ଷିନ ଶରୀରର ବହୁତ ଜାଗାରେ ଜମି ଜମି ଚର୍ବି ସୃଷ୍ଟି କରାଇଥାଏ । ତେବେ ବହୁତ ସମୟ ପର୍ଯ୍ୟନ୍ତ ବସିକି କରାଯାଉଥିବା କାର୍ଯ୍ୟକୁ ବନ୍ଦ କରିବା ତ ସମ୍ଭବ ନୁହେଁ ।

ତେବେ କାମ କରିବା ସହିତ ଘରେ ଫାଙ୍କା ସମୟରେ ପ୍ରତିଦିନ ଚେୟାର ସହିତ ଏହି ଏକ୍ଷ୍ସର ସାଇଜ ନିହାତି କରିପାରିବେ ।  ଯେଉଁ ଚେୟାରରେ ବସିଥିବେ । ସେହି ଜାଗାରୁ ଉଠିବେ ତାପରେ ୨ ହାତକୁ ଆଗ ପଟକୁ ସିଧା କରିବେ । ତାପରେ ଗୋଡ ୨ କୁ ସାମାନ୍ୟ ମେଲା କରିବେ ।

ଠିଆ ହୋଇଥିବା ଜାଗାରୁ ଚେୟାରରେ ଅଳ୍ପ ଛୁଇଁକି ବସି ପୁଣି ଥରେ ଉଠିବେ । ପୁଣି ବସି ପୁଣି ଉଠିବେ । ଏହିପରି ଭାବରେ ପ୍ରତିଦିନ ୧୦ ଥର କରିବେ। ଏପରି କରିବା ଦ୍ଵାରା ଶରୀରର ସବୁ ଜାଗାରେ ରକ୍ତ ସଂଚାଳନ ବଢିଯିବ । ଯାହା ଦ୍ଵାରା ଶରୀରର କୌଣସି ଜାଗାରେ ଖାଦ୍ୟର ଟକ୍ଷିନ ବହୁତ ସମୟ ପର୍ଯ୍ୟନ୍ତ ରହି ରହି ଚର୍ବି ସୃଷ୍ଟି କରିପାରିବ ନାହିଁ ।

ଦିତୀୟରେ ଯଦି କୌଣସି ଉପର ମହଲାରେ ରହୁଛନ୍ତି ବା କାମ କରୁଛନ୍ତି । ତେବେ ଯିବା ପାଇଁ ଲିଫ୍ଟରେ ବ୍ୟବହାର ନକରି ସିଡିର ବ୍ୟବହାର କରନ୍ତୁ । ନଚେତ ଫାଙ୍କା ସମୟରେ ପ୍ରତିଦିନ ଘରର ସିଡିରେ କିଛି ଥର ତଳ ଉପର ହୁଅନ୍ତୁ । ଯାହା ଦ୍ଵାରା ବ୍ୟକ୍ତିର ଧୀରେ ଧୀରେ କରି ଓଜନ କମିବ । ତୃତୀୟରେ ସକାଳୁ ପ୍ରତିଦିନ ଅତି କମ୍ ରେ ୧ ରୁ ୨ ଘଣ୍ଟା ପର୍ଯ୍ୟନ୍ତ ଯୋଗବ୍ୟାୟାମ କରିବା ସହିତ କୌଣସି ପ୍ରକାର ଫିଜିକାଲ ୱାର୍କ କରନ୍ତୁ ।

ଯେପରି ଚାଲିବା, ଦୌଡିବା, ସାଇକେଲିଙ୍ଗ କରିବା, ସ୍ଵୀମିଂ କରିବା, ଡାଂସିଙ୍ଗ ଏପରି କୌଣସି ପ୍ରକାର ଶାରୀରିକ ପରିଶ୍ରମ ଭଳି କାର୍ଯ୍ୟ କରନ୍ତୁ । ଯେପରି ଶରୀରରୁ ଝାଳ ବାହାରି ପାରିବ । କାରଣ ଶରୀରରୁ ଯେତେ ଝାଳ ବାହାରିବ । ଶରୀରରୁ ସେତେ ଅଧିକ ଚର୍ବି ଘଟିବ । ତେବେ ଏହି ସବୁ ନିୟମକୁ ଅନୁସରଣ କରିବା ସହିତ ନିଜର ଖାଦ୍ୟ ଉପରେ ମଧ୍ୟ ଅଧିକ ଧ୍ୟାନ ଦିଅନ୍ତୁ । ଖାଦ୍ୟରେ ଅଧିକ ପରିମାଣରେ ତେଲ ମସଲା ଜାତୀୟ ଖାଦ୍ୟର ସେବନ ନକରି ସ୍ଵାସ୍ଥକର ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *