Health Tips- ଖାଲି ପେଟରେ ଗରମ ପାଣି ପିଇଲେ କ’ ଣ ହୁଏ ? ଗରମ ପାଣି କଣ କରିଥାଏ ଉପକାର ଓ କଣ କରେ ଅପକାର ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପାଣି ପିଇବା ପ୍ରତ୍ଯେକ ମନୁଷ୍ୟଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । ଆଜି ଗରମ ପାଣିକୁ ପିଇବା ଦ୍ଵାରା ଶରୀରରେ ଉପକାର ହୋଇଥାଏ ନା ଅପକାର ହୋଇଥାଏ । ତାହା ଆଲୋଚନା କରିବା । ପାଣିକୁ ବହୁତ ଉଷୁମ କରି ସେବନ କରିବା ତାହା ଜମାରୁ ମଧ୍ୟ ଠିକ ହୋଇନଥାଏ । ପାଣିକୁ କେବଳ ନଖ ଉଷୁମ ଗରମ କରିବେ । ଯେଉଁ ଉଷୁମ ପାଣିକୁ ଆପଣ ଆରାମରେ ସେବନ କରିପାରିବେ ।

ସକାଳେ ଖାଲି ପେଟରେ ଗରମ ପାଣିର ସେବନ ଦ୍ଵାରା ଶରୀରରେ ବହୁତ କିଛି ଉପକାର ହୋଇଥାଏ । ଯଦି ଶୀତ ଦିନ ହୋଇଥିବ । ତେବେ ଗରମ ପାଣି ଦିନକୁ ୨ ରୁ ୩ ଥର ସେବନ କରିପାରିବେ । ଗରମ ପାଣିକୁ ପିଇବାର ଶରୀର ପାଇଁ ପ୍ରଥମ ଉପକାର ହେଉଛି । ଏହା ପାଚନ କ୍ରିୟାକୁ ଶକ୍ତିଶାଳୀ କରାଇଥାଏ । ବ୍ୟକ୍ତି ଖାଉଥିବା ଖାଦ୍ୟକୁ ହଜମ କରି ଶରୀରର ବିଭିନ୍ନ ଅଙ୍ଗକୁ ପଠାଇ ଦେଇଥାଏ ।

କୋଷ୍ଟକାଠିନ୍ୟ ଭଳି ପେଟ ଜନିତ କିଛି ସମସ୍ଯା ବ୍ୟକ୍ତିର ଶରୀରରେ ହୋଇନଥାଏ । ଦିତୀୟରେ ଗରମ ପାଣି ପିଇବା ଦ୍ଵାରା ରକ୍ତ ସଂଚାଳନ ବହୁତ ଭଲ ଭାବରେ ହୋଇଥାଏ । ବ୍ଲଡ୍ ସରକୁଲେସନ ଯେତେ ଭଲ ରହିବ । ଧମନୀରେ କିଛି ଜମା ହୋଇବ ରହିବ ନାହିଁ ବା କୌଣସି ପ୍ରକାର ବ୍ଲକେଜ ସୃଷ୍ଟି  ହେବ ନାହିଁ । ତୃତୀୟରେ ପେଟରେ ଯେଉଁ ଏସିଡ ରହିଥାଏ, ଯାହା ଖାଦ୍ୟକୁ ହଜମ କରିଥାଏ ।

ସେହି ଏସିଡ ଖାଦ୍ୟ ହଜମ ହେଲା ବେଳେ ବାରମ୍ବାର ଯେତେବେଳେ ହାକୁଡି ହୋଇ ମୁହଁକୁ ଆସିଥାଏ । ବ୍ୟକ୍ତି ଗ୍ଯାସ ହୋଇଗଲା ବୋଲି କହିଥାଏ । ଯଦି ସକାଳୁ ପ୍ରତିଦିନ ଗରମ ପାଣି ସେବନ କରିବେ । ତେବେ ଗ୍ଯାସ ସମସ୍ଯାରୁ ତ୍ରାହୀ ମିଳିବ । ଗରମ ପାଣି ପିଇବା ଦ୍ଵାରା ମୁହଁରେ ଚର୍ମ କୁଞ୍ଚନ ଭଳି ସ୍କିନ ସମସ୍ଯା ଆସିନଥାଏ ।

ମୁହଁର ସ୍କିନ ଟାଇଟ ହୋଇ ରହିଥାଏ । ଗରମ ପାଣି ପିଇବା ଦ୍ଵାରା କେଶ ଝଡିବା ସମସ୍ଯା ଦୂର ହୋଇଥାଏ । ବହୁତ ଲୋକ ଗରମ ପାଣିରେ ବହୁତ ପରିମାଣରେ ଲେମ୍ବୁକୁ ମିଶାଇ ସେବନ କରିଥାନ୍ତି । ଗରମ ପାଣିରେ ଲେମ୍ବୁକୁ ଅଳ୍ପ ବା କିଛି ବୁନ୍ଦା ମିଶାଇ ପିଇବା ଦ୍ଵାରା ହିଁ ଶରୀରରେ ଏହାର ଭଲ ପ୍ରଭାବ ରହିଥାଏ । ନଚେତ ଏହାର ଖରାପ ପ୍ରଭାବ ସବୁଠାରୁ ଆଗେ ଦାନ୍ତ ଉପରେ ପଡିଥାଏ ।

ଏହା ସହିତ ଗରମ ପାଣିକୁ ଯଦି ଅଧିକ ପିଇବେ ବା ଗରମ ପାଣିରେ ଲେମ୍ବୁର ପରିମାଣକୁ ଅଧିକ ମିଶାଇ ଦେବେ । ତେବେ କିଡ୍ନୀରେ ଷ୍ଟୋନ ହେବାର ବହୁତ ଅଧିକ ସମ୍ଭାବନା ରହିଥାଏ । ଅତ୍ୟଧିକ ଗରମ ପାଣି ପିଇବା ଦ୍ଵାରା ମସ୍ତିସ୍କକୁ ଯାଇଥିବା ସ୍ନାୟୁ ଗୁଡିକ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ତେଣୁ ଗରମ ପାଣି ପିଇବା ସ୍ଵାସ୍ଥ ପକ୍ଷେ ବହୁତ ଭଲ କିନ୍ତୁ ଏହାର ବହୁଳ ମାତ୍ରାରେ ସେବନ କରିବା ଉଚିତ ନୁହେଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *