୨୦୨୧ ନୂଆ ବର୍ଷରେ ଏହି 5 ଟି ରାଶି ଅତ୍ୟନ୍ତ ଭାଗ୍ୟଶାଳୀ- Jyotish Shastra

ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ଆଉ କିଛି ଦିନର ଅପେକ୍ଷା , ବିଦାୟ ନେବ ୨୦୨୦ ମସିହା ଏବଂ ନିଜର ପାଦ ଥାପିବା ୨୦୨୧ ମସିହା । ଏଥିପାଇଁ ଏବେଠୁ ଲୋକମାନଙ୍କର ମନରେ ଉତ୍ସାହ ବଢ଼ି ଗଲାଣି । ନୂଆବର୍ଷ କିପରି ପାଳିବେ , ସେଥିପାଇଁ ଲୋକମାନେ ଏବେଠୁ କଳ୍ପନା କରିବା ଆରମ୍ଭ କରିସାରିଲେଣି । ହେଲେ ବନ୍ଧୁଗଣ ନୂଆବର୍ଷ ଆପଣଙ୍କ ଜୀବନରେ କଣ ସବୁ ନେଇ ଆସୁଛି , ତାହା ଦେଖିବାକୁ ବାକି ରହିଲା । ତେବେ ବନ୍ଧୁଗଣ ଶାସ୍ତ୍ର ଜ୍ଞାନୀ ମାନଙ୍କର ଆକଳନ ଅନୁସାରେ ରାଶି ଚକ୍ରର କେଉଁ ରାଶିର ଲୋକମାନଙ୍କ ପାଇଁ ସୌଭାଗ୍ୟ ଶାଳୀ ହେବ ଏହି ନୂଆବର୍ଷ ୨୦୨୧ ଆସନ୍ତୁ ଜାଣିବା । ନୂଆବର୍ଷ ୨୦୨୧ ମସିହା ୨୦୨୦ ମସିହା ତୁଳନାରେ ସମସ୍ତ ରାଶି ଗୁଡ଼ିକୁ ଭଲ ଫଳ ପ୍ରଦାନ କରୁଛି ।

ତେଣୁ ସବୁ ରାଶିର ଲୋକେ ନିଶ୍ଚିନ୍ତ ହୋଇଯାଆନ୍ତି , ଏହି ସମୟରେ ଆପଣଙ୍କର ଭାଗ୍ୟ ଉଦୟ ହେଉଛି । ସମସ୍ତ ରାଶି ଗୁଡ଼ିକ ପାଇଁ ଏବେଠୁ ସକରାତ୍ମକ ସଂକେତ ମିଳୁଥିବା ବେଳେ ସିଂହ ରାଶି , ମେଷ ରାଶି , ବୃଷ ରାଶି , ତୁଳା ରାଶି ଏବଂ କୁମ୍ଭ ରାଶିର ଲୋକମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳ ଦେବ ବୋଲି ଶାସ୍ତ୍ର ଜ୍ଞାନୀ ମାନେ ପ୍ରକାଶ କରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ୨୦୨୧ ମସିହା , ଏହି ରାଶି ଗୁଡ଼ିକୁ କଣ ଶୁଭ ଫଳ ଦେଉଛି ।

୧. ମେଷ ରାଶି – ବନ୍ଧୁଗଣ ଏହି ରାଶିର ଲୋକ ମାନଙ୍କ ପାଇଁ ୨୦୨୧ ମସିହା ଅତ୍ୟନ୍ତ ଶୁଭ ଫଳ ଆଣୁଛି । ଏହି ରାଶିର ଲୋକମାନେ ଆସନ୍ତା ନୂଆବର୍ଷରେ ସଫଳତା ହାସଲ କରିବେ , ୨୦୨୧ ମସିହା ଆପଣମାନଙ୍କ ପାଇଁ ଭାଗ୍ୟ ଶାଳୀ ହେବ । ଆସନ୍ତା ବର୍ଷ ଆପଣ ଅନେକ ପ୍ରକଳ୍ପ କାମରେ ନିଶ୍ଚିନ୍ତ ସଫଳତା ହାସଲ କରିବେ , କୌଣସି ପ୍ରୋଜେକ୍ଟ କାମ କିମ୍ବା କୌଣସି ବିଦେଶୀ କମ୍ପାନୀ ସହିତ ଆପଣ ବହୁତ୍ ଭଲ ଫଳ ପାଇବେ ।

୨. ତୁଳା ରାଶି – ବନ୍ଧୁଗଣ ଆପଣଙ୍କ ପାଇଁ ଆଗାମୀ ବର୍ଷ ଟି ବହୁତ ଭଲ ଫଳ ଆଣୁଛି , ବନ୍ଧୁଗଣ ଆପଣଙ୍କର ଅଟକି ଯାଇଥିବା ଅନେକ କାମ ଆଗାମୀ ବର୍ଷରେ ପୂରଣ ହୋଇଯିବ । ବନ୍ଧୁଗଣ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ , ଖୁବ୍ ଶୀଘ୍ର ଆପଣମାନେ ଏକ ବଡ଼ ସଫଳତା ହାସଲ କରିବେ । ଆଗାମୀ ବର୍ଷରେ ନୂଆ ବ୍ୟାପାର ବାଣିଜ୍ୟ କରିବା ପାଇଁ ଅତ୍ୟନ୍ତ ଶୁଭ ଅଛି ।

୩. ସିଂହ ରାଶି – ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ୨୦୨୧ ମସିହା ଅନେକ ଖୁସିର ଲହରୀ ଆଣୁଛି , ଏହି ରାଶିର ଲୋକ ମାନଙ୍କ ପାଇଁ ଆଗାମୀ ବର୍ଷ ଅତ୍ୟନ୍ତ ଆନନ୍ଦିତ ହେବ । ବନ୍ଧୁଗଣ ବହୁଦିନ ଧରି ଆପଣଙ୍କର ମନରେ ସଂଚୁଥିବା ଆଶା ଟି ୨୦୨୧ ମସିହାରେ ନିଶ୍ଚିନ୍ତ ପୂରଣ ହେବ , ଆପଣଙ୍କୁ ପରିଶ୍ରମର ଉଚିତ୍ ଫଳ ନିଶ୍ଚିନ୍ତ ମିଳିବ । ଆଗାମୀ ବର୍ଷ ଆପଣଙ୍କର ବ୍ୟାପାର ପାଇଁ ଅତ୍ୟନ୍ତ ଲାଭ ଦାୟକ ସାବ୍ୟସ୍ତ ହେବ ।

୪. ବୃଷ ରାଶି – ଏହି ରାଶିର ଲୋକେ ଆଗାମୀ ବର୍ଷକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ବିତାଇବେ , ଆଗାମୀ ବର୍ଷ ଏହି ରାଶିର ଲୋକ ମାନଙ୍କୁ ବହୁତ ଭଲ ଫଳ ପ୍ରଦାନ କରିବ । ବନ୍ଧୁଗଣ ମାଁ ଲକ୍ଷ୍ମୀଙ୍କ ସହିତ ଭଗବାନ ଗଣେଷ ଙ୍କ ର କୃପା ଦୃଷ୍ଟି ଆପଣଙ୍କର ଉପରେ ରହିବ , ଯାହା ଫଳରେ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ନିର୍ବିଗ୍ନ ରେ ହେବାକୁ ଲାଗିବ । ବନ୍ଧୁଗଣ କେବଳ ଏତିକି ନୁହେଁ ଆପଣଙ୍କୁ ବ୍ୟାପାର କ୍ଷେତ୍ରରେ ଅଧିକ ଧନ ପ୍ରାପ୍ତି ହୋଇପାରେ , ଅଳ୍ପ ପରିଶ୍ରମରେ ମଧ୍ୟ ଅଧିକ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ବନ୍ଧୁଗଣ ଆପଣଙ୍କ ଉପରେ ପିତା ମାତା ଙ୍କ ଆଶୀର୍ବାଦ ରହିବ । ଏହି ସମୟରେ ଆପଣଙ୍କର ମାନ ସମ୍ମାନରେ ବୃଦ୍ଧି ଘଟିବ ।

୫ . କୁମ୍ଭ ରାଶି – ବନ୍ଧୁଗଣ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ , ଏହି ରାଶି ଥିବା ବ୍ୟକ୍ତିଙ୍କର ଅପେକ୍ଷାର ଦିନ ଅନ୍ତ ହେବାକୁ ଯାଉଛି । ବହୁତ୍ ଦିନରୁ ଅଟକି ରହିଯାଇଥିବା କାର୍ଯ୍ୟ କିମ୍ବା ଆପଣଙ୍କ ମନରେ ଥିବା କୌଣସି ଆଶା ପୂରଣ ହେବାକୁ ଯାଉଛି । ଆପଣଙ୍କର ଖୁସିର ଦିନ ଆସିବାକୁ ଯାଉଛି , ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପାଇବା ପାଇଁ କେବଳ ଗୋଟିଏ କାମ କରିବାକୁ ପଡ଼ିବ ।
ବନ୍ଧୁଗଣ ଆପଣ ମାନେ ସକାଳେ ଏବଂ ସନ୍ଧ୍ୟା ରେ ମାତା ଲକ୍ଷ୍ମୀଙ୍କର ପାଖରେ ଦୀପ ଟିଏ ଅବଶ୍ୟ ଜାଳନ୍ତୁ , ଏପରି କରିବା ଦ୍ବାରା ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ । କାରଣ ଆଗାମୀ ବର୍ଷ ରେ ଆପଣଙ୍କର ସମସ୍ତ ଗ୍ରହ ନକ୍ଷତ୍ର ଆପଣଙ୍କ ସପକ୍ଷରେ ରହିବେ ।

ଆମେ ଆଶା କରୁଛୁ ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ। ଭଲ ଲାଗିଥିଲେ ଗୋଟିଏ ଲାଇକ ଓ ଶେୟାର କରିବେ ଓ ଆଗକୁ ଜ୍ଯୋତିଷ ଶାସ୍ତ୍ର ସମ୍ବନ୍ଧୀୟ ଅଧିକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *