Liver Cirrhosis କଣ ? ଯାହା ପାଇଁ ଚାଲିଗଲା Pintu Nanda ଙ୍କ ଜୀବନ ! ଜାଣନ୍ତୁ ଏଥିରୁ କିପରି ରହିବେ ସାବଧାନ !

ନମସ୍କାର ବନ୍ଧୁଗଣ , ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇ ସିନେମା ଅଭିନେତା ପିଣ୍ଟୁ ନନ୍ଦଙ୍କର ମୃତ୍ୟୁ -ପରେ ସମସ୍ତକ ମନରେ ରହିଛି ଏହି ରୋଗର ଭୟ । ଏହି ରୋଗ ର କାରଣ କଣ ଓ କେଉଁ ସବୁ ଦ୍ଵାରା ଆମେ ଏହି ରୋଗ ର ଶିକାର ହୋଇଥାଉ । ଆସନ୍ତୁ ଜାଣିବା ଏହି ରୋଗ କଣ ପାଇଁ ହୋଇଥାଏ ଏବଂ ଏହା ପାଇଁ ଆମେ କେଉଁ ସବୁ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ୍। ଲିଭର୍ ସିରୋସିସ ପ୍ରତି ଜାଗ୍ରତ ରୁହନ୍ତୁ ।

ଲିଭର୍ ସିରୋସିସ ହେଉଛି ଯକୃତ କୋଷର କ୍ଷୟ ରୋଗ ଏବଂ ଲିଭର୍ ଜନିତ ରୋଗ ପାଇଁ ଏହା ହେଉଛି ଶେଷ ଷ୍ଟେଜ । ତେଣୁ ଯେଉଁ ବ୍ୟକ୍ତିକୁ ଏହି ରୋଗ ହୋଇଥାଏ ଯଦି ସେ ଏହି ରୋଗ ରୁ ଅଜଣା ରହିଥାଏ ଏହା ପରେ ମଣିଷର ବଞ୍ଚିକି ରହିବା ବହୁତ କମ ସମ୍ଭବନା ରହିଥାଏ । ଏହା ପୂର୍ବରୁ ଆମକୁ ଏହାର ଚିକିତ୍ସା କରିବା ଉଚିତ୍ ହୋଇଥାଏ ।

ଲିଭର୍ ସିରୋସିସ ଯେବେ ଆମ ଶରୀରରେ ହୋଇଥାଏ ତେବେ କଳା ରଙ୍ଗର ଟିସୁ ସବୁ ତିଆରି ହୋଇଯାଏ । ଲିଭରରେ ଥିବା ଏହି କଳା ଚିହ୍ନକୁ ଫିବ୍ରୋସିସ୍ ଟିସୁ କୁହାଯାଇଥାଏ ।ଏହି ଟିସୁ ତିଆରି ହେବ ଦ୍ଵାରା ଆମ ଶରୀରରେ ଲିଭର୍ ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ଏହି ଟିସୁ ଆମ ଶରୀର ର ଅନ୍ୟ ସାଧାରଣ ଟିସୁ କୁ ପ୍ରଭାବିତ କରିଥାଏ । 

ଏହି ରୋଗ ଜଣେ ବ୍ୟକ୍ତିକୁ ହୋଇଛି ବୋଲି ଆମେ କେମିତି ଜାଣିବା ଏବଂ ଏହାର ଲକ୍ଷଣ ହେଉଛି ଏମାନେ ବହୁତ ଶୀଘ୍ର ଥକି ଯାଇଥାନ୍ତି । ଲିଭର୍ ସିରୋସିସ ବ୍ୟକ୍ତି ଦୁର୍ବଳ ଅନୁଭବ କରିଥାନ୍ତି ଏବଂ ଭୋକ ମଧ୍ୟ ଲାଗେ ନାହିଁ । ଏମାନେ ଯାହା ବି ଖାଇଥାନ୍ତି ବାନ୍ତି କରିଦେଇଥାନ୍ତି ଏବଂ ବ୍ୟକ୍ତି ର ଓଜନ କମିଯାଇଥାଏ । ରୋଗୀର ହାତ ଏବଂ ଗୋଡ ଲାଲି ପଡିଯାଏ । ପେଟର ତଳ ଭାଗ ର ଡାହାଣ ପଟରେ ଯନ୍ତ୍ରଣା ଅନୁଭବ କରିଥାନ୍ତି ।

ରୋଗୀର ଗୋଡର ତଳ ଭାଗ ଫୁଲି ଯାଇଥାଏ ଏବଂ ଶରୀରରେ ଯନ୍ତ୍ରଣା ଭୋଗ କରିଥାଏ । ରୋଗୀକୁ ଜଣ୍ଡିସ ରୋଗ ହୋଇଥାଏ ଏବଂ ଯଦି କୋଣସି କାରଣରୁ ଶରୀରର ଅଙ୍ଗ କଟି ଯାଇ ରକ୍ତ ବାହାରି ଥାଏ ତେବେ ତାହା ବନ୍ଦ ହୋଇନଥାଏ । ଅଧିକାଂଶ ସମୟରେ ପାକସ୍ଥଳୀ ର ନିମ୍ନ ଭାଗରୁ ରକ୍ତ ପଡିଥାଏ । ଏହି ରୋଗ ହେବାର ମୁଖ୍ୟ କାରଣ ହେଉଛି ବର୍ଷ ବର୍ଷ ଧରି ମ-ଅ ଦ୍ୟ ପାନ କରିବା  ବା କୋଣସି ବ୍ୟକ୍ତି ଡ୍ର-ଗ୍-ସ  ନିଶ-ଆ ବସ୍ତୁ ର ସେବନ ଏବଂ ଯକୃତରେ ଚର୍ବି ଜମା ହେବାର ଦ୍ଵାରା ଏହି ରୋଗ ହୋଇଥାଏ ।

ଏହି ରୋଗ ପାଇଁ କୋଣସି ପ୍ରତିକାରକ ରହିନଥାଏ । କିନ୍ତୁ ଯେଉଁ ବ୍ୟକ୍ତି ମ-ଅଦ୍ୟପାନ କରୁଛି ତାହାକୁ ତାହା ବାରଣ  କରାଯାଇଥାଏ ଏବଂ ଡ୍ରଗ୍ସ ନେଉଥିବା ବ୍ୟକ୍ତିକୁ ଏହାର ସେବନ କରିବାକୁ ମନା କରାଯାଇଥାଏ । ଏହି ରୋଗ ର କୋଣସି ସ୍ଥାୟୀ ପ୍ରତିକାରକ ଣ ଥାଏ । ତେଣୁ ଆପଣ ଉପର ଲିଖିତ ବିଷୟରୁ ଦୂର ରେ ରହିବେ । କାରଣ ଆମ ସିନେମା ଅଭିନେତା ପିଣ୍ଟୁ ନନ୍ଦ ଏହି ରୋଗ ଯୋଗୁ ଆଖି ବୁଜିଛନ୍ତି । ଆପଣମାନେ ମଧ୍ୟ ସତର୍କ ରୁହନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟବାଦ । 

Leave a Reply

Your email address will not be published. Required fields are marked *