ଅଳ୍ପ ସମୟ ପାଠ ପଢି 90% ମାର୍କ କେମିତି ରଖିବେ ? 4 ଟି ଜବରଦସ୍ତ Tips ଜାଣି ରଖନ୍ତୁ

ନମସ୍କାର ବନ୍ଧୁଗଣ , ଶିକ୍ଷା ସ୍ତରରେ ପାଠ କୁ ପଢି ପରୀକ୍ଷାରେ ଉତ୍ତମ ନମ୍ବର ରଖିବାର କ୍ଷେତ୍ରରରେ ଆମେ ଦୁଇ ପ୍ରକାର ପିଲାମାନଙ୍କୁ ଦେଖାଉ । କିଛି ପିଲା ବର୍ଷ ସାରା ପରିଶ୍ରମ କରି ନ ଖାଇ ନ ଶୋଇ ରାତି ଜାଗି ରହି ପାଠକୁ ପଢି ମନେ ରଖିଥାଏ । କିନ୍ତୁ ଆଉ କିଛି ପିଲା ବର୍ଷ ସାରା ଅଟେ ପରିଶ୍ରମ କରନ୍ତି ନାହିଁ କିନ୍ତୁ ପରୀକ୍ଷାର କେବଳ ଛଅସାତ ଘଣ୍ଟା ପଢି ଉତ୍ତମ ନମ୍ବର ରେ ପରୀକ୍ଷାରେ ପାସ୍ ହୋଇଥାନ୍ତି ।

ଏହି ଦୁଇ ମଧ୍ୟରେ ପାର୍ଥକ୍ୟ କଣ ରହିଥାଏ ନା ପରୀକ୍ଷା ପାଇଁ ପିଲା ଦିନ ସାରା ଗଧ ଭଳିଆ ପଢିଥାଏ । କିନ୍ତୁ ପଢିବାର ସଠିକ ପ୍ରଣାଳୀ ଜାଣିନଥାଏ । କିନ୍ତୁ ଯେଉଁ ପିଲା ଛଅ ସାତ ଘଣ୍ଟା ପଢି 90% ନମ୍ବର ଆଣିଥାଏ ସେ ଏହି ବିଷୟକୁ ଭଲଭାବରେ ଜାଣି ସେ ସ୍ମାର୍ଟ ରେ ପାଠ ପଢିଥାଏ । ପାଠ ପଢିବା ସମୟରେ ଆମେ କଣ କଲେ ଅଳ୍ପ ପଢି ଅଧିକ ମାର୍କ ପାଇପାରୁ । ଏହା ପାଇଁ ଆମକୁ ଜାଣିବା ଅଛି କି ଆମେ କେଉଁ ସମୟରେ ପଢିଲେ ପାଠ କୁ ମନେ ରଖି ପାରିବ ।

ତେଣୁ କରି ପଢିବାର ଠିକ୍ ସମୟ ହେଉଛି ସକାଳ ଚାରିଟାରୁ ନଅ ଟା ଏହି ସମୟରେ ଯଦି ଆମେ ପାଠ ପଢିଥାଉ ତେବେ ମନେ ରହିଥାଏ । କାରଣ ଏହି ସମୟରେ ଆମେ ଶୋଇକି ଉଠିଥାଉ ଏବଂ ଆମ ମନ ମଧ୍ୟ ଶାନ୍ତ ରହିଥାଏ , ଯାହା ବି ପଡିଥାଉ ତାହାକୁ ସେହି ଅନୁସାରେ ମନେ ରଖିପାରିଥାଉ । ଆଉ କିଛି ପିଲା ରାତିରେ ପଢିବାକୁ ଇଛା କରନ୍ତି ।

ତାହା ଠିକ ହୋଇପାରେ , କିନ୍ତୁ ସେମାନଙ୍କ ଯଦି ଏହି ଅଭ୍ୟାସ ରହିଥାଏ ତେବେ ସେମାନେ ଦିନରେ ଏକ ଘଣ୍ଟା ଶୋଇବା ଉଚିତ୍ ଏବଂ ରାତିରେ ପଢିଲା ସମୟରେ ଶାନ୍ତ ପରିବେଶ କୁ ଦେଖି ପାଠ ପଢିବା ଦ୍ଵାରା ସେମାନଙ୍କୁ ପଢିଥିବା ପାଠ ମନେ ରହିଥାଏ । ନଅ ଟା ପରେ ଶାନ୍ତ ପରିବେଶ ଆସିଥାଏ ସେହି ସମୟରେ ପଢିବା ଉଚିତ୍ ହୋଇଥାଏ । ଆଉ ଏକ ମୁଖ୍ୟ ବିଷୟ ହେଉଛି ପଢିଲା ପରେ ନିଜକୁ ପରୀକ୍ଷା କରନ୍ତୁ । କାରଣ ଏହା ଦ୍ଵାରା ପାଠ କେତେ ସ୍ମରଣ ରହିଥାଏ ତାହା ପ୍ରକାଶିତ ହୋଇଥାଏ ।

ଆମେରିକାର ମନୋବିଜ୍ଞାନ ଶାସ୍ତ୍ରମାନେ ପରୀକ୍ଷା କରି ଦେଖିଛନ୍ତି କି ଯେତେ ଆମେ ନିଜକୁ ଟେଷ୍ଟ କରିଥାଉ ସେତେ ସଫଳତା ପାଇଥାଉ । ଦୀର୍ଘମୂଳକ ପ୍ରଶ୍ନ ମନେ ରଖିବା କଷ୍ଟକର ହୋଇଥାଏ , ତେଣୁ ଏହାକୁ ପଢିବା ଓ ଲେଖିବା ଦ୍ଵାରା ସହଜରେ ମନେ ରହିଯାଏ । ଏହି ପଢିବା ର ଉତ୍ତର କୁ ଫଏଣ୍ଡସ କର ଏବଂ ଏହା ସହିତ କଥା ହେଇ ରିଭିଜନ କରିବା ଉଚିତ୍ । ଆମେ ଯେତେ ପାଠ ସହ କଥା ହୋଇ ସାଙ୍ଗ ଭାବି ଥାଉ ତାହା ଆମ ପାଇଁ ମନେ ରଖିବା ସହଜ ହୋଇଥାଏ ।

ପଢିବାର ପଦ୍ଧତି ରହିଛି ଯେମିତି ପାଢ ଆମ ମନ ରୁ ନ ଯାଏ ତେଣୁ ପଢିବା ସମୟରେ ଗୁଣୁ ହୋଇ ପଢିବ ଯେ ପରିକି ଆମ ମନ ଅନ୍ୟ ବିଷୟ ଆଡ କୁ ନ ଯାଏ । ଶେଷରେ ନିଜ ପାଇଁ ଏକ ଟାଇମ୍ ଟେବଲ ପ୍ରସ୍ତୁତ କରି ଏବଂ ଏହାକୁ ସବୁ ଦିନ ପାଳନ କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରି ଅନ୍ୟମାନଙ୍କୁ ଶେୟାର କରନ୍ତୁ । ଆପଣଙ୍କ ମତକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।

Leave a Reply

Your email address will not be published. Required fields are marked *