90 ବର୍ଷ ବୟସ ପର୍ଯ୍ୟନ୍ତ ବୁଢାପା ଆସିବ ନାହିଁ, କଳା କେଶ, ଦୃଷ୍ଟିଶକ୍ତି ଓ ବ୍ରେନ ପାୱାର ବଢିଯିବ, କେବଳ ଏହି 2 ଟି ଜିନିଷ କ୍ଷୀର ସହିତ ଖାଇ ନିଅନ୍ତୁ- Health Tips

ଆଜିକାଲିର ଭାଗ ଦୌଡର ଜୀବନ ଓ ଭୁଲ ଜୀବନ ଶୈଳୀ ହେଉତ ଶରୀରରେ ପ୍ରୋଟିନ ଓ ମିନେରାଲ୍ସ ଓ ଭିଟାମିନର ଅଭାବ ଦେଖା ଦେଉଛି । ଯାହା ଫଳରେ ଆମ ଶରୀର ଦୁର୍ବଳ ହୋଇ ଅନେକ ପ୍ରକାର ରୋଗ ଦେଖା ଦେଉଛି ।

ଯାହା କେବଳ ଉତ୍ତମ ଡାଏଟ ଓ ଆମେ କହିବାକୁ ଯାଉଥିବା ଘରୋଇ ଉପଚାର ଦ୍ଵାରା ଠିକ ହୋଇ ପାରିବ । ତେବେ ସେହି ଉପଚାର ସାମଗ୍ରୀଟି ହେଉଛି ପୋସ୍ତ ବା ପପି ସିଡ୍ସ । ଏଥିରେ ଓମେଗା-୩ ଓ ୬ ଓ ଫ୍ୟାଟି ଏସିଡ ପ୍ରଚୁର ମାତ୍ରାରେ ରହିବା ସହ ପୋଟାସିୟମ, ଫାଇବର ଓ  କ୍ୟାଲସିୟମ, ମ୍ୟାଗ୍ନେସିୟମ ଆଦି ଅନେକ ପ୍ରକାର ତତ୍ତ୍ଵ ରହିଛି ଯାହା ଶରୀରର ବିଭିନ୍ନ ପ୍ରକାର ତତ୍ତ୍ଵକୁ ମୂଳରୁ ଶେଷ କରିଦିଏ ।

ଏହି ପୋସ୍ତକୁ କ୍ଷୀର ସହ ସେବନ କରିବା ଦ୍ଵାରା ଏହା ଆହୁରି ଅଧିକ ଲାଭଦାୟକ ହୋଇଥାଏ । ପୋସ୍ତ ଆଁଠୁ, ଗଣ୍ଠି ଦରଜ ହେବା ଫୁଲିବା, ଥାଇରଏଡ, ମୋଟାପଣ, ଦୃଷ୍ଟିଶକ୍ତି ହ୍ରାସ ହେବା, ଆଜମା, କୋଷ୍ଠକାଠିନ୍ୟ, କିଡନୀ ଷ୍ଟୋନ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଆଦି ଭଲ କରିବାରେ ଚମତ୍କାର ଭାବେ ସାହାଯ୍ୟ କରେ । ଏଥିପାଇଁ ଏକ ରୁ ଦୁଇ ଚାମୁଚ ପୋସ୍ତକୁ ଚାରି ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖନ୍ତୁ । ଏକ ଗ୍ଳାସ କ୍ଷୀରରେ ଭିଜିଥିବା କିସମିସ ଓ ପୋସ୍ତ ଏବଂ ଚାହିଁଲେ ୪-୫ଟି ଆଲମଣ୍ଡ କିମ୍ବା ଗୋଟେ ମୁଠା ମଖନ ମଧ୍ୟ ମିଶାଇ ପାରିବେ ।

ମିଠା ପାଇଁ ଅଳ୍ପ ମିଶ୍ରି ମିଶାଇ ଏହି ମିଶ୍ରଣକୁ ରାତିରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଲଗାତାର ଦୁଇ ମାସ ପର୍ଯ୍ୟନ୍ତ ସେବନ କରନ୍ତୁ । ଏହା ଏତେ ଶକ୍ତିଶାଳୀ ଔଷଧୀ ଭାବେ କାର୍ଯ୍ୟ କରିଥାଏ ଯାହା ଅତି ପୁରୁଣା ରୋଗ ଓ ଦୁର୍ବଳତା ଦୂର କରି ଦିଏ । ଏହି ପୋସ୍ତ କ୍ଷୀରକୁ ରାତିରେ ପିଇବା ଦ୍ଵାରା ଭଲ ନିଦ ହୋଇଥାଏ ଓ ଷ୍ଟ୍ରେସ ମଧ୍ୟ ଦୂର କରିବାରେ ଏହା ସହାୟକ ହୋଇଥାଏ । ଦିନ ସାରା ତାଜା ଓ ଫୁର୍ତ୍ତି ଅନୁଭବ କରିବେ, ବିଲକୁଲ ମଧ୍ୟ ଅଳସୁଆ ଲାଗିବା ନାହିଁ ।

ପୋସ୍ତ ସମସ୍ତ ପ୍ରକାର ଶାରୀରିକ ଦରଜକୁ ଭଲ କରିଥାଏ । ଏଥିରେ ଥିବା କ୍ୟାଲସିୟମ ଆମ ହାଡ ଓ ଦାନ୍ତ ପାଇଁ ଖୁବ ଲାଭଦାୟକ ହେବା ସହ ସଶକ୍ତ ମଧ୍ୟ କରିଥାଏ । ପୋସ୍ତ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ଖୁବ ଉପଯୋଗୀ ଅଟେ । ସେଥିପାଇଁ ଏହା ପାଠ ପଢୁଥିବା ପିଲାମାନଙ୍କ ପାଇଁ ମହଦୟା ଖୁବ ଉପଯୋଗୀ ଅଟେ । ମାତ୍ର ୧୨ ବର୍ଷରୁ କମ ପିଲାଙ୍କୁ ଏହା ସେବନ କରିବାକୁ ଦିଅନ୍ତୁ ନାହିଁ ଓ ଏହାଠୁବଡ ପିଲାଙ୍କୁ ଅଧ ଚାମୁଚ ମାତ୍ରାରେ ପୋସ୍ତର ପରିମାଣ ରଖନ୍ତୁ ।

ପୋସ୍ତରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଥିବାରୁ ଏହା ଅଧିକ ବୟସ ପର୍ଯ୍ୟନ୍ତ ଆପଣଙ୍କୁ ଯବାନ ରଖିବାରେ ସାହାଯ୍ୟ କରେ ଓ ଆପଣଙ୍କ ତ୍ଵଚାକୁ ମଧ୍ୟ ସୁନ୍ଦର ଓ ଚିକ୍କଣ ରଖେ । ପୋସ୍ତ ଆମ ଶରୀରକୁ ଭଲ ଭାବେ ପୋଷକତତ୍ତ୍ଵ ଯୋଗାଇଥାଏ । ଯାହା ଫଳରେ ଆମେ ସୁସ୍ଥ ସବଳ ରହିବା ସହ ସୁନ୍ଦର ମଧ୍ୟ ଦେଖା ଯାଉ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *