ଶ୍ରାବଣ ମାସରେ ସୁର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁ ନାହିଁ ଏହି 5 କାମ, ମହାଦେବ ହୁଅନ୍ତି କ୍ରୋଧିତ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ସମସ୍ତଙ୍କ ଦିନ ର ଆରମ୍ଭ ସୂର୍ଯ୍ୟୋଦୟ ରୁ ହୋଇଥାଏ ଏବଂ ସନ୍ଧ୍ୟା ର ଆରମ୍ଭ ସୁର୍ଯ୍ୟାସ୍ତ ପରେ ହୋଇଥାଏ। ସୂର୍ଯୋଦୟ ଏବଂ ସୁର୍ଯ୍ୟାସ୍ତ କୁ ଦିନ ଓ ରାତି ର ସନ୍ଧି ବୋଲି ମାନା ଯାଇଥାଏ।

ତେଣୁ ଶାସ୍ତ୍ର ରେ ଏହି ସମୟ କୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି। ଶାସ୍ତ୍ର ଅନୁସାରେ ଏଭଳି କିଛି କାର୍ଯ୍ୟ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ଯାହାକୁ ଶ୍ରାବଣ ମାସରେ ସୁର୍ଯ୍ୟାସ୍ତ ପରେ କରିବା ଆଦୋୖ ଉଚିତ ନୁହେଁ।ନଚେତ ଏହାଦ୍ବାରା ଆପଣଙ୍କ ଜୀବନରେ କୁପ୍ରଭାବ ପଡ଼ିଥାଏ ଏବଂ ଆପଣ ଭବିଷ୍ୟତ ରେ କାଙ୍ଗାଳ ମଧ୍ୟ ହୋଇ ପାରନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ। ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମତଃ, ସୁର୍ଯ୍ୟାସ୍ତ ସମୟ ରେ କେବେବି ମନ ଦୁଃଖ କରି ବସିବା ଉଚିତ ନୁହେଁ।କାରଣ ଏହା ମୃତ୍ୟୁ ର ଶୋକ ସହିତ ସମାନ ହୋଇଥାଏ। ଏହା ସହିତ ସୁର୍ଯ୍ୟାସ୍ତ ସମୟ ରେ ଅନ୍ୟ କୁ ଦହି ଦେବା ଉଚିତ ନୁହେଁ।ଦହି ଶୁକ୍ର ଗ୍ରହ ସହ ଜଡିତ ହୋଇଥାଏ।ଏହାଦ୍ବାରା ଆପଣଙ୍କୁ ଧନ ର ହାନୀ ହୋଇଥାଏ ଏବଂ ଆପଣଙ୍କ ସୁଖ ସମୃଦ୍ଧି ରେ ମଧ୍ୟ ଏହା ବାଧା ସୃଷ୍ଟି କରିଥାଏ। ତେଣୁ ଏପରି ଭୁଲ ଆଦୋୖ କରନ୍ତୁ ନାହିଁ।


୨. ବନ୍ଧୁଗଣ ଦ୍ବିତୀୟତଃ, କୌଣସି ବ୍ୟକ୍ତି ଙ୍କୁ ସୁର୍ଯ୍ୟାସ୍ତ ସମୟ ରେ ଅଥବା ସୁର୍ଯ୍ୟାସ୍ତ ପରେ ଶୋଇବା କିମ୍ବା ଭୋଜନ କରିବା ଆଦୋୖ ଉଚିତ ନୁହେଁ। ଏହି ସମୟ ରେ ଶୋଇବା ଅଥବା ଭୋଜନ କରିବା ଦ୍ଵାରା ଧନ ହାନୀ ହେବା ସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ।


୩. ବନ୍ଧୁଗଣ ତୃତୀୟତଃ, କେବେବି ସୁର୍ଯ୍ୟାସ୍ତ ପରେ ଘରେ ଝାଡ଼ୁ ପୋଛା କରିବା ଉଚିତ ନୁହେଁ। ଏହି ସମୟ ରେ ଘରେ ଝାଡ଼ୁ ପୋଛା କରିବା ଦ୍ୱାରା ମାତାଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ଏବଂ ଏହା ସହିତ ଘରୁ ସୁଖ ସମୃଦ୍ଧି ମଧ୍ୟ ନଷ୍ଟ ହୋଇଥାଏ।

୪. ବନ୍ଧୁଗଣ ଚତୁର୍ଥତଃ, କୌଣସି ବି ବ୍ୟକ୍ତି ଙ୍କୁ ସୁର୍ଯ୍ୟାସ୍ତ ପରେ ଚୁଟି ଅଥବା ଦାଢ଼ି କାଟିବା ଆଦୋୖ ଉଚିତ ନୁହେଁ। ପ୍ରାୟତଃ ବ୍ୟକ୍ତି ସୁର୍ଯ୍ୟାସ୍ତ ପରେ ଚୁଟି ଓ ଦାଢ଼ି କାଟିଥାନ୍ତି।କିନ୍ତୁ ଏହା ଅନୁଚିତ। ଏପରି କରିବା ଦ୍ଵାରା ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ ଏବଂ ଧନ ହାନୀ ମଧ୍ୟ ହୋଇଥାଏ।


୫. ବନ୍ଧୁଗଣ ପଞ୍ଚମତଃ, ସୁର୍ଯ୍ୟାସ୍ତ ପରେ ଭୁଲ ରେ ବି ତୁଳସୀ ବୃଷ କୁ ଛୁଇଁବା ଉଚିତ ନୁହେଁ। ଏହା ସହିତ ତୁଳସୀ ବୃକ୍ଷ ରେ ଜଳ ଅର୍ପଣ କରିବା ମଧ୍ୟ ଉଚିତ ନୁହେଁ। ନଚେତ ମାତାଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କ ଘରେ ବାସ କରନ୍ତି ନାହିଁ। ସୁର୍ଯ୍ୟାସ୍ତ ସମୟରେ ତୁଳସୀ ବୃକ୍ଷ ମୂଳ ରେ ଘିଅ ଦୀପ ଜାଳିବା ଉଚିତ। ଏହାଦ୍ବାରା ଆପଣଙ୍କ ଘରେ ସକରାତ୍ମକ ଉର୍ଜା ର ପ୍ରବେଶ ହୋଇଥାଏ ଏବଂ ସୁଖ ଶାନ୍ତି ପ୍ରତିଷ୍ଠା ହୋଇଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *