ଦେଖନ୍ତୁ କଣ କହୁଛି ଆପଣଙ୍କ ହାତ ପାପୁଲିର ବିବାହ ରେଖା ? କେବେ ହେବ ବିବାହ ? Love Marriage ହେବ ନା Arrange Marriage ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ । ଏହି ବନ୍ଧନରେ ବାନ୍ଧି ହୋଇଯାଉଥିବା ପୁରୁଷ ଓ ମହିଳା ଜନ୍ମ ଜନ୍ମାନ୍ତରର ସାଥି ହୋଇଯାଇଥାନ୍ତି।  ଆଜି ଆପଣ ମାନେ ନିଜ ହାତ ରେଖାକୁ ଦେଖି କରି ନିଜର ବିବାହ ସମ୍ବଦ୍ଧୀୟ ତଥ୍ୟ ବିଷୟରେ ଜାଣିବାକୁ ପାଇବେ । ଯଦି ହାତର ପାପୁଲି ରେଖାରେ ଉତ୍ତମ ପର୍ବତରୁ ରେଖା ବାହାରି ହୃଦୟ ରେଖାରେ ଯାଇ ସମାପ୍ତ ହୋଇଥିବ କିମ୍ବା ଗୁରୁ ପର୍ବତ ଉପରେ ଛକି ଚିହ୍ନ ରହିଥିବ ।

ତେବେ ଏହା ସୁଖିନ ବିବାହକୁ ଦର୍ଶାଇ ଥାଏ । ଯଦି ଶୁକ୍ର ପର୍ବତ ଅଧିକ ବଢିନଥିବ କିମ୍ବା ସେହି ସ୍ଥାନରେ ନାଲି ରଙ୍ଗର ଚିହ୍ନ ରହିଥିବ । ତେବେ ଏହା ମଧ୍ୟ ସୁଖିନ ବିବାହର ଯୋଗକୁ ସୂଚିତ କରାଇଥାଏ । ଏପରି ସୁଖିନ ବିବାହ କରୁଥିବା ଲୋକ ମାନେ ପ୍ରାୟତଃ ସମୟରେ ପ୍ରେମ ବିବାହ କରିଥାନ୍ତି । ଏମାନଙ୍କର ବିବାହ ହଟାତ ହୋଇଯାଇଥାଏ ।

ଏମାନେ ବିବାହକୁ ନେଇ ଅଧିକ କିଛି ଭାବିନଥାନ୍ତି । ଏମାନଙ୍କ ଦାମ୍ପତ୍ୟ ଜୀବନ ଭଲ ରହିବା ସହ ଏମାନଙ୍କର ୨ କିମ୍ବା ୨ ରୁ ଅଧିକ ପିଲା ହେବାର ସମ୍ଭାବନା ରହିଥାଏ । ପାପୁଲିରେ ଥିବା ସୂର୍ଯ୍ୟ ରେଖା ଓ ବିବାହ ରେଖା ଉଭୟ ପରସ୍ପର ସହିତ ମିଶିଥାନ୍ତି । ଯଦି ସୂର୍ଯ୍ୟ ପର୍ବତ ଅଧିକ ଛୋଟ ରହିଥାଏ ।

ଆନମେଳ ବିବାହ ଯୋଗକୁ ସୂଚିତ କରାଇଥାଏ । ଏହି ବିବାହ କରୁଥିବା ଦମ୍ପତି ମାନଙ୍କର ପ୍ରାୟତଃ ସମୟରେ ଆରେଞ୍ଜ ମାରେଜ ହୋଇଥାଏ । ଘର ଲୋକଙ୍କ ସମ୍ମତିରେ ଏହି ବିବାହ ହୋଇଥାଏ । ଏହି ଦମ୍ପତି ମାନଙ୍କର ୧ କିମ୍ବା ୨ ଟି ସନ୍ତାନ ଜନ୍ମ ହୋଇଥାଏ । ହାତର ପାପୁଲିରେ ମଣିବନ୍ଧ ପର୍ବତରୁ କୌଣସି ରେଖା ବୁଧ ପର୍ବତ ପର୍ଯ୍ୟନ୍ତ ଆସିଥିବ ।

ଯଦି ସୂର୍ଯ୍ୟ ରେଖା ସହିତ ଶୁକ୍ର ପର୍ବତ ମିଶିଥାଏ । ତେବେ ଏପରି କ୍ଷେତ୍ରରେ ଲୋକ ମାନଙ୍କର ବିବାହ ଅଧିକ ବୟରେ ହୋଇଥାଏ । ବେଳେ ବେଳେ ଏହି ଲୋକ ମାନଙ୍କର ବିବାହ ମଧ୍ୟ ହୋଇପାରିନଥାଏ । ଏପରି ରେଖା ଯେଉଁ ଝିଅର ହାତ ପାପୁଲିରେ ରହିଥାଏ । ସେହି ଝିଅ ମାନେ ବ୍ୟବସାୟୀକୁ ବାହା ହୋଇଥାନ୍ତି । ଏମାନଙ୍କ ସ୍ଵାମୀ ଟିକେ କଞ୍ଜୁସ ସ୍ଵଭାବର ହୋଇଥାନ୍ତି ।

ଚନ୍ଦ୍ର ପର୍ବତ ପାଖରେ ଯଦି ଛୋଟ ଛୋଟ ରେଖା ଅଧିକ ରହିଥାଏ । ତେବେ ଏହି ଲୋକ ମାନେ ନିଜ ବୟସଠୁ ଅଧିକ ବୟସର ଲୋକଙ୍କୁ ବାହା ହୋଇଥାନ୍ତି । ଏମାନଙ୍କ ବୈବାହିକ ଜୀବନ ଭଲ ରହିବା ସହ ସନ୍ତାନ ପ୍ରାପ୍ତିରେ ବେଳେ ଅସୁବିଧା ଆସିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *