Health Tips- Diabetes ରୋଗୀଙ୍କ ପାଇଁ ବିଷ ସମାନ ହୋଇଥାଏ ଏହି ସବୁ ଖାଦ୍ଯ, ଯଦି ଖାଉଛନ୍ତି ଆଜି ହିଁ ଛାଡି ଦିଅନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡାଇବେଟିସ ରୋଗକୁ ଧୀର ମୃତ୍ୟୁ ରୋଗ କୁହାଯାଇଥାଏ । କାରଣ ଡାଇବେଟିସରେ ପୀଡିତ ବ୍ୟକ୍ତି ଭିତରୁ ଫମ୍ପା ହୋଇଯାଇଥାନ୍ତି । କାରଣ ଏହି ରୋଗ ଅନେକ ରୋଗକୁ ଜନ୍ମ ଦେବାରେ ସାହାଜ୍ଯ କରିଥାଏ । ଡାଇବେଟିସରେ ପୀଡିତ ଥିବା ବ୍ୟକ୍ତି ସଂପୂର୍ଣ୍ଣ ଭାବରେ ଡାଇବେଟିସକୁ ଭଲ ନକରିପାରିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରି ନିହାତି ଭାବେ ରଖିପାରିବେ ।

ଆପଣ ଯଦି ଡାଇବେଟିସରେ ପୀଡିତ କିମ୍ବା ପରିବାରର ସଦସ୍ୟଙ୍କ ମଧ୍ୟରୁ ଡାଇବେଟିସରେ ପୀଡିତ ବ୍ୟକ୍ତି କିଛି ଖାଦ୍ୟ ପଦାର୍ଥକୁ ନିଜ ଖାଦ୍ୟ ରୁଟିନ୍ ରୁ କାଢିଦେବା ପାଇଁ ପଡିଥାଏ।   ଯାହା ଦ୍ଵାରା ତାଙ୍କ ଡାଇବେଟିସ ସଂପୂର୍ଣ୍ଣ ନିୟନ୍ତ୍ରଣ ହୋଇ ରହିଥାଏ । ପ୍ରଥମେ ହେଉଛି ଆଳୁ । ଆଳୁରେ ଶ୍ଵେତସାରର ମାତ୍ରା ଅଧିକ ପରିମାଣରେ ରହିଥାଏ । ଯାହା ଶୀଘ୍ର ହଜମ ହୋଇ ରକ୍ତରେ ଗ୍ଳୁକୋଜର ମାତ୍ରା ଅଧିକ ବଢାଇଦେଇଥାଏ ।

ଆଳୁ କିମ୍ବା ଆଳୁରୁ ପ୍ରସ୍ତୁତ କୌଣସି ଖାଦ୍ୟ ପଦାର୍ଥରୁ ନିଜକୁ ଯଥା ସମ୍ଭବ ଦୂରେଇ ରଖିବା ନିହାତି ଭାବେ ଆବଶ୍ୟକ । ଦିତୀୟରେ ମଇଦାରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ମଧ୍ୟ ଡାଇବେଟିସ ରୋଗୀ ନଖାଇବା ହିଁ ତାଙ୍କ ସ୍ଵାସ୍ଥ ପାଇଁ ସ୍ଵାସ୍ଥକର ଅଟେ ।

ଯେପରି ମଇଦାରୁ ପ୍ରସ୍ତୁତ ବ୍ରେଡ୍, ବିସ୍କୁଟ, ପସ୍ତା ଓ ଟୋଜ୍ ଭଳି ଅନେକ ଖାଦ୍ୟ ସାମଗ୍ରୀ ଖାଇବା ଡାଇବେଟିସ ରୋଗୀଙ୍କ ପାଇଁ ବାରଣ ଅଟେ । ମଇଦାରେ କାର୍ବୋହାଇଡ୍ରେଟ ଥିବାରୁ ଏହା ଏହା ଶୀଘ୍ର ହଜମ ହୋଇ ସୁଗାରରେ ପରିଣତ ହୋଇଯାଇଥାଏ । ଡାଇବେଟିସ ରୋଗୀଙ୍କ ପାଇଁ ରକ୍ତରେ ସୁଗାର ବଢିବା ଆଦ୍ଵୋ ଉଚିତ ନୁହେଁ । ଯଦି ବ୍ରେଡ୍ ଖାଇବା ପାଇଁ ଇଛୁକ ଥାଆନ୍ତି ।

ତେବେ ଧଳା ବ୍ରେଡ୍ ବଦଳରେ ବ୍ରାଉନ କଲର ବ୍ରେଡ୍ ଖାଇବା ଉଚିତ । ତୃତୀୟରେ ହେଉଛି ଟ୍ରାନ୍ସଫାଟ ଯୁକ୍ତ ଖାଦ୍ୟ ପଦାର୍ଥ । ଟ୍ରାନ୍ସଫାଟ ଯୁକ୍ତ ଖାଦ୍ୟ ଡାଇବେଟିସ ରୋଗୀଙ୍କ ପାଇଁ ବିଶ ସଦୃଶ ହୋଇଥାଏ । ବଜାରରେ ବିକ୍ରି ହେଉଥିବା ତେଲ ଭାଜୀ ଜିନିଷରେ ଟ୍ରାନ୍ସଫାଟର ପରିମାଣ ଅଧିକ ଭାବେ ରହିଥାଏ ।

ଟ୍ରାନ୍ସଫାଟ ପ୍ରତେକ୍ଷ ଭାବରେ ରକ୍ତରେ ଗ୍ଳୁକୋଜ ବଢାଇ ପାରିନଥାଏ  କିନ୍ତୁ ଏହା ଶରୀରରେ ଖରାପ କୋଲେଷ୍ଟ୍ରଲ୍ କୁ ବୃଦ୍ଧି କରାଇ ଶରୀରରେ ଇନସୁଲିନକୁ ଅକାମୀ କରାଇ ଦେଇଥାଏ । ତେଲକୁ ଗରମ କରି ସେଥିରେ ବାରମ୍ବାର ଛାଣି ଖାଦ୍ୟ ପ୍ରସ୍ତୁତ କରିବା ଫଳରେ ସେହି ଖାଦ୍ୟରେ ଟ୍ରାନ୍ସଫାଟର ପରିମାଣ ବଢିଯାଇଥାଏ । ପାକେଟରେ ଥିବା ଖାଦ୍ୟ ସାମଗ୍ରୀରୁ ମଧ୍ୟ ନିଜକୁ ନିବୃତ୍ତ ରଖିବା ଉଚିତ ।

ଡାଇବେଟିସ ରୋଗୀଙ୍କୁ ମୃଦୁ ପାନୀୟ ଯଥା କୋଲ୍ଡଡ୍ରିଂକ୍ସ ସେବନ କରିବା ଅଦ୍ୱୋ ଉଚିତ ନୁହେଁ । ଫଳରସ ମଧ୍ୟ ଡାଇବେଟିସ ରୋଗୀ ପିଇବା ଉଚିତ ନୁହେଁ । କାରଣ ଏଥିରେ ସୁଗାରର ମାତ୍ରା ଅଧିକ ରହିଥାଏ । ଯଦି ଏହି ସବୁ ଖାଦ୍ୟ ପଦାର୍ଥ ଆପଣ ଖାଇବାରୁ ନିଜକୁ ଦୂରେଇ ରଖିବେ । ତେବେ ନିହାତି ଭାବେ ଆପଣ ଡାଇବେଟିସକୁ ନିୟନ୍ତ୍ରଣ କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *