କାହିଁକି ହୁଏ କିଡନି ଫେଲ୍ଯୁଅର ? ଦେଖନ୍ତୁ ଏ ନେଇ କଣ କୁହନ୍ତି Dr Nisith Kumar Mohanty

ନମସ୍କାର ବନ୍ଧୁଗଣ ,  କିଡନି  ଆମ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ଯାହା କି ଆମ ଶରୀରରେ ରକ୍ତ ତିଆରି କରିବାରେ ସାହାଯ୍ୟ କରେ ।  ଆମ ଶରୀରର ବ୍ଲଡ଼ ପ୍ରେସର ନିୟନ୍ତ୍ରଣ କରିଥାଏ  ଓ ଆମ ଶରୀର ରେ ରକ୍ତ ମଧ୍ୟ ତିଆରି କରେ । ଏହା ଛଡା  ଶରୀରର ବର୍ଯ୍ୟ ବସ୍ତୁ ବାହାର କରିବାରେ ଏହା ଭୂମିକା ରହିଥାଏ । ଆମ ଶରୀରରେ କିଡନି କାହିଁକି ଫେଲ୍ ହୋଇଥାଏ ।

ଆସନ୍ତୁ ଜାଣିବା ଏହା ବିଷୟରେ ଡାକ୍ତର ନିଶୀଥ କୁମାର ମହାନ୍ତି ଏହି ସମ୍ବନ୍ଧରେ ଆମମାନଙ୍କୁ କିଡନି ରୋଗର କାରଣ , ଲକ୍ଷଣ , ଚିକିତ୍ସା  ଓ ପଦକ୍ଷେପ ବିଷୟରେ ଆମମାନଙ୍କୁ କହିଛନ୍ତି । ଆମ ଶରୀରରେ କିଡନି ଫେଲ୍ ହେବାର ଏକ କାରଣ ହେଉଛି ଡାଇବେଟିସ ଓ ହାଇ ବ୍ଲଡ଼ ପ୍ରେସର ବେଳେବେଳେ ଜନ୍ମ ରୁ ମଧ୍ୟ ହୋଇଥାଏ । କିନ୍ତୁ ଅନେକ ସମୟରେ ନିଜେ ମଧ୍ୟ ଏହାର କାରଣ ହେଇଥାଉ , ଯେପରିକି ଅନ୍ୟଥା ଔଷଧ ର ସେବନ ମୁଣ୍ଡ ବିନ୍ଧା , ଟିକେ କଷ୍ଟ  ହେଲା ମାତ୍ରେ ଔଷଧ ଖାଇବା ଆଦି ଆମ କିଡନି ଉପରେ ପ୍ରଭାବ ପକେଇଥାଏ ।

କିଡନି ରୋଗ ର ଲକ୍ଷଣ ହେଲା ମୁହଁ ଫୁଲିବା , ଦୁର୍ବଳ ଲାଗିବା , କାମ ରେ ମନ ନ ଲାଗିବା , ରାତିରେ ଅଧିକ ଥର ପରିସ୍ରା ହେବା , ଭୋକ ନ ହେବ । ଏହା ଛଡା ହାଇ ବ୍ଲଡ଼ ପ୍ରେସର ଦ୍ଵାରା ମଧ୍ୟ କିଡନି ଫେଲ୍ ହୋଇଥାଏ । ଅନେକ ଭାବନ୍ତି ହଳଦିଆ ପରିସ୍ରା ହେଉଛି କିଡନି ଖରାପ ହେବାର ଲକ୍ଷଣ କିନ୍ତୁ ତାହା ନୁହେ । ଆମେ ଯଦି ପାଣି ପଈ ନ ଥାଉ ତେବେ ମଧ୍ୟ ଆମ ପରିସ୍ରା ହଳଦିଆ ହୋଇଥାଏ ।

ଆପଣ କେମିତି ଜାଣିବେ ଯେ ଆପଣ କିଡନି ଅସୁସ୍ଥ ହୋଇଛି ଓ ଏହା କେଉଁ ପରୀକ୍ଷା କରିବା ଦ୍ଵାରା ଜଣାଯାଇଥାଏ । କିଡନି ରୋଗ ଜାଣିବା ପାଇଁ କେବଳ ଦୁଇଟି ରୋଗ ଆବଶ୍ୟକ ଗୋଟେ ହେଉଛି ପରିସ୍ରା ପରୀକ୍ଷା । କାରଣ ପରିସ୍ରା ହେଉଛି କିଡନି ରୋଗ ଜାଣିବାର ଏକ ଦର୍ପଣ ଅଟେ , ଆମ ଶରୀରରେ ଯଦି କିଡନି ସମ୍ବନ୍ଧୀୟ ସମସ୍ୟା ହୁଏ  , ତେବେ ପରିସ୍ରା ଆମକୁ ଦେଖାଇଥାଏ । ତେଣୁ ଏହି ପରୀକ୍ଷା କରିବାର ଦ୍ଵାରା ଆମେ ଜାଣିପାରିଥାଉ ।

ଦ୍ଵିତୀୟ ହେଉଛି ରକ୍ତ ପରୀକ୍ଷା ଏହା ମଧ୍ୟ ଆମ ଶରୀରରେ କିଡନି ଖରାପ ହେଉଛି , ତାହା ଏହି ପରୀକ୍ଷା ଦ୍ଵାରା ଜାଣିଥାଉ । କିଡନି ର ଚିକିତ୍ସା ଦୁଇ ପ୍ରକାରର ହୋଇଥାଏ । ପ୍ରଥମ କିଡନି ଖରାପ ହେବ ପୂବରୁ ଯଥା ଯେଉଁ କାରଣ ଦ୍ଵାରା ଏହା ହୋଇଥାଏ ଡାଇବେଟିସ , ହାଇ ବ୍ଲଡ଼ ପ୍ରେସର ଆଦି ରୋଗ ର ଚିକିତ୍ସା କରିଥାଉ । ସେମାନଙ୍କୁ କମ୍ ଲୁଣ ଖାଇବା ଅଧିକ ଫଳ ନେବା ବାୟାମ କରିବା ଆଦି ନିୟମ କରିବା ଉଚିତ । ଦ୍ଵିତୀୟ ହେଲା ପୁରା କିଡନି ଖରାପ ହେଲା ପରେ ଚିକିତ୍ସା କରିଥାଉ ।

ଯେଉଁ ବ୍ୟକ୍ତିର କିଡନି ସଂପୂର୍ଣ୍ଣ ଖରାପ ହୋଇଯାଏ , ତେବେ ଘରର ଲୋକେ ବା ନିଜ ବାପା ମା , ସ୍ତ୍ରୀ କିଡନି ଦେଇପାରିବେ ଯାହା ଦ୍ଵାରା ବ୍ୟକ୍ତି ବଞ୍ଚିଥାଏ ।  ଏହି ସମସ୍ୟା ଆଜିର ଯୁବ ପିଢି କୁ ଅଧିକ ହେଇଥାଏ । କାରଣ ସେମାନେ ଖାଉଥିବ ବାହାରି ମସଲା ଖାଦ୍ୟ ଅଧିକ ମୋଟାପା ଯୋଗୁ ମଧ୍ୟ କିଡନି ଫେଲ୍ ହୋଇଥାଏ । ତେଣୁ ନିୟମିତ ଖାଦ୍ୟ ର ସେବନ ବାୟାମ ଓ ଯୋଗ କରି ନିଜ ଶରୀରକୁ ସୁସ୍ଥ ରଖନ୍ତୁ । ଆମ ଏହି ପୋଷ୍ଟ  ଆପଣଙ୍କୁ ଭଲ ଲାଗେ ଲାଇକ କରନ୍ତୁ । ଅନ୍ୟମାନଙ୍କୁ ଏହା ଶେୟାର କରନ୍ତୁ ଓ ଆପଣମାନଙ୍କ ମତ କୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *