Vastu- ଘରର ଏହି ଦିଗରେ ରାସ୍ତା ଥିଲେ ହୋଇ ପାରନ୍ତି କୋଟିପତି ହେଲେ ଏହି ଦିଗରେ ରାସ୍ତା ଥିଲେ ହେଇଯିବେ ଦାଣ୍ଡର ଭିକାରୀ

ବନ୍ଧୁଗଣ, ଜୀବନରେ ବାସ୍ତୁଶାସ୍ତ୍ରର ବହୁତ ଅଧିକ ମହତ୍ଵ ରହିଅଛି, ଏହା ଏତେ ବିସ୍ତୃତ ଅଟେ ଯେ କୌଣସି ବ୍ୟକ୍ତି ପୂର୍ଣ୍ଣଦୟା ନିଜ ଜୀବନରେ ଆପଣାଇ ପାରିନଥାଏ । ମାତ୍ର କିଛି କଥା ରହିଅଛି, ଯାହାକୁ ଆପଣାଇ ନିଜ ଜୀବନକୁ ଉତ୍ତମ ତଥା ସୁଖୀ ବନାଯାଇପାରିବ । ଯେଉଁଭଳି ବାସ୍ତୁଶାସ୍ତ୍ର ଅନୁସାରେ ଘରର ନିର୍ମାଣ କରିବା ସମୟରେ ପ୍ରଥମ ସବୁଠାରୁ ମହତ୍ଵପୂର୍ଣ୍ଣ କଥା ଧ୍ୟାନରେ ରଖିବା ଆବଶ୍ୟକ ଯେ ତାହା ଅଟେ ଭୂଖଣ୍ଡର ସ୍ଥାନ, ତାହାର ଆକାର,

ଭୂଖଣ୍ଡର ପାଖରୁ ଯାଉଥିବା ମାର୍ଗ ଇତ୍ୟାଦି, ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ଜାଗାରେ ଆପଣ ଘର ବନାଇବାକୁ ଯାଉଅଛନ୍ତି, ତାହାର ଆକାର ଆଗକୁ ଚଉଡା ଏବଂ ପଚାରୁ ସଙ୍କୋଚିତ ହେବା ଅନୁଚିତ । ଏହା ରୋଗ ଶୋକ ଏବଂ ଦୁଖଃର କାରକ ହୋଇଥାଏ । ଏହିଭଳି ଭବନରେ ରହୁଥିବା ଲୋକଙ୍କ ଉପରେ ବିପତ୍ତି ର ସାୟା ସର୍ବଦା ବନି ରହିଥାଏ । ଯଦି ପ୍ଳଟ ଆଗକୁ ସଙ୍କୋଚିତ ଏବଂ ପଛକୁ ଚଉଡା ହୁଏ, ତେବେ ଏହା ଶୁଭ ହୋଇଥାଏ ।

ଏହା ସହିତ ଘର ପାଖରେ ଉପସ୍ଥିତ ମାର୍ଗର ପ୍ରଭାବ ବାସ୍ତୁରେ ନିବାସ କରୁଥିବା ସଦସ୍ୟ ମାନଙ୍କ ଉପରେ ପଡିଥାଏ । କୌଣସି ଘରର ଆଖପାଖରେ ୧ ରୁ ଅଧିକ ମାର୍ଗ ରହିପାରେ । ମାତ୍ର କୌଣସି ଦିଗରେ ମାର୍ଗ ବନିଅଛି ଏହାର ଶୁଭ ଅଶୁଭ ପ୍ରଭାବ ବାସ୍ତୁ ଉପରେ ପଡିଥାଏ । ବାସ୍ତୁଶାସ୍ତ୍ରରେ ଦିଗ ମାନଙ୍କୁ ସବୁଠାରୁ ଅଧିକ ମହତ୍ଵ ଦିଆଯାଇଅଛି । ପୂର୍ବ, ପଶ୍ଚିମ, ଉତ୍ତର-ଦକ୍ଷିଣ, ଏହି ୪ ପ୍ରମୁଖ ଦିଗ ରହିଅଛି । ପ୍ରତ୍ୟକ ଦିଗର ସମ୍ବନ୍ଧ ଅଲଗା ଅଲଗା ଦେବୀ ଦେବତାଙ୍କ ସହିତ ଜଡିତ ହୋଇ ରହିଅଛି ।

ଏଥି ନିମନ୍ତେ ଭବନର ନିର୍ମାଣ କରୁଥିବା ସମୟରେ ଦିଗ ମାନଙ୍କର ଧ୍ୟାନ ରଖିବା ଆବଶ୍ୟକ ଅଟେ । ଆମ୍ଭ ଘରର କେଉଁ ଦିଗରେ ମାର୍ଗ ଅଛି ତାହା ବହୁତ ମହତ୍ଵପୂର୍ଣ୍ଣ ହୋଇଥାଏ । କେଉଁ ମଧ୍ୟ ପ୍ଳଟ କିଣିବା ବଦଳରେ ଅଥବା ଘରର ନିର୍ମାଣ କରିବା ପୂର୍ବରୁ ସେଠାରେ ବନୁଥିବା ମାର୍ଗ ସମ୍ବନ୍ଧରେ ଅବଶ୍ୟ ଜାଣି ରଖନ୍ତୁ । ବାସ୍ତୁଶାସ୍ତ୍ରରେ ମାର୍ଗର କଣ ମହତ୍ଵ ରହିଅଛି ଆସନ୍ତୁ ଜାଣିବା ।

୧;- ଏକ ମାର୍ଗୀ ଭୂଖଣ୍ଡ, ଯଦି କୌଣସି ଭୂଖଣ୍ଡର କେବଳ ଏକ ମାର୍ଗରେ ଭୂଖଣ୍ଡ ରହିଥାଏ, ତେବେ ତାକୁ ଏକ ମାର୍ଗୀ ଭୂଖଣ୍ଡ କୁହାଯାଏ । ଯଦି କିଛି ଏକମାର୍ଗୀ ଭୂଖଣ୍ଡର ପୂର୍ବ ଦିଗରେ ରାସ୍ତା ରହିଥାଏ, ଏବଂ ବାକି ସମସ୍ତ ଦିଗ ବନ୍ଦ ରହିଥାଏ, ତେବେ ଏହିଭଳି ଭୂଖଣ୍ଡ ସବୁ ଦୃଷ୍ଟିରୁ ଶୁଭ ମାନାଯାଇଅଛି । ଏଥିରେ ରହିଥିବା ଲୋକଙ୍କୁ କେବେ କୌଣସି ଜିନିଷର ଅଭାବ ହୋଇନଥାଏ । ସେମାନେ ସର୍ବଦା ରୋଗ ରହିତ ଏବଂ ସୁସ୍ଥ ରହିଥାନ୍ତି । ଏହିଭଳି ଭୂଖଣ୍ଡରେ ନିବାସ କରୁଥିବା ଲୋକଙ୍କୁ ନାମ, ଯଶ, ଏବଂ ପ୍ରତିଷ୍ଠାର ପ୍ରାପ୍ତି ହୋଇଥାଏ ।

୨;- ପଶ୍ଚିମ ମାର୍ଗୀ ଭୂଖଣ୍ଡ, ଯଦି କୌଣସି ଭୂଖଣ୍ଡର ପଶ୍ଚିମ ଦିଗରେ ମାର୍ଗ ରହିଥାଏ, ଏବଂ ବାକି ୩ଟି ଦିଗ ବନ୍ଦରୁହେ ତେବେ ଏହିଭଳି ଭୂଖଣ୍ଡ କୁ ରହିବା ନିମନ୍ତେ ଯୋଗ୍ୟ ମାନାଯାଇଅଛି ।

୩;- ଯଦି କୌଣସି ଭୂଖଣ୍ଡର ଉତ୍ତର ଦିଗରେ ମାର୍ଗ ଥାଏ ଏବଂ ବାକି ସବୁ ଦିଗ ବନ୍ଦ ଥାଏ,ତେବେ ଏହିଭଳି ଭୂଖଣ୍ଡ ସାମାନ୍ୟ ପ୍ରଭାବ ଦେଇଥାଏ । ଅଥବା ଏହି ଘର ମାନଙ୍କରେ ରହିଥିବା ଲୋକଙ୍କୁ ସାମାନ୍ୟ ଭାବରେ ଲାଭ ପ୍ରାପ୍ତ ହୋଇଥାଏ । ତେବେ ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *