କେଶ ସମସ୍ଯାର ଆୟୁର୍ବେଦିକ ସମାଧାନ ! Dr. Basudev Pradhan

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେଶ ସବୁ ବ୍ୟକ୍ତିଙ୍କର ସୌନ୍ଦର୍ଜ୍ୟତାର ଅନ୍ୟ ଏକ ଖାସ୍ ବିଶେଷତ୍ଵ । ତେଣୁ ନିଜର କେଶକୁ ସମସ୍ତେ ଅତି ଯତ୍ନର ରଖିବା ଉଚିତ । ବହୁତ ଲୋକଙ୍କର ପ୍ରଶ୍ନ ରହିଥାଏ କି ଚୁଟିର ବହୁତ ଯତ୍ନ ନେବା ସତ୍ବେ ମଧ୍ୟ ଚୁଟି ଜନିତ ଅନେକ ସମସ୍ଯା ଦେଖିବାକୁ ମିଳୁଛି । ପ୍ରତିଦିନ କିଛି କିଛି ଅଳ୍ପ ମାତ୍ରାରେ ଚୁଟି ଝଡିବା ଏକ ସାଧାରଣ କଥା ହୋଇଥାଏ କିନ୍ତୁ ଯଦି ତାହା ଠାରୁ ଅତ୍ୟଧିକ ପରିମାଣରେ ଚୁଟି ଝଡୁଥାଏ ।

ତେବେ ଏହାକୁ ଜମାରୁ ମଧ୍ୟ ଅବହେଳା କରିବା ଉଚିତ ନୁହେଁ । ବଂଶାନୁଗତ କାରଣରୁ ମଧ୍ୟ ବହୁତ ଲୋକଙ୍କ ଠାରେ କେଶ ଝଡିବା ଭଳି ସମସ୍ଯାମାନ ରହୁଛି । ତେବେ ଚୁଟି ଜନିତ ଯେଉଁ ସବୁ ସମସ୍ଯା ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳୁଛି । ସେହି ସବୁ ସମସ୍ଯାର କାରଣ ପ୍ରଥମେ ଅନୁଧ୍ୟାନ କରିବା ଉଚିତ । ତାପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାହାର କାରଣ ଜାଣି ତାହା ପାଇଁ ପ୍ରପର ସାମ୍ପୁ ଓ ତେଲର ବ୍ୟବହାର କରିବା ଉଚିତ ।

କାରଣ ନିଜ ମନ ଅନୁସାରେ ମାର୍କେଟରୁ ଯେ କୌଣସି ତେଲ ଆଣି ତାହାର ବ୍ୟବହାର କରିବା ଏବଂ ଯଦି ସେଥିରୁ ଭଲ ରେଜଲ୍ଟ ନମିଳିଥାଏ । ତେବେ ତାହାକୁ ପରିବର୍ତ୍ତନ କରି ଅନ୍ୟ ସାମ୍ପୁ ବା ତେଲର ନିଜ କେଶରେ ବ୍ୟବହାର କରିବା ଚୁଟି ପାଇଁ ଅଧିକ କ୍ଷତିକାରକ ହୋଇଥାଏ ।

ଯାହା ଡାକ୍ତରଙ୍କ ବିଶେଷ ଭାବେ ମତ ରହିଅଛି । ଚୁଟି ଓଦା ଥିବା ଅବସ୍ତାରେ ପ୍ଲାଷ୍ଟିକ ପାନିଆରେ ନକୁଣ୍ଡାଇ ସିଙ୍ଗର ପାନିଆରେ କୁଣ୍ଡାଇବା କେଶ ପାଇଁ ଉତ୍ତମ ରହିବ । ଆୟୁରଭେଦର ଅନୁସାରେ ଔଷଧ ମଧ୍ୟରୁ କେଶ ପାଇଁ ଶ୍ରେଷ୍ଟ ଔଷଧ ହେଉଛି ଭୃଙ୍ଗରାଜ । ଏହାକୁ ଆଣି ବାଟିକି କେଶ ମୂଳରେ ଲଗାଇବା ଦ୍ଵାରା କେଶ ଝଡିବା ସମସ୍ଯା ଦୂର ହୋଇଥାଏ ।

କେଶରେ ହେଉଥିବା ରୂପୀ ସମସ୍ଯାକୁ ଦୂର କରିବା ପାଇଁ ଅଁଳା, ମେଥି ଓ ଶିକା ଖାଇ ଏହି ୩ ଟି ଜିନିଷକୁ ଗୁଣ୍ଡ କରି ପାଣିରେ ଭିଯାଇ କିଛି ସମୟ ପରେ କେଶରେ ଲଗାଇବେ । ୩୦ ମିନିଟ ପର୍ଯ୍ୟନ୍ତ ଏହାକୁ ମୁଣ୍ଡରେ ଲଗାଇ ରଖି ତାପରେ କେଶ ପାଣି ସହାୟତାରେ ସଫା କରିଦେବେ । ଚୁଟି ଝଡିବା ପାଇଁ କ୍ରୋଧ, ଚିନ୍ତା, ଅବସାଦ ଓ ଶୋକ ଏହିପରି କିଛି କାରଣ ମଧ୍ୟ ବ୍ୟକ୍ତିର ଚୁଟି ଝଡିବାର କାରଣ ହୋଇଥାଏ ।

ଏହି ସବୁ ଥିରୁ ଯେତେ ସମ୍ଭବ ବ୍ୟକ୍ତି ଦୂରେଇ ରହିବା ଆବଶ୍ୟକ ହୋଇଥାଏ । କ୍ଳୋରିନ ମିଶା ପାଣିରେ କେଶ ଢୋଇବା ଦ୍ଵାରା ହେୟାର ଫଲ ହୋଇଥାଏ । ତେଣୁ ଏଭଳି ପାଣିରେ କେବେ ବି କେଶ ସଫା କରନ୍ତୁ ନାହିଁ । ଏହା ସହିତ ନିଜର ଏକ ସୁସ୍ଥ ଓ ସନ୍ତୁଳିତ ଜୀବନଜାପନ କରିବାକୁ ଚେଷ୍ଟା କରନ୍ତୁ । ଯାହା ଦ୍ଵାରା କେଶ ଜନିତ ବହୁ ସମସ୍ଯା ଦୂର ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *