ଚପଲ ଓ ଜୋତା ଓଲଟା ରଖିବାର ଅର୍ଥ କଣ ହୋଇଥାଏ ଜାଣନ୍ତୁ…

ଆପଣ ଦେଖିଥିବେ ଆପଣଙ୍କ ଜୋତା ବା ଚପଲ ଓଲଟା ରହିଲେ ସେମାନେ ଆପଣଙ୍କୁ ଗାଳି କରିଥାନ୍ତି । ଏମିତି କୁହାଯାଏ କି ଚପଲ ବା ଜୋତା ଓଲଟା ଥିଲେ ତାକୁ ତୁରନ୍ତ ସିଧା କରିଦେବା ଉଚିତ । ନଚେତ ଆପଣଙ୍କର କାହା ସହିତ ଝଗଡା ମଧ୍ୟ୍ୟ ହୋଇପାରେ । ଏମିତି କୁହାଯାଏ କି ଯଦି ବ୍ୟକ୍ତିର ଚପଲ ଓଲଟା ରହିଥାଏ ।

ସେ ବ୍ୟକ୍ତି ଏହାକୁ ସିଧାବି କରେ ନାହିଁ ତେବେ ସେ ବ୍ୟକ୍ତି ଜୀବନରେ ସଦା ସର୍ବଦା ରୋଗରେ ପଡିଥାଏ । ଆପଣ ପ୍ରତିଦିନ ପିନ୍ଧୁଥିବା ଚପଲ ଶୁଭ ବା ଅଶୁଭ ମଧ୍ୟ ହୋଇପାରେ । ଚପଲ ସମ୍ବନ୍ଧୀୟ କିଛି ଜିନିଷ ଅଛି ଯାହା ଆପଣଙ୍କୁ ଶୁଭ ବା ଅଶୁଭ ଫଳ ଦେଇଥାଏ । ତେବେ ଅଆନ୍ତୁ ଜାଣିବା ଚପଲ ସମ୍ବନ୍ଧୀୟ କିଛି ଶୁଭ ବା ଅଶୁଭ କଥା ।

 

ସାଧାରଣତଃ ଆପଣଙ୍କର ଚପଲ ଯେତେବେଳେ ଛିଡିଯାଏ ତେବେ ଆପଣ ପରେ ଠିକ କରିଦେବେ ଭାବି ସାଇତି କରି ରଖିଥାନ୍ତି । କିନ୍ତୁ ଏହା ଆପଣ ଜାଣିପାରନ୍ତି ନାହିଁ ଏହି ଛିଡା ଚପଲ ଆପଣଙ୍କ ଘରେ ଝଗଡା ହେବାର କାରଣ ହୋଇଥାଏ । ଜୋତା ବା ଚାପଲକୁ ଘରର ଦୁଆର ମୁହଁରେ ଛିଡାକରି ରଖନ୍ତୁନାହିଁ ।

ଏହା ଦ୍ୱାରା ଘରକୁ ସବୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଘରର ଦୁଆର ମୁହଁରେ ଚପଲ ଓଲଟାଇବା କଥା ନୁହେଁ ଏହାଦ୍ୱାରା ଘରର ଉନ୍ନତି ହୋଇନଥାଏ । ଘରର ସିଡ଼ି ତଳେ ଚପଲ ଓ ଅନ୍ୟ ଅଳିଆ ଜିନିଷ ରଖିବା କଥା ନୁହେଁ ।

ଏହାଦ୍ୱାରା ଘରେ ଆସନ୍ତି ସୃଷ୍ଟି ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ, କେବେ ଗିପ୍ଟରେ ମିଳିଥିବା ଜୋତାକୁ ପିନ୍ଧିବା କଥା ନୁହେଁ । ଏମିତି କରିବାଦ୍ୱାରା କ୍ୟାରିଅରରେ ଖରାପ ପ୍ରଭାବ ପଡିଥାଏ ।

ଆମକୁ ଛିଡା ଚପଲ ପିନ୍ଧିବା ଉଚିତ ନୁହେଁ । ଛିଣ୍ଡା ଚପଲ ପିନ୍ଧି ବାହାରକୁ ଯିବା ଦ୍ଵାରା ଆମ କ୍ୟାରିଆରରେ ମିଳୁଥିବା ସଫଳତା ଅସଫଳତାରେ ପରିଣତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାନୁଷ୍ୟର ପାଦରେ ଶନିଦେବଙ୍କର ବାସ ହୋଇଥାଏ । ତେଣୁ ଶନିବାର ଦିନ ଚପଲ କିଣିବା ଉଚିତ ନୁହେଁ ।

ଯଦି ଶନି କାହା ଉପରେ ଖରାପ ପ୍ରଭାବ ଦେଉଛନ୍ତି ତେବେ ଶନିବାର ଦିନ ଶନି ମନ୍ଦିରରେ ଚପଲ ଛାଡି ଆସିବା ଦ୍ୱାରା ସବୁ ଦୋଷ ଦୂର ହୋଇଥାଏ । ଚପଲ ହଜିବା ମଧ୍ୟ୍ୟ ଶୁଭ ହୋଇଥାଏ । ଏହାଦ୍ୱାରା ଅଶୁଭ ଗ୍ରହ ଶୁଭ ହୋଇଯାଇଥାଏ । ଶନିବାର ଦିନ ଚପଲ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ବିଶେଷ କରି ଚମଡା ଜୋତା ଦାନ କରିବା ସୁଭ ହୋଇଥାଏ । ରୋଷେଇ ଘରକୁ କେବେବି ଜୋତା ପିନ୍ଧି ଯାଆନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କର ଦୁର୍ଭାଗ୍ୟର ବୃଦ୍ଧି ହୋଇଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *