Calcim ଅଭାବ ହେଲେ ଶରୀର ଦିଏ ଏହି ସବୁ ସଂକେତ, ସମୟ ଥାଇ ହୁଅନ୍ତୁ ସାବଧାନ

ନମସ୍କାର ବନ୍ଧୁଗଣ, ଶରୀରରେ କ୍ୟାଲସିୟମର ଅଭାବ ହେବା ଦ୍ଵାରା ଅନେକ ସମସ୍ୟା ମାନ ଦେଖା ଯାଇଥାଏ । ସରିଆର ସବୁଠାରୁ ମୁଖ୍ୟ କହିବା ପାଇଁ ଗଲେ ଯାହାସବୁ ଆମ ଶରୀର ଠିଆ କରି ରଖିଛି ତାହା ହେଉଛି ହାଡ । ସେହି ହାଡରେ ଯଦି କ୍ୟାଲସିୟମରେ ଅଭାବ ଦେଖାଯାଏ ତେବେ ତାହା ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ ଆଉ ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ଉପୁଜେ। ସେହିଭଳି ଦାନ୍ତ ପାଇଁ ମଧ୍ୟ କ୍ୟାଲସିୟମ ଜରୁରୀ । ଆଉ ଯଦି କ୍ୟାଲସିୟମ ଅଭାବ ରହିବ ତେବେ ଦାନନ୍ତା ଦୁର୍ବଳ ହେବା ସହ ଭାଙ୍ଗିବାକୁ ଲାଗିବ ।

ଯଦି ଆପଣଙ୍କ ଠାରେ କ୍ୟାଲସିୟମର ଅଭାବ ଦେଖାଦିଏ ତେବେ ତାହାର ଲକ୍ଷଣ କଣ ରହିବା ଆସନ୍ତୁ ଜାଣିବା । କ୍ୟାଲସିୟମର ଅଭାବ ଛୋଟ ପିଲାଙ୍କୁ ହୋଇପାରେ । ପୁରୁଷ ମହିଳା ବୟସ୍କ ଲୋକଙ୍କୁ ମଧ୍ୟ ଏହି କ୍ୟାଲସିୟମ ଅଭାବ ହୋଇପାରେ । ମହିଳା ମାନେ ଗର୍ଭବତୀ ଥିବା ସମୟରେ ବହୁତ ମାତ୍ରାରେ କ୍ୟାଲସିୟମ ଅଭାବ ଥିବାର ଦେଖିବାକୁ ମିଳିଥାଏ । ଯଦି ଆପଣଙ୍କ ଶରୀରରେ କ୍ୟାଲସିୟମ ଅଭାବ ରହିବ ତେବେ ଆପଣଙ୍କ ଶରୀରରେ ଜଏଣ୍ଟ ପେନ ହେବା ଆରମ୍ଭ ହୋଇଯାଏ ।

କ୍ୟାଲସିୟମ ଅଭାବ ହେଲେ ଆପଣ ହାଡରେ ଦୁର୍ବଳତା ଅନୁଭବ କରିବେ । ଆପଣ ଚଲାବୁଲା କରୁଥିବା ସମୟରେ ଆଣ୍ଠୁରେ ଯନ୍ତ୍ରଣା ହେବ । ଆଣ୍ଠୁରୁ ବେଳେ ବେଳେ ଖଟ ଖଟ ଶବ୍ଦ ମଧ୍ୟ ଆସିଥାଏ । ଆପଣ ପାହାଚ ଚଢୁଥିବା ସମୟରେ ଅସୁବିଧାର ଅନୁଭବ କରିବେ । ଚଲାବୁଲା କରୁଥିବା ସମୟରେ ଆପଣଙ୍କ ଶରୀରରେ ଷ୍ଟାମିନା ଏବଂ ଏନର୍ଜିର କମି ପରିଲକ୍ଷିତ ହେବ ।

ଆପଣଙ୍କ ଶରୀରରେ କ୍ୟାଲସିୟମ ଅଭାବ ହେଲେ ଆପଣ ଥକାପଣ ଅନୁଭବ କରିବେ । ଅଳ୍ପ କିଛି ଆଘାତରେ ମଧ୍ୟ ଆପଣଙ୍କ ହାଡ ସହଜରେ ଭାଙ୍ଗି ଯିବ । ଶରୀରରେ କ୍ୟାଲସିୟମ ଅଭାବ ହେବା ଦ୍ଵାରା ମାଂସପେଶୀରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଏହି ଯନ୍ତ୍ରଣା ସାଧାରଣତଃ ଅଣ୍ଟା ପାଖର ମାଂସପେଶୀରେ ଦେଖିବା ପାଇଁ ମିଳିଥାଏ ।

ଆପଣଙ୍କ ହାତ ଗୋଡର ନଖ ଶୁଖିଲା ଦେଖାଯିବା ସହ ଦୁର୍ବଳ ମଧ୍ୟ ହେବାକୁ ଲାଗିବ । ନଖରେ ଯଦି ଧଳା ଧଳା ଦାଗ ଦେଖାଯାଏ ତେବେ ଏହା ମଧ୍ୟ କ୍ୟାଲସିୟମ ଅଭାବର ଲକ୍ଷଣ ହୋଇଥାଏ । ଶରୀରରେ କ୍ୟାଲସିୟମ ଅଭାବ ହେବା ଦ୍ଵାରା କେଶ ଝାଡିବାକୁ ଲାଗିଥାଏ । ଏବଂ କେଶ ବହୁତ ଡ୍ରାଏ ଦେଖା ଯାଇଥାଏ । କେଶ ଫାଟିବାକୁ ଲାଗିଥାଏ ।

ମହିଳାଙ୍କ ଶରୀରରେ କ୍ୟାଲସିୟମରେ ଅଭାବ ହେଲେ ପିରିଅଡ ସମୟରେ ବହୁତା ଅଧିକ କଷ୍ଟ ଅନୁଭୂତ ହୋଇଥାଏ । ଶରୀରରେ କ୍ୟାଲସିୟମ ଅଭାବ ରହିବା ଦ୍ଵାରା ତ୍ଵଚା ସମ୍ପୂର୍ଣ ଡ୍ରାଏ ଦେଖା ଯାଇଥାଏ । ଶିଶୁଙ୍କ ଶରୀରରେ କ୍ୟାଲସିୟମ ଅଭାବ ହେବାଦ୍ୱାରା ତାଙ୍କ ଦାନ୍ତ ବିଳମ୍ବରେ ବାହାରିଥାଏ । କ୍ୟାଲସିୟମର ଅଭାବ ଅଧିକ ହେବା ଦ୍ଵାରା ଗୋଡ ବଙ୍କା ହୋଇଯାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *