Health Tips- କେବଳ ଏହି 3 ଟି ଜିନିଷ ଭିଜାଇ ଖାଆନ୍ତୁ, 90 ବର୍ଷ ପର୍ଯ୍ୟନ୍ତ କେବେ ବି Calcium ର ଅଭାବ ହେବାକୁ ଦେବ ନାହିଁ

ଦିନସାରା କାର୍ଯ୍ୟ କରିବା ପରେ ଶରୀରରେ ଦୁର୍ବଳତା ଓ ଥକାପଣ ଆସିଯାଏ । କିନ୍ତୁ ତା ପର ଦିନ ମଧ୍ୟ ସେହି ଥକାପଣ ଓ ଶରୀରରେ ଯଦି ଦରଜ ରହୁଛି, ତେବେ କେବେ ମଧ୍ୟ ଏହାକୁ ନଜର ଅନ୍ଦାଜ କରନ୍ତୁ ନାହିଁ । କାରଣ ଏହା ଆପଣଙ୍କ ଶରୀରରେ କାଲସିୟମ ଅଭାବର ଲକ୍ଷଣ ହୋଇ ଥାଇ ପାରେ ।

କେବଳ ବୃଦ୍ଧ ଲୋକଙ୍କୁ ନୁହେଁ, ମାତ୍ର ଆଜିକାଲି ଯୁବା ଓ ଛୋଟ ମାନଙ୍କ ଠାରେ ମଧ୍ୟ କାଲସିୟମର ଭାବ ଦେଖା ଯାଉଛି । ହାଡ ଦୁର୍ବଳ ହୋଇଯିବା, ଦୁର୍ବଳ ଲାଗିବା, ଶୀଘ୍ର ଥକିଯିବା ଓ କିଛି କାମରେ ମନ ନ ଲାଗିବା ଆଦି ଆପଣଙ୍କ ଶରୀରରେ କାଲସିୟମର ଅଭାବ ହେତୁ ହେଉ ଥାଇ ପାରେ । ଏହା ସହ ଆଖି, ତ୍ଵଚା ଓ କେଶ ସହ ଜଡିତ ଆହୁରି ଅନେକ ସମସ୍ଯା ମଧ୍ୟ ଦେଖା ଦେଇ ଥାଏ । କିପରି ଘରୋଇ ଉପଚାର ଦ୍ଵାରା ଶରୀରରୁ କଲସିୟମର ଅଭାବ ଦୂର କରି ହେବ, ଆଜି ସେହି ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ।

ବାଦାମରେ ପ୍ରଚୁର ମାତ୍ରାରେ ପ୍ରୋଟିନ, ଫାଇବର, ଖଣିଜ ତତ୍ତ୍ଵ ଓ ମିନେରାଲ୍ସ ରହିଥାଏ । ସେଥିପାଇଁ ରାତିରେ ଶୋଇବା ଆଗରୁ ଏକ ମୁଠା ଦେଶୀ ବାଦାମକୁ ଭିଜାଇ ରଖି ଦିଅନ୍ତୁ ଓ ସକାଳେ ବ ଦିନର ଯେକୌଣସି ସମୟରେ ଆପଣ ଏହାକୁ ଭୋଜନ କରି ପାରିବେ । କାରଣ ଭିଜିଥିବା ବାଦାମରେ କ୍ଷୀର, ଅଣ୍ଡା ଓ ମାଂସ ଠାରୁ ମଧ୍ୟ ଅଧିକ କ୍ୟାଲସିୟମ ଓ ପ୍ରୋଟିନ ରହିଥାଏ । ଏହା ସହ ବାଦାମରେ ଆହୁରି ଅନେକ ପୋଷାକ ତତ୍ତ୍ଵ ରହିଛି ଯାହା ଆପଣଙ୍କ ଶରୀରକୁ ହୃଷ୍ଟପୃଷ୍ଟ ଓ ମଜବୁତ କରିବା ପାଇଁ ଆବଶ୍ୟକ ଅଟେ ।

ଦ୍ଵିତୀୟରେ ଏକ ଚାମୁଚ ଧଳା ରାଶିକୁ ରାତିରେ ପାଣିରେ ଭିଜାଇ ରଖିବେ ଓ ସକାଳ ଜଳଖିଆ ଖାଇବାର ୧୦ ମିନିଟ ପୂର୍ବରୁ ଏକ ଛୋଟ ଖଣ୍ଡ ମିଶ୍ରି ସହ ଏହାର ଭୋଜନ କରିବେ । ରାଶି ଶରୀର ପାଇଁ ଏତେ ଉପଯୋଗୀ ଅଟେ ଯେ ଗୋଟିଏ ଚାମୁଚ ରାଶିରେ ମଧ୍ୟ ୧୦୦ ମିଲିଗ୍ରାମ ପର୍ଯ୍ୟନ୍ତ କ୍ୟାଲସିୟମ ରହିଥାଏ । ଏହା ଆପଣଙ୍କ ହାଡକୁ ସଶକ୍ତ କରିବା ସହ ଏଥିରେ ଥିବା ଆଇରନ, ମ୍ୟାଗ୍ନେସିୟମ, ଜିଙ୍କ ଓ ସେରେନିୟମ ତତ୍ତ୍ଵ ଆପଣଙ୍କ ମାଂସପେଶୀ ଓ ହାର୍ଟକୁ ମଧ୍ୟ ଆକ୍ଟିଭ ରଖିବ । ଏହା ଆପଣଙ୍କ ଶରୀରକୁ ଫୁର୍ତ୍ତି ରଖିବ ।

ତୃତୀୟରେ, ରାତିରୁ ୫-୬ ଟି ଆଲମଣ୍ଡ ଭିଜାଇ ରଖନ୍ତୁ ଓ ସକାଳେ ଏହାର ଚୋପା ଛଡାଇ ସେବନ କରନ୍ତୁ । ଏପରି ପ୍ରତିଦିନ ଖାଇଲେ ବାଦାମରେ ଥିବା ଅନେକ ପ୍ରକାର ପୌଷ୍ଟିକ ତତ୍ତ୍ଵ ଆମ ଶରୀରକୁ ସଂପୂର୍ଣ୍ଣ ଭାବେ ସୁସ୍ଥ ଓ ଫୁର୍ତ୍ତି ରଖେ । ଏହା ବ୍ଯତୀତ ଆପଣ ୧୦୦ ଗ୍ରାମ ଦହି ମଧ୍ୟ ପ୍ରତିଦିନ ଖାଇ ପାରିବେ ସେଥିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଥାଏ ।

ସେହିପରି ସପ୍ତାହରେ ଦୁଇ ଥର ଲେଖାଏଁ ଭେଣ୍ଡି, ପାଳଙ୍ଗ ଶାଗ ଓ କମଳା ଲେମ୍ବୁ ମଧ୍ୟ ଖାଆନ୍ତୁ । ସେଗୁଡିକରେ ମଧ୍ୟ ଯଥେଷ୍ଟ ମାତ୍ରାରେ ଭିଟାମିନ ଓ କ୍ୟାଲସିୟମ ରହଛି । ଯାହା ଆପଣଙ୍କ ଶରୀରକୁ ଖୁବ ଶକ୍ତି ଯୋଗାଇବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *