Vastu Tips- ପିମ୍ପୁଡ଼ି ଆପଣଙ୍କୁ କରିବ ଧନୀ, କରନ୍ତୁ ଏହି ଉପାୟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ସମସ୍ତେ ପିମ୍ପୁଡ଼ି କୁ ଗୋଟିଏ ସାଧାରଣ ଜୀବ ବୋଲି ଭାବିଥାଉ । କିନ୍ତୁ ଏହି ପିମ୍ପୁଡ଼ି ଗରିବ କୁ କୋଟିପତି କରିଦିଏ ଏବଂ କୋଟିପତି କୁ ଗରିବ ମଧ୍ୟ କରି ଦେଇଥାଏ ।

ପିମ୍ପୁଡ଼ି ଭବିଷ୍ୟତ ରେ ଘଟିଥିବା ଘଟଣା ର ପୂର୍ବାନୁମାନ ମଧ୍ୟ କରିଦେଇଥାଏ । ଯଦି ଆପଣଙ୍କ ଘରର କୌଣସି ସ୍ଥାନରେ ପିମ୍ପୁଡ଼ି ଦେଖାଯାଏ ତେବେ ତାହା କିଛି ଭିନ୍ନ ସଙ୍କେତ ପ୍ରଦାନ କରିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ନାଲି ପିମ୍ପୁଡ଼ି ଦେଖିବାର ଅର୍ଥ ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣି ନେବା । ବନ୍ଧୁଗଣ ଯଦି ଆପଣ ନିଜ ଘରର କୌଣସି ସ୍ଥାନରେ ନାଲି ପିମ୍ପୁଡ଼ି କୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଭବିଷ୍ୟତ ରେ ଆପଣଙ୍କ ଉପରେ କରଜ ର ଭାର ରହିବ ।

ନାଲି ପିମ୍ପୁଡ଼ି ଘରକୁ ଆସିବାର ଅର୍ଥ ଏହା ସଂକେତ ପ୍ରଦାନ କରିଥାଏ ଯେ, ଆପଣ ଭବିଷ୍ୟତ ରେ କୌଣସି ବ୍ୟକ୍ତି ଠାରୁ ଧାର କରଜ କରିବେ ଏବଂ ସେହି କରଜ ରେ ବୁଡ଼ି ରହିବେ । କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନାଲି ପିମ୍ପୁଡ଼ି କୁ ଦେଖିବା ମାତ୍ରେ ତାଙ୍କୁ ପିମ୍ପୁଡ଼ି ମରା ଔଷଧ ପକାଇ ମାରି ଦିଅନ୍ତି । କିନ୍ତୁ ଏପରି କରିବା ସମ୍ପୂର୍ଣ୍ଣ ରୂପରେ ଅନୁଚିତ । ଏହାଦ୍ବାରା ଆପଣ ଜୀବ ହତ୍ୟା ର ଭାଗିଦାରୀ ହୋଇଥାନ୍ତି ।

ତେଣୁ ଆପଣ ଅନ୍ୟ କୌଣସି ଉପାୟ ରେ ପିମ୍ପୁଡ଼ି କୁ ଘରୁ ବାହାର କରି ଦିଅନ୍ତୁ । କିନ୍ତୁ ଜୀବନ ରୁ ମାରନ୍ତୁ ନାହିଁ । ଏହା ମନେ ରଖନ୍ତୁ ଯେ, ନାଲି ପିମ୍ପୁଡ଼ି ଅଶୁଭ ର ପ୍ରତୀକ ହୋଇ ନଥାଏ । ଏହା କେବଳ ଭବିଷ୍ୟତ ରେ ହେବାକୁ ଥିବା ବିପଦ ସମ୍ବନ୍ଧରେ ଆପଣଙ୍କୁ ସୂଚନା ଦେଇଥାଏ ।

 

ଆପଣ ଭବିଷ୍ୟତ ରେ ଥିବା କରଜ ରୁ ମୁକ୍ତି ପାଇବା ନିମନ୍ତେ, ଏକ ଲେମ୍ବୁ କୁ ଫାଳ କରି ଯେଉଁ ସ୍ଥାନରେ ନାଲି ପିମ୍ପୁଡ଼ି ବାହାରୁଛନ୍ତି ସେହି ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ପିମ୍ପୁଡ଼ି ମାନେ ଆପେଆପେ ସେହି ସ୍ଥାନ ରୁ ଚାଲିଯିବେ । ଲେମ୍ବୁ ବଦଳରେ ଆପଣ ସେଠାରେ ତେଜପତ୍ର କିମ୍ବା ଲବଙ୍ଗ ମଧ୍ୟ ରଖି ପାରିବେ । ଏହି ଉପାୟ କରିବା ଦ୍ୱାରା ଆପଣ ଭବିଷ୍ୟତ ରେ ହେବାକୁ ଥିବା କରଜ ରୁ ମଧ୍ୟ ମୁକ୍ତି ଲାଭ କରିବେ ।

ତେବେ ଯଦି ଆପଣଙ୍କ ଘରେ କୌଣସି ବି ସ୍ଥାନରୁ କଳା ପିମ୍ପୁଡ଼ି ବାହାରି ଥାଏ ତେବେ ଏହା ଶୁଭ ସଙ୍କେତ ଦେଇଥାଏ । ଯଦି ସେହି କଲା ପିମ୍ପୁଡ଼ି ମାନେ ଧାଡି କରି ତାଙ୍କ ସହ କିଛି ଧଳା ରଙ୍ଗର ଜିନିଷ ନେଇ ଯାଉଛନ୍ତି ତେବେ ତାହା ଶୁଭ ସଙ୍କେତ ଦେଇଥାଏ । ଯଦି ଆପଣଙ୍କ ଘରେ ଏପରି ହେଉଛି ଏବଂ ଆପଣଙ୍କ ର କୌଣସି କାମ ଯଦି ଅଟକି ରହିଛି ତେବେ ଆପଣ ଅଟା ଏବଂ ଚିନି ଗୋଳାଇ ସେହି ସ୍ଥାନରେ ରଖି ଦିଅନ୍ତୁ ଏହି ପରି କରିବା ଦ୍ୱାରା ଅଟକି ରହିଥିବା କାମ ପୂର୍ଣ୍ଣ ହୋଇଯିବ ଏବଂ ଧନ ପ୍ରାପ୍ତି ମଧ୍ୟ ହେବ ।

ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *