ବିନା କୌଣସି ଔଷଧରେ Cholesterol ହେବ ମୂଳରୁ ଶେଷ, ଜାଣନ୍ତୁ କଣ କରିବେ ?

ନମସ୍କାର ବନ୍ଧୁଗଣ , ଆମେ ଆମ ଜୀବନଶୈଳୀରେ ଏପରି କିଛି ଖାଦ୍ୟ ର ସେବନ କରୁ ଯାହା ଫଳରେ ଆମ ଶରୀରରେ କୋଲୋଷ୍ଟ୍ରୋଲ ର ମାତ୍ରାକୁ ବୃଦ୍ଧି କରିଥାଏ । ଆମ ଶରୀରରେ କଲୋଷ୍ଟ୍ରୋଲ ବଢିବା ଦ୍ଵାରା ଏହା ଆମ କୁ ଅନେକ ରୋଗ ମଧ୍ୟ ଦେଇ ଯିବାକୁ ପଡିଥାଏ । ଯେପରିକି ହୃଦୟ ରୋଗ ସମ୍ବନ୍ଧିତ ସମସ୍ୟାକୁ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମ ଶରୀରରେ ମୁଖ୍ୟତ ଦୁଇ ପ୍ରକାରର କଲୋଷ୍ଟ୍ରୋଲ ରହିଥାଏ ଗୋଟାଏ  HDL ଏବଂ  ଆଉ ଗୋଟେ  LDL ।

HDL  କଲୋଷ୍ଟ୍ରୋଲ ଭଲ ହୋଇଥାଏ ଏହା ଆମ ଶରୀର ରେ ରକ୍ତରେ ଚର୍ବି କୁ ଜମା କରିବାକୁ ଦେଇନଥାଏ । LDL  କଲୋଷ୍ଟ୍ରୋଲ ଖରାପ ଅଟେ ଏହା ଆମ ରକ୍ତରେ ବାଧା ସୃଷ୍ଟି କରି ଚର୍ବି କୁ ଜମା କରି ଆମ ଶରୀରରେ ରୋଗ ସୃଷ୍ଟି କରିଥାଏ । ତେଣୁ କଲୋଷ୍ଟ୍ରୋଲ କୁ ନିୟମିତ ଭାବରେ ରଖିବା ପାଇଁ ହେଲେ ଆମ ଡାଏଟ୍ , ବାୟାମ , ଏବଂ ଉତ୍ତମ ଜୀବନଶୈଳୀ ର ଆବଶ୍ୟକ ହୋଇଥାଏ ।

କିନ୍ତୁ ଏହା ସହିତ କିଛି ଘରୋଇ ଉପଚାର ଗୁଡିକ ରହିଛି ଯାହାକୁ କରିବା ଦ୍ଵାରା ଆମ କଲୋଷ୍ଟ୍ରୋଲ ସଠିକ ରହିଥାଏ । ଅସବଥୁ ଜାଣିବା ଛଅ ଗୋଟି ଜିନିଷ ବିଷୟରେ ଯାହାକୁ କରିବା ଦ୍ଵାରା ଆମ କଲୋଷ୍ଟ୍ରୋଲ ନିୟମିତ ରହିଥାଏ । ପ୍ରଥମ ହେଉଛି ରସୁଣ ଯାହା ଆମ କଲୋଷ୍ଟ୍ରୋଲ କୁ କମ କରିବାରେ ସାହାଯ୍ୟ କରିଥାଏ ।

କାରଣ ରସୁଣ ରେ ଆଲାସନ୍ ନାମକ ପୋଷାକ ରହିଥାଏ ଯାହା ଖରାପ କଲୋଷ୍ଟ୍ରୋଲ କୁ କମ କରି ଭଲ କଲୋଷ୍ଟ୍ରୋଲ କୁ ବୃଦ୍ଧି କରିଥାଏ । ଏହା ଛଡା ଏହା ଆମ ରକ୍ତଚାପ କୁ କଣ୍ଟ୍ରୋଲ କରିଥାଏ ଏହାକୁ ଦିନରେ ଦୁଇ ଥର ନେଇପାରିବେ ସକାଳେ ଖାଲି ପେଟରେ ପାଣି ସହ ଏହାକୁ ଚୋବେଇ ଖାଇବା ଉଚିତ୍ ।

ଦ୍ଵିତୀୟ ଜିନିଷ ହେଉଛି ଗ୍ରୀନ ଟି ଏହା ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ଏହା ଆମ ଶରୀରରେ LDL  କଲୋଷ୍ଟ୍ରୋଲ କୁ ଘଟାଇ ଥାଏ ଏବଂ ଭଲ କଲୋଷ୍ଟ୍ରୋଲ କୁ ବଢାଇ ଥାଏ ।   ଦିନରେ ଏହାକୁ ଦୁଇ ତିନି କଫ ଗ୍ରୀନ ଟି ବିନା ଚିନି ରେ ସେବନ କରିବା ଉଚିତ୍ । ତୃତୀୟ ହେଉଛି ଧନିଆ ଏହାର ସେବନ କରିବା ଦ୍ଵାରା ଆମ କଲୋଷ୍ଟ୍ରୋଲ କୁ କମ କରି ଥାଏ ଏବଂ ଏହାକୁ ଆପଣ ଖାଲିରେ ଚୋବେଇ ପାରିବେ ଏଥିରେ ଅନେକ ପ୍ରକାରର ଉପକାରିତା ରହିଥାଏ ।

ଚର୍ତୁର୍ଥ ହେଲା ଭୂସି  ଏହା ବହୁତ ଉପାକାରୀ ଜିନିଷ ଏଥିରେ ପ୍ରଚୁର ପରିମାଣରେ ଫାଇବାର ରହିଥାଏ ଯାହା ଆମ ଶରୀରରେ ଥିବା ଚର୍ବି କୁ କମ୍ କରିଥାଏ । ଦିନରେ ଭୂସି ର ସେବନ ପାଣି ବା ଦହି ସହିତ ନେବା ଉଚିତ୍ । ପଞ୍ଚମ ହେଉଛି ମେଥି ଏହାକୁ ପ୍ରାୟ ଲୋକେ ବ୍ୟବହାର କରିଥାନ୍ତି କିନ୍ତୁ ଏଥିରେ ସାପୋନିନ୍ ପୋଷାକ ରହିଛି ଯାହା ଆମ ଶରୀରରେ ଥିବା କଲୋଷ୍ଟ୍ରୋଲ କୁ କମ୍ କରିବାରେ ସାହାଯ୍ୟ କରିଥାଏ ।

ଷଷ୍ଟ ହେଉଛି ଅଁଳା ଏଥିରେ ଆଣ୍ଟି ଅକସିଡେଣ୍ଟ ପ୍ରଚୁର ପରିମାଣରେ ରହିଥାଏ । ଏଆହ ଆମ କଲୋଷ୍ଟ୍ରୋଲ କୁ କମ୍ କରିଥାଏ ଏବଂ ଏହା ସହିତ ହୃଦୟ ରୋଗରୁ ରକ୍ଷା କରିଥାଏ । ଏହି ଛଅଟି ବିଷୟକୁ କରନ୍ତୁ ଏବଂ କଲୋଷ୍ଟ୍ରୋଲ ରୁ ନିଜକୁ ସୁରକ୍ଷିତ ରଖନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *