କଣ ପାଠ ପଢାରେ ମନ ଲାଗୁନି ? ଆଜି ହିଁ କରନ୍ତୁ ଏହି 7 ଟି ଜିନିଷ (Motivational Speech)

ନମସ୍କାର ବନ୍ଧୁଗଣ , ପାଠ ପଢିବାକୁ ମନ ନ ଲାଗିବା କାରଣ କଣ ହୋଇଥାଏ । ଜଣେ ଛାତ୍ର ପାଠ ପଢିବାକୁ ବସିଲା ସମୟରେ ତାଙ୍କୁ ପାଠ ପ୍ରତି ଆଗ୍ରହ ହୋଇନଥାଏ । ଏହାର ଚାରୋଟି କାରଣ ହୋଇଥାଏ 1- ହେଉଛି ପାଠ ପଢିବାର ମାନସିକ ମନ ନ ରହିବା ଏମାନେ ସବୁ ବେଳେ ମଜା , ମସ୍ତି , ହସ କୁଦରେ ନିଜର ସମୟକୁ କାଟିବାରେ ସମୟ କୁ ଅତିବାହିତ କରନ୍ତି । 2- ନିଜର ଜୀବନରେ କିଛି ଲକ୍ଷ୍ୟ ନ ରଖିବା , ଏହା ମଧ୍ୟ ଆମକୁ ପାଠ ପ୍ରତି ମନେ ଦେବାକୁ ଦେଇନଥାଏ ।

କାରଣ ଯଦି ଜଣେ ବ୍ୟକ୍ତି ନିଜର ଲକ୍ଷ୍ୟ ଜାଣିନଥାଏ , ତେବେ ସେ କେଉଁଥି ପାଇଁ ପରିଶ୍ରମ କରିବ । ତେଣୁ ସେ ପାଠ ପ୍ରତି ଧ୍ୟାନ ଦେଇନଥାଏ । ଜୀବନ ଲକ୍ଷ୍ୟ ବିନା ଅଦୁରା ହୋଇଥାଏ ତେଣୁ ଆପଣ ନିଜର ଜୀବନରେ ଗୋଟିଏ ଲକ୍ଷ୍ୟକୁ ସ୍ଥିର କରି ଆଗକୁ ବଢିବାଆ ଏବଂ ସେହି ଅନୁସାରେ ପାଠ ପଢିବା ଉଚିତ୍ । 3- ଜୀବନରେ ଯଦି ମଜାମସ୍ତି କରନ୍ତି ନାହିଁ ତେବେ ମଧ୍ୟ ପାଠ ପଢିବାକୁ ମନ ହୋଇନଥାଏ ।

ଜୀବନରେ ସବୁ ବିଷୟ ସମତୁଲ ହୋଇକି ରହିବା ଉଚିତ୍ ଯଦି ଆପଣ ଜଣେ ଛାତ୍ରୀ , କର୍ମଚାରୀ ଭାବରେ ଖାଲି ପାଠ ପଢିବା ଦ୍ଵାରା ଅନ୍ୟ ବିଷୟ ଜ୍ଞାନ ପାଇପାରିନଥାଉ । ତେଣୁ ଜୀବନରେ ପାଠ ସହିତ ଖେଳ କୁଦ ଯୋଗ କରିବା ଦ୍ଵାରା ଜୀବନରେ ସବୁ ଜିନିଷ ଠିକ୍ ଭାବରେ ହେଇଥାଏ । ତେଣୁ ଆପଣଙ୍କୁ ପାଠ ବ୍ଯତୀତ ପୁସ୍ତକ ପଡିବା , ବଗିଚା କାମ କରିବା ଆଦି  କାମରେ ନିଜ ସମୟ ସହିତ ନୂତନ ବିଷୟ ଜାଣିବାରେ ଇଛା ମନ ରଖିବା ଉଚିତ୍ ।

କିନ୍ତୁ ତାହା ମାନେ ଏହା ନୁହେ କି ମୋବାଇଲ ରେ ବସି ନୂତନ ବିଷୟ ର ଅନୁସନ୍ଧାନ କରିବା ଏହି ମୋବାଇଲ ରେ ଜାଣିବା ହେଉଛି ଆମକୁ  ପତନର ମାର୍ଗ କୁ ନେଇଯାଇଥାଏ । 4- ହେଉଛି ଭଲ ଫଳ ନଦେଖିବା ମାନେ ଯେତେ କଷ୍ଟ କଲେ ମଧ୍ୟ ଭଲ ମାର୍କ ନ ଆସିବା ଏହାକୁ ଦେଖିବା ଦ୍ଵାରା ମଧ୍ୟ ପାଠ ପ୍ରତି ଆଶକ୍ତି ହୋଇନଥାଏ । ଏବେ ଜାଣିବା କେମିତି ନିଜକୁ ପ୍ରୋସହନ ଦେଇ ପାଠ ପଢିବା ଉଚିତ୍ ।

1- ଆପଣ ଯେ କୋଣସି ବିଷୟ କୁ ପଢିଲା ବେଳେ ତାହା ସହିତ connect ହେବାକୁ ଚାହନ୍ତୁ , ଯଦି ଆପଣ ତାହାକୁ ବୁଜି ଏବଂ ତାହାର note ବନେଇବା ଦ୍ଵାରା ପାଠ ମନେ ରହିଥାଏ । 2- କେବେ ବି ନିଜକୁ ଅନ୍ୟ ସହିତ ତୁଳନା କରନ୍ତୁ ନାହିଁ । କାରଣ ଏମିତି କରିବା ଦ୍ଵାରା ଆପଣ ପାଠ ପ୍ରତି ଆଗ୍ରହ ହୋଇନଥାନ୍ତି । ତେଣୁ ନିଜର ପାଠ ପ୍ରତି ଧ୍ୟାନ ଦେଇ ସଫଳତା ପାଇଥିବା ବ୍ୟକ୍ତିଙ୍କ ବିଷୟରେ ଜାଣିବା ଉଚିତ୍ ।

3- ପାଠ ପଢୁଥିବା ସମୟରେ କେବଳ ପାଠ ପ୍ରତି ମନ ଦେବା ଉଚିତ୍ , ଯଦି ସେ ସମୟରେ ଅନ୍ୟ କାମ ପାଇଁ ଉଠି ଯାଇଥାନ୍ତି ତେବେ ପାଠ ରୁ ମନ ଦୂର ହୋଇଥାଏ । 4- ଭଲ [ପାଠ ପଢୁଥିବା ପିଲାମାନଙ୍କ ସହ ମିଶିବା ଏବଂ ତାଙ୍କ ଭଳି ଭଲ ପାଠ ପଢିବାର ମନେବୃତ୍ତି ରଖିବା ଉଚିତ୍ । 5- ପାଠ ପଢିବା ପାଇଁ ଉତ୍ତମ time – table  ପ୍ରସ୍ତୁତ କରିବା ଉଚିତ୍ ଏବଂ ଏହାକୁ ସବୁ ଦିନ ପାଳନ କରିବା ଦରକାର ।

6- ଦିନକୁ ନିହାତି ତିନି ରୁ ଚାରି ଘଣ୍ଟା ପଢନ୍ତୁ ଏବଂ ପରୀକ୍ଷା ବେଳେ ଅଧିକ ସମୟ ପଢନ୍ତୁ । 7- ପଢିବା ସମୟରେ ଅଳ୍ପ ସମୟ ବ୍ୟାୟାମ , ଯୋଗ କରିକି ପାଠ ପଢିବା ଉଚିତ୍ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *