Health Tips- ଭୃସଙ୍ଗ ପତ୍ର (Curry Leaves) ର ଚମତ୍କାରୀ ଗୁଣ ! ମୂଳରୁ ଶେଷ କରିଦିଏ 10 ଟି ରୋଗ

ନମସ୍କାର ବନ୍ଧୁଗଣ , ଆମ ଆଖ ପାଖରେ ଅନେକ ପ୍ରକାରର ଗଛ ରହିଥାଏ । ଗଛ ରହିବା ଆମ ପାଇଁ ଉପକାରୀ ହୋଇଥାଏ । ଏହି ସଂସାର ରେ ଅନେକ ଗଛ ଏବଂ ଏହାର ପତ୍ର ର ବହୁ ଉପକାରୀ ଗୁଣ ରହିଥାଏ । କିଛି ଉପକାରୀ ଗୁଣ ବିଷୟରେ ଆମେ   ପୂର୍ବରୁ ଜାଣିଥାଉ ଆଉ କିଛି ବିଷୟରେ ଜାଣି ନ ଥାଉ । ଆଜି ଆମେ ଏମିତି ଏକ ଗଛ ର ପତ୍ର ସମ୍ବନ୍ଧିତ ଉପକାର ବିଷୟରେ ଜାଣିବା ଯେ ଏହି ପତ୍ରକୁ ପ୍ରୋୟଗ କରିବା ଦ୍ଵାରା ବହୁ ପ୍ରକାର ରୋଗରୁ ମୁକ୍ତି ପାଇଥାଉ ।

ଏହି ପତ୍ର ର ଉପକାରିତା ବିଷୟରେ ଅଧିକ ଲୋକ ଜାଣି ନ ଥାନ୍ତି କିନ୍ତୁ ଯେତେ ଜଣ ଏହା ଉପକାରୀ ଗୁଣ ବିଷୟରେ ଜାଣିଛନ୍ତି ତେବେ ସେ ସବୁ ଦିନ ଏହାକୁ କରିଥାନ୍ତି । କାରଣ ଏହି ପତ୍ରରେ ବହୁତ ସାରା ଔଷଧ ଗୁଣ ଭରି ରହିଛି ଏହାକୁ ଆୟୁର୍ବେଦ ରେ ମଧ୍ୟ ଅଧିକ ପ୍ରୋୟଗ କରାଯାଇଥାଏ । ଏହି ପତ୍ରର ନାମ ହେଉଛି ଭୃସଙ୍ଗ ପତ୍ର ଏହି ପତ୍ରରେ ଏମିତି ଗୁଣ ରହିଛି ଯାହା କ୍ୟାନ୍ସର ଭଳି ରୋଗକୁ ମଧ୍ୟ ଭଲ କରିଥାଏ ।

ତେଣୁ ଆଜିଠାରୁ ଏହାର ସେବନ କରିବା ଆରମ୍ଭ କରନ୍ତୁ । ପ୍ରଥମ ବିଷୟ ହେଲା ଯଦି ବ୍ୟକ୍ତିକୁ କଲୋଷ୍ଟ୍ରୋଲ ଜନିତ ସମସ୍ୟା  ରହିଥାଏ  , ତେବେ ଏହି ପରିସ୍ଥିତିରେ ରୋଗୀଙ୍କୁ ଭୃସଙ୍ଗ ପତ୍ରର ସେବନ କରିବା ଅତ୍ୟଧିକ ଲାଭକାରୀ ହୋଇଥାଏ । କାରଣ ଭୃସଙ୍ଗ ପତ୍ରର ସେବନ ଦ୍ଵାରା ବ୍ୟକ୍ତିର କଲୋଷ୍ଟ୍ରୋଲ କମି ବାକୁ ଲାଗିଥାଏ ଏବଂ ପୂର୍ବ ପରି ନିୟମିତ ଅବସ୍ଥାକୁ ଆସିଯାଇଥାଏ ।

ହୃଦୟ ସମ୍ବନ୍ଧିତ ରୋଗ ପାଇଁ ମଧ୍ୟ ଭୃସଙ୍ଗ ପତ୍ରର ସେବନ କରିବା ଲାଭଦାୟକ ଅଟେ । ଯଦି ଆପଣଙ୍କ କେଶ ସମସ୍ୟା ଦେଖାଯାଉଛି ଓ କେଶ ଅଧିକ ଝଡୁଛି ତେବେ ଆପଣଙ୍କୁ ଏହି ପତ୍ର ର ସେବନ କରିବା ଉଚିତ୍ । କାରଣ ଭୃସଙ୍ଗ ପତ୍ରର ସେବନ ଦ୍ଵାରା ଆପଣଙ୍କ ଚୁଟି ଲମ୍ବା , ମୋଟା ଏବଂ ମଜବୁତ ହୋଇଥାଏ , ଏହାର ସବୁ ଦିନ ସେବନରୁ କେଶ ସମ୍ବନ୍ଧିତ ସମସ୍ୟା ମୂଳରୁ ଶେଷ ହୋଇଥାଏ ।

ଯଦି ଆପଣଙ୍କର ମଧୁମୟ ରୋଗଜନିତ ସମସ୍ୟା ଦେଖାଯାଇଥାଏ ତେବେ ଭୃସଙ୍ଗ ପତ୍ରର ସେବନ କରନ୍ତୁ । ଏହା ଦ୍ଵାରା ଏହି ସମସ୍ୟା ଦୂର ହୋଇଥାଏ ଆପଣଙ୍କ ଶରୀରରେ ଏହି ରୋଗ ନିୟନ୍ତ୍ରଣ ରେ ରହିଥାଏ । ଆପଣଙ୍କୁ ଯଦି ଲିଭର ଏବଂ ପେଟରେ ଅସୁବିଧା ହୋଇଥାଏ ତାହା ପାଇଁ ମଧ୍ୟ ଏହାକୁ ପ୍ରୋୟଗ କରିବା ଦ୍ଵାରା ତାହା  ଦୂର ହୋଇଥାଏ ।

ଆପଣଙ୍କ ପେଟରେ ଗ୍ୟାଷ୍ଟିକ , ଏସିଡିଟି ଭଳି ସମସ୍ୟା ପାଇଁ ଭୃସଙ୍ଗ ପତ୍ରର ପ୍ରୋୟଗ କରିବା ଉଚିତ୍ । ଯଦି ଆପଣଙ୍କ ଖାଦ୍ୟ ଖାଇଲା ପରେ ଏହା ଭଲଭାବରେ ହଜମ ହୋଇନଥାଏ । ଭୃସଙ୍ଗ ପତ୍ରକୁ ଖାଇବା ଦ୍ଵାରା ଆମ ଶରୀରରେ ହଜମ ପ୍ରକ୍ରିୟା ଭଲରେ ହୋଇଥାଏ ହଜମ ସମ୍ବନ୍ଧିତ ଅସୁବିଧା ଦୂର ହୋଇଥାଏ । ଭୃସଙ୍ଗ ପତ୍ରର ସେବନରୁ ଆମକୁ ଏହି ସବୁ ଉପକାରିତା ମିଳିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ଅନ୍ୟମାନଙ୍କ ସହ ଶେୟାର କରି ଆପଣଙ୍କ ମତକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *