ହୋଲି ଦିନ ଏହାକୁ ଘରକୁ ଆଣିବାକୁ ଜମା ବି ଭୁଲନ୍ତୁ ନାହିଁ, ଜନ୍ମ ଜନ୍ମ ର ଦୁର୍ଭାଗ୍ୟ ଦୂର ହେବ, ଆସିବ ଖୁସିର ଦିନ (Holi 2023)

ନମସ୍କାର ବନ୍ଧୁଗଣ, ହୋଲି ହେଉଛି ରଙ୍ଗର ପର୍ବ । ଏହି ଦିନଟି ସମସ୍ତଙ୍କ ପାଇଁ ବହୁତ ଆନନ୍ଦମୟ ହୋଇଥାଏ । ତେଣୁ ଏହିଦିନଟିକୁ ବହୁତ ଶୁଭ ମାନଯାଇଥାଏ । ହୋଲି ଭଳି ଏକ ପବିତ୍ର ଦିନରେ ଭଗବାନଙ୍କର ବିଶେଷ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଭଗବାନଙ୍କର ଆଶୀର୍ବାଦ ପାଇବା ପାଇଁ ଆପଣଙ୍କୁ ଏହି ହୋଲି ଦିନ ବିଶେଷ କିଛି କରିବାକୁ ପଡିବ ନାହିଁ । ବାସ କେବଳ ହୋଲି ଦିନ ଘରକୁ ନେଇ ଆସନ୍ତୁ ଏକ ଗଛର ଚେର ତାହା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିଦେବ । ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହେବ । ତେବେ ଆସନ୍ତୁ ଜାଣିବା ।

1- ଆପଣ ହୋଲିଦିନ ସକାଳୁ ଉଠି ସ୍ନାନ କରି ଯାଇ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ଏହା ସହିତ ବିଷ୍ଣୁଙ୍କ ବୀଜ ମନ୍ତ୍ର ଜପ କରନ୍ତୁ । ତେବେ ଟ୍ଟାଙ୍କର ସେହି ବୀଜ ମନ୍ତ୍ରଟି ହେଉଛି ଓମ ନମ ଭଗବତେ ବାସୁଦେବାୟ । ଆପଣ ଏହି ମନ୍ତ୍ରକୁ ୧୦୮ ଥର ଜପ କରିବା ଫଳରେ ଭଗବାନ ବିଷ୍ଣୁଙ୍କ କୃପା ହାସଲ କରିବେ ।

୨- ଆପଣ ନିଜ ଜୀବନରୁ ଗ୍ରହ ଦୋଷକୁ ଦୂରେଇବା ଦେବା ପାଇଁ ଚାହୁଁଥିଲେ ହୋଲି ଦିନ ଅପରାଜିତା ଗଛର ଚେର ଆଣନ୍ତୁ । ଏହାର ଚେରକୁ ଆପଣ ଘରକୁ ଆଣି ଗଙ୍ଗା ଜଳରେ ଭଲ  ଭାବରେ ଧୋଇ ଦିଅନ୍ତୁ । ଆପଣ ଏକ ହଳଦିଆ ରଙ୍ଗର କପଡାରେ ଏହି ଚେରକୁ ରଖନ୍ତୁ । ଏବଂ ଏହାକୁ ଗାୟତ୍ରୀ ସୂତାରେ ବାନ୍ଧି ନିଅନ୍ତୁ ।

ଏହାପରେ ଆପଣ ସେହି ପୁଟୁଳିକୁ ହାତରେ ଧରି ଠାକୁର ଘରେ ବସି ଭଗବାନ ବିଷ୍ଣୁଙ୍କ ବୀଜ ମନ୍ତ୍ର ୧୦୮ ଜପ କରନ୍ତୁ । ଏହାପରେ ଯାଇ ଆପଣ ହାତରେ ଧରିଥିବା ସେହି କପଡାକୁ ଆପଣଙ୍କ ଘରର ଛାତ ଉପରେ ରଖିଦିଅନ୍ତୁ କିମ୍ବା କେଉଁଠାରେ ବାନ୍ଧି ଦିଅନ୍ତୁ । ଛାତ ଉପରେ ରାହୁ କେତୁ ବାସ କରିଥାନ୍ତି ।

ତେଣୁ ଆପଣ ଭଗବାନ ବିଷ୍ଣୁଙ୍କ ମନ୍ତ୍ରରେ ବାନ୍ଧି ହୋଇଥିବା ସେହି ପୁଟୁଳିକୁ ଏକ ବର୍ଷ ପର୍ଯ୍ୟନ୍ତ ଛାତ ଉପରେ ରହିବାକୁ ଦିଅନ୍ତୁ । ଏହାକୁ ଆପଣ ପର ବର୍ଷ ପାଣିରେ ବିସର୍ଜନ କରନ୍ତୁ । ଏବଂ ପୁଣି ଥରେ ହୋଲିଦିନ ଏହାର ଆରମ୍ଭ କରନ୍ତୁ । ଆପଣ ଏତିକି କରିବା ଦ୍ଵାରା ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ କରିବେ । ଏହାଦ୍ୱାରା ଆପଣଙ୍କ ଜୀବନରେ ନବ ଗ୍ରହ ମାନଙ୍କର ରହିଥିବା ଦୋଷ ଖଣ୍ଡନ ହୋଇଥାଏ ।

ରାହୁ ଶନି ଏବଂ କେତୁ ଦୋଷ ମଧ୍ୟ ଦୂର ହୋଇଯାଇଥାଏ । ଏହା କରିବା ଦ୍ଵାରା ଆପଣ ନିଜ ଜୀବନରେ ଯେଉଁ ନିସ୍ପତି ନେବେ ସେଥିରେ ସଫଳ ହେବେ । ଆପଣ ଲାଭ କରିବାକୁ ଲାଗିବେ । ଏହି ବର୍ଷ ଆପଣ ଏହି ଉପାୟକୁ ହୋଲିରେ ନିଶ୍ଚୟ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଦୁର୍ଭାଗ୍ୟ ଚାଲିଯିବ ଜୀବନରୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *