Health Tips- ଏହି 12 ଟି ଲକ୍ଷଣ ଦେଖା ଦେଉଛି ତ ହୋଇଯାନ୍ତୁ ସାବଧାନ ! ଆପଣଙ୍କ LIver ହେଉଛି ଖରାପ…

ନମସ୍କାର ବନ୍ଧୁଗଣ, ଲିଭର ଆମ ଶରୀରର ଏକ ବହୁତ ହିଁ ଗୁରୁତ୍ଵପୂର୍ଣ ଅଙ୍ଗ ଅଟେ । ଆମ ଖାଉଥିବା ଖାଦ୍ୟକୁ ହଜମ କରାଇଥାଏ ଲିଭର । ଖାଦ୍ୟ ଖାଇବା ପରେ ଯାହାସବୁ ବଳକା ବିଶୁଦ୍ଧ ପଦାର୍ଥ ରହିଯାଇଥାଏ ତାହାକୁ ବାହାର କରିବାର କାମ କରିଥାଏ । ତେଣୁ ଯଦି ଏହି ଅଙ୍ଗଟି ଖରାପ ହେବାକୁ ଲାଗିବ ତେବେ ପୁରା ଶରୀର ଅସୁସ୍ଥ ରହିବାକୁ ଲାଗିବ । ତେବେ ଡେରି ନକରି ଆସନ୍ତୁ ଜାଣିବା ଲିଭର ଖରାପ ହେବାର 5ଟି ପ୍ରାଥମିକ ଲକ୍ଷଣ ସମ୍ପର୍କରେ । ଯାହାଦ୍ଵାରା ଖରାପ ହୋଇଥିବା ଲିଭର ସହଜରେ ଭଲ ହୋଇପାରିବ ।

1- ଆମ ଶରୀର ଭିତରେ ଲିଭର ହେଉଛି ଦିତୀୟ ବଡ ଅଙ୍ଗ । ସବୁଠାରୁ ପ୍ରଥମେ ଆପଣଙ୍କ ଶରୀରରେ ଲିଭର ଖରାପ ହେବାର ଲକ୍ଷଣ ହୋଇଥାଏ ଭୋକ ନ ଲାଗିବା । ଆପଣ ଯଦି ଭୋକ ବୋଲି କିଛି ଅଛି ତାହା ଭୁଲିଯାଇଥାନ୍ତି ତେବେ ଏହା ଲିଭର ଖରାପ ଆରମ୍ଭ ହେବାର ଲକ୍ଷଣ ଅଟେ । 2- ସାଧାରଣ ଭାବରେ ଏହା ବହୁତ ଲୋକଙ୍କ ସହ ହେଉଛି କିନ୍ତୁ ଯାହାକୁ ଆପଣ ମାନେ ଜାଣିପାରନ୍ତି ନାହିଁ କି ଏହାର ବି ଲିଭର ସହ କିଛି ସମ୍ବନ୍ଧ ଥିବ । ତାହା ହେଉଛି ଠିକ ଭାବରେ ନିଦ ନ ଲାଗିବା ବା ନିଦ ନ ହେବାର ସମସ୍ୟା ।

3- ଆପଣଙ୍କ ସ୍ମରଣ ଶକ୍ତି ଧୀରେ ଧୀରେ କମିବାକୁ ଲାଗିବା । ସାଧାରଣ ଭାବରେ ମଧ୍ୟ ଲୋକ କଥା ଭୁଲିଯାନ୍ତି ବେଳେବେଳେ । କିନ୍ତୁ ଯଦି ଆପଣ ବାରମ୍ବାର ଭୁଲିବାକୁ ଲାଗିବେ ଆପଣଙ୍କର ବହୁତ କଥା ମନେ ରହିବ ନାହିଁ ତେବେ ଏହା ଲିଭର ଖରାପ ହେବାର ଏକ ଲକ୍ଷଣ ହୋଇଥାଏ । 4-  କୁଣ୍ଡାଇ ହେବା ଏହାକୁ ସାଧାରଣ ଭାବରେ ବହୁତ ଲୋକ ଧ୍ୟାନ ଦେଇନଥାନ୍ତି । ଏହାକୁ ବହୁତ ଅଣଦେଖା କାରିଥାନ୍ତି । କିନତୀ ଯଦି ସବୁବେଳେ ଆଉ ସାଂଘାତିକ ଭାବରେ କୁଣ୍ଡାଇ ହେବା ଆରମ୍ଭ ହେଉଥାଏ ତେବେ ଏହା ଲିଭର ଖରାପ ହେବା ଆଡକୁ ହିଁ ଇସାରା କରିଥାଏ ।

5- ଆପଣଙ୍କ ଆଖି ଏବଂ ଶରୀର ଯଦି ହଳଦିଆ ପଡିବାକୁ ଲାଗେ ତେବେ ଏହା ସବୁଠାରୁ ସହଜ ଏବଂ ସାଧାରଣ ଲକ୍ଷଣ ହୋଇଥାଏ ଲିଭର ଜନିତ ସମସ୍ୟାକୁ ବୁଝିବା ପାଇଁ । 6- ଯଦି ଆପଣଙ୍କ ଲିଭର ଖରାପ ହେବା ଆରମ୍ଭ କରିଥାଏ ତେବେ ଆପଣଙ୍କ ହାତର ପାପୁଲି ଲାଲ ହେବାକୁ ଲାଗିଥାଏ । ଏହା ଲିଭର ଖରାପ ପାଇଁ ହୋଇଥାଏ ।

7- ପୁରୁଷ ମାନଙ୍କର ଛାତି ବଡ ହେବାକୁ ଲାଗିଥାଏ ଯେଉଁମାନେ କି ନିଶା ସେବନ କରୁନଥିବେ । ଏହା ସେମାନଙ୍କ ଠାରେ ଫ୍ୟାଟି ଲିଭର କାରଣରୁ ହୋଇଥାଏ । ଯାହାକି ଲିଭର ସମସ୍ୟାର ଲକ୍ଷଣ ମଧ୍ୟ ଅଟେ । 8- ଯଦି ଆପଣଙ୍କ ପାଦର ଉପର ତଥା ଯାହାକୁ ଆମେ ଆଙ୍କେଲ କହୁଛେ ସେହିଠାରେ ସୁଜନ ଅନୁଭବ ହେଉଥାଏ ତେବେ ଏହା ଲିଭର ଖରାପର ଲକ୍ଷଣ ଅଟେ । 9- ଆପଣଙ୍କୁ ଅଳ୍ପ ଖାଇବା ପରେବି ଯଦି ଲାଗୁଥାଏ ଆପଣଙ୍କ ପେଟ ଫୁଲ ହେଇଗଲା ଆପଣଙ୍କ ଫାଟିଯିବ ବୋଧେ ତେବେ ଏହା ବି ଲିଭର ଖରାପର ଲକ୍ଷଣ ହୋଇଥାଏ ।

10- ଖାଦ୍ୟ ଖାଇବା ପରେ ଆପଣଙ୍କୁ ବହୁତ ଅଧିକ ଭାରି ଭାରି ଲାଗିବା ସହ ଯଦି ବାନ୍ତି ମଧ୍ୟ ଲାଗୁଥାଏ ତେବେ ଏହା ବି ଲିଭର ଖରାପ ହେବାର ସିଧା ଲକ୍ଷଣ ଅଟେ । 11- ଲିଭର ଖରାପ ହେବା ଫଳରେ ଅଧିକ ହଳଦିଆ ପରିସ୍ରା ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *