Health Tips- ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ସବୁଦିନ ପାଇଁ ଭଲ ହୋଇଯିବ, କରନ୍ତୁ ଏହି ଦେଶୀ ଉପଚାର 

ନମସ୍କାର ବନ୍ଧୁଗଣ, ଆଣ୍ଠୁ ଗଣ୍ଠି, ଅଣ୍ଟା ବିନ୍ଧା ସମସ୍ୟାରୁ ଆପଣ ସହଜରେ ଘରେ ମିଳୁଥିବା କିଛି ସାମଗ୍ରୀର ବ୍ୟବହାର ଦ୍ଵାରା ସମ୍ପୂର୍ଣ ଭଲ ହୋଇଯିବେ । କଷ୍ଟରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ କୌଣସି ମେଡିକାଲ କିମ୍ବା ଡାକ୍ତରଙ୍କ ପାଖକୁ ଯାଇ ଲମ୍ବା ଧାଡି ଲଗାଇବାକୁ ପଡିବନି ବରଂ ସହଜରେ ଘରୋଇ ଉପାୟ ଦ୍ଵାରା ଆପଣ ସମ୍ପୂର୍ଣ ଆରାମ ପାଇପାରିବେ ଏହି ସମସ୍ୟାରୁ । ତେବେ ଆସନ୍ତୁ ଜାଣିବା ଆଣ୍ଠୁ ଗଣ୍ଠି ବିନ୍ଧା ଦୂର କରିବା ନିମନ୍ତେ ରହିଥିବା ସେହି ଘରୋଇ ଉପଚାର ସମ୍ପର୍କରେ ।

ଏହି ଉପାୟ ପ୍ରସ୍ତୁତ ନିମନ୍ତେ ଆପଣଙ୍କୁ ପାନ ମହୁରି ଆବଶ୍ୟକ । ପାନ ମହୁରି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଏହାପରେ ଆପଣଙ୍କୁ ଜୀରାର ଆବଶ୍ୟକ । ଜୀରା ଆପଣଙ୍କ ପାଚନ ପ୍ରକ୍ରିୟାକୁ ଭଲ ରଖିଥାଏ । ତୃତୀୟ ସାମଗ୍ରୀ ହେଉଛି ଜୁଆଣୀ । ଏହା ଆପଣଙ୍କ ଆଶିରିଟିକୁ ଦୂରେଇଥାଏ । ଥଣ୍ଡା ଜର, କାଶକୁ ମଧ୍ୟ ଭଲ କରିଥାଏ ଜୁଆଣୀ ।

ଏହି ତିନୋଟି ଜିନିଷ ଆପଣଙ୍କ ଶରୀର ଫ୍ୟାଟ ଜମା ହେବା ପାଇଁ ଦେଇନଥାଏ । ଏହି ତିନୋଟି ସାମଗ୍ରୀ ଆପଣଙ୍କ ଆଣ୍ଠୁ ଗଣ୍ଠି ଏବଂ ଅଣ୍ଟା ବିନ୍ଧା ସମସ୍ୟାକୁ ସମ୍ପୂର୍ଣ ଭାବରେ ଦୂରେଇ ଦେବ । ହାଡ ସହ ଜଡିତ ଥିବା ସମସ୍ୟାରୁ ଆପଣ ମୁକ୍ତି ପାଇବେ । ସମସ୍ତ ସାମଗ୍ରୀରୁ ଏକ ଚାମଚ ଲେଖାଏଁ ଆପଣ ଏକ ପାତ୍ରରେ ରଖନ୍ତୁ । ସେଥିରେ ଦୁଇ ଗ୍ଳାସ ପାଣି ଢାଳନ୍ତୁ । ଏହାକୁ ରାତିସାର ଭିଜିବା ପାଇଁ ରଖିଦିଅନ୍ତୁ ।

ଏହାଦ୍ଵାରା ତିନୋଟି ସାମଗ୍ରୀରେ ରହିଥିବା ଔଷଧୀୟ ଗୁଣ ପାଣିକୁ ଚାଲି ଆସିଥାଏ । ଆପଣ ଚାହିଁଲେ ଏହି ସମସ୍ତ ସାମଗ୍ରୀର ଗୁଣ୍ଡା ବନାଇ ଷ୍ଟୋର କରି ରଖିପାରିବେ । ରାତିରେ ଭିଜାଇ ରଖିଥିବା ପାଣିକୁ ଆପଣ ୫ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାଇ ଦେବେ । ଫୁଟି ସାରିବା ପରେ ଆପଣ ଏହି ପାଣିକୁ ଛାଣି ନିଅନ୍ତୁ ଏବଂ ସକାଳୁ ଖାଲି ପେଟରେ ସେବନ କରନ୍ତୁ ।

ଏହା ଆପଣଙ୍କ ଶରୀରର ମୋଟାପଣ କମାଇବା ସହ ଆପଣଙ୍କ ଚେହେରାରେ ଚମକ ଆଣିଥାଏ । ଆପଣଙ୍କ ହଜମ ପ୍ରକ୍ରୟାକୁ ମଧ୍ୟ ଭଲ ରଖିଥାଏ । ଗରମ ଥିବା ସମୟରେ ଆପଣ ଏହି ପାଣିକୁ ଚାହା ଭଳି ସେବନ କରନ୍ତୁ । ସାତ ଦିନ ଯାଏଁ ଆପଣ ପ୍ରତ୍ୟକ ଦିନ ସକାଳୁ ଏହାର ସେବନ କରନ୍ତୁ । ଦିନକୁ ଆପଣଙ୍କୁ ଏହାର ଦୁଇଥର ସେବନ କରିବା ଆବଶ୍ୟକ ।

ସକାଳୁ ଥରେ ଏବଂ ରାତିରେ ଖାଦ୍ୟ ଖାଇ ସାରିବା ପରେ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା କମ ହେବା ସହ ଆପଣଙ୍କ ବଢିଯାଇଥିବା ଫ୍ୟାଟ ମଧ୍ୟ କମିବାକୁ ଲାଗିବ । ଏହା ଆପଣଙ୍କ ପାଇଁ ବହୁତ ଅଧିକ ଲାଭକାରୀ ସାବ୍ୟସ୍ତ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *